ପ୍ରମୁଖ ଖବର
  • ବିଦ୍ୟୁତ ଆଘାତରେ ଗଲା ଜୀବନ: ବାପା-ପୁଅକୁ ମୃତ, ମା ଗୁରୁତର
  • ||
  • କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲା, ରେବନ୍ନାଙ୍କୁ ଗିରଫ କଲା ଏସ୍‌ଆଇଟି, ପ୍ରଜ୍ୱଳଙ୍କୁ ବ୍ଲୁ କର୍ଣ୍ଣର ନୋଟିସ
  • ||
  • ଆନ୍ଧ୍ର ଶିବଲିଙ୍ଗପୁରମ ନିକଟରେ ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍, ରେଳଧାରଣା ଉପରେ ପଡିଥିଲା ବଡ଼ ବଡ଼ ପଥର...
  • ||
  • ସୁପର ସନ୍ଡେରେ ଡବଲ ଫାଇଟ: ଅପରାହ୍ନରେ ପଞ୍ଜାବ-ଚେନ୍ନାଇ, ସନ୍ଧ୍ୟାରେ ଲକ୍ଷ୍ନୌ-କୋଲକାତା ଲଢ଼େଇସୁପର ସନ୍ଡେରେ ଡବଲ ଫାଇଟ: ପଞ୍ଜାବ-ଚେନ୍ନାଇ, ଲକ୍ଷ୍ନୌ-କୋଲକାତା ଲଢ଼େଇ
  • ||
  • ଆଜି ନିଟ୍‌-ୟୁଜି ପରୀକ୍ଷା: ୫୫୭ଟି ସହରରେ ପରୀକ୍ଷା କେନ୍ଦ୍ର, ୨୪ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ତାତିରେ ଲାଗିବ ବ୍ରେକ୍‌: ୩ରୁ ୫ ଡିଗ୍ରୀ ଖସିବ ପାରଦ, ଉପକୂଳ ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା
  • ||

ଆମେରିକାରେ ମଧ୍ୟ ମୋଦୀଙ୍କ ଭଳି ଜଣେ ଶକ୍ତ ନେତାଙ୍କ ଆବଶ୍ୟକତା ରହିଛି, ପିଏମଙ୍କୁ ପ୍ରଂଶସା କଲେ ବିଦେଶୀ କମ୍ପାନୀର CEO...

ନୂଆଦିଲ୍ଲୀ: ଭାରତରେ ଏବେ ଲୋକସଭା ନିର୍ବାଚନ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ତୃତୀୟ କାର୍ଯ୍ୟକାଳ ଜିତିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କଠିନ ପରିଶ୍ରମ କରୁଛନ୍ତି । ଏହି ପ୍ରସଙ୍ଗରେ ବିଦେଶୀ କମ୍ପାନୀ ପିଏମ ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଆମେରିକାର ବ୍ୟାଙ୍କିଙ୍ଗ୍ ଫାର୍ମ ଜେପି ମୋର୍ଗାନ୍ ଚେଜ୍ ର ସିଇଓ ଜେମି ଡିମନ୍ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ୧୦ ବର୍ଷ ମଧ୍ୟରେ ନିଜ ଦେଶର ବହୁ ଜନସଂଖ୍ୟାକୁ ଦାରିଦ୍ର୍ୟତାରୁ ବାହାର କରିଛନ୍ତି । ଜେମି ଡିମନ୍ କହିଛନ୍ତି ଯେ, ପିଏମ ମୋଦୀ ଭାରତରେ ଅଦ୍ଭୁତପୂର୍ବ ତଥା ଅବିଶ୍ୱସନୀୟ କାର୍ଯ୍ୟ କରିଛନ୍ତି । ଆମେରିକାରେ ନରେନ୍ଦ୍ର ମୋଦୀଙ୍କ ପରି ମଧ୍ୟ ଜଣେ ପ୍ରଧାନମନ୍ତ୍ରୀ ରହିବା ଉଚିତ୍।

ଇକୋନୋମିକ୍ କ୍ଲବ୍ ଅଫ୍ ନ୍ୟୁୟର୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜେମି ଡିମନ୍ ବୋଲ୍ କହିଛନ୍ତି ଯେ, ମୁଁ ଆମେରିକାର ଲେବରାଲ ପ୍ରେସକୁ ଜାଣିଛିଯାହା କ୍ରମାଗତ ଭାବେ ନରେନ୍ଦ୍ର ମୋଦୀଙ୍କ ଉପରେ ଆଲୋଚନା କରୁଛି । ସେ ୪୦ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରିଛନ୍ତି । ଏହି ସମୟରେଡିମନ୍ ଭାରତରେ ଦାରିଦ୍ର୍ୟ ଦୂରୀକରଣଭିତ୍ତିଭୂମି ଏବଂ ଅର୍ଥନୈତିକ ବିକାଶ ତଥା ଅନ୍ୟାନ୍ୟ ବିଷୟ ଉପରେ ଖୋଲାଖୋଲି ଭାବରେ ଆଲୋଚନା କରିଥିଲେ । 

ଜେପି ମୋର୍ଗାନ୍ ଚେଜ୍ ସିଇଓ ଡିମନ୍ କହିଛନ୍ତି ଯେ, 'ଅନେକ ଆମେରିକୀୟ ଅଧିକାରୀ ଭାରତ ବିଷୟରେ ଅନେକ କଥା କୁହନ୍ତିକିନ୍ତୁ ଆମ ଦେଶ କିପରି ଚାଲିବ ସେ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ରହିଛି । ଭାରତରେ ନରେନ୍ଦ୍ର ମୋଦୀ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ସେ କହିଛନ୍ତି ଯେ କିଛି ଦେଶର ସରକାର ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଅଧିକାର ଉପରେ ଭାରତକୁ ସମାଲୋଚନା କରୁଛନ୍ତି, ଯେତେବେଳେକି ସେଠାରେ ଶୌଚାଳୟ ଭଳି ମୌଳିକ ସୁବିଧା ନାହିଁ । ତଥାପିସେ ସାହସର ସହିତ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି । ସେ କହିଛନ୍ତି, 'ଭାରତ ଏକ ନୂଆ ଧାରା ଆରମ୍ଭ କରିଛି ଯେଉଁଥିରେ ଆଙ୍ଗୁଠି ଛାପ ଏବଂ ଆଖି ମାଧ୍ୟମରେ ଲୋକଙ୍କୁ ଚିହ୍ନଟ କରାଯାଇଥାଏ । ଏହା ମଧ୍ୟ ଭାରତ ପାଇଁ ଏକ ଉଲ୍ଲେଖନୀୟ 

ଡିମନ୍ ଆହୁରି ମଧ୍ୟ କହିଛନ୍ତି ଯେ ମୌଳିକ ସୁବିଧା ଉପରେ କାର୍ଯ୍ୟ କରି ଭାରତ ଆଗକୁ ବଢୁଛି । ବିକାଶଶୀଳ ଦେଶରୁ ଏକ ବିକଶିତ ଦେଶକୁ ଯିବା ପାଇଁ ସେଠାରେ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଅଗ୍ରଗତି ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.