ପ୍ରମୁଖ ଖବର
  • ଢେଙ୍କାନାଳ : ବାଇକ ଉପରେ ଚଢ଼ିଗଲା ହାଇଓ୍ବା, ଗୋଟିଏ ପରିବାରର ୪ ମୃତ
  • ||
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ଆର୍ଥିକ ଦଃସ୍ଥିତିରୁ କେବେ ମୁକୁଳିବ ପାକିସ୍ତାନ ? ଜନତାଙ୍କ ପାଖରୁ ଟଙ୍କା ଆଦାୟ ପାଇଁ ଯୋଜନା କରୁଛନ୍ତି ଶେହବାଜ ସରକାର

Image Courtesy: tv9hindi

ଇସ୍ଲାମାବାଦ: ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନରେ ଏବେ ଲୋକଙ୍କ ପାଖରୁ ଟଙ୍କା ଆଦାୟ କରିବାକୁ ସରକାର ନୂଆ ଉପାୟ ଆଣିଛନ୍ତି ।ଗତ କିଛି ବର୍ଷ ହେଲା ପାକିସ୍ତାନରେ ସୂର୍ଯ୍ୟ ଶକ୍ତିର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି । ହେଲେ ୨୦୩୦ ସୁଦ୍ଧା ୬୦ ପ୍ରତିଶତ ନବୀକରଣଯୋଗ୍ୟ ଶକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିବା ପାକିସ୍ତାନ ଏବେ ବହୁ ପଛରେ ରହିଛି । ସୋଲାର ପ୍ୟାନେଲ୍‌ ବ୍ୟବହାର କରିବାକୁ ଲୋକମାନଙ୍କୁ ସରକାର ପ୍ରୋତ୍ସାହନ କରୁଥିବା ବେଳେ ଦାମ କମାଇବାକୁ ରାଜି ନଥିବା ଜଣାପଡ଼ିଛି । ଲୋକେ ଚଢ଼ା ଦରରେ ସୋଲାର ପ୍ୟାନେଲ୍‌ କିଣୁଛନ୍ତି । ଏଥିରୁ କିଛି ଅଂଶ ସରକାର ଆଦାୟ କରୁଥିବା କୁହାଯାଉଛି । 

 ସୋଲାର ପ୍ୟାନେଲ ଚୀନ୍‌ରୁ ଆମଦାନୀ କରୁଛି ପାକିସ୍ତାନ । ଯଦିଓ ଚୀନ୍‌ରେ ସୋଲାର ପ୍ୟାନେଲ୍‌ ଦାମ କମ୍‌ ଥିବାରୁ ପାକିସ୍ତାନରେ ବି ଦାମ କମିଛି । କିନ୍ତୁ ସରକାର ଅତିରିକ୍ତ ଟ୍ୟାକ୍ସ ଲଗାଉଥିବା ଜଣାପଡ଼ିଛି । ଦେଶରେ ବିଜୁଳୀ ଶକ୍ତିର ଅଭାବ ହେତୁ ସୌର ଶକ୍ତି ବ୍ୟବହାର ଉପରେ ସରକାର ଜୋର ଦେଉଛନ୍ତି । ହେଲେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ସୋଲାର ପ୍ୟାନେଲ୍‌ କ୍ରୟ କରିବାରେ ସକ୍ଷମ ନୁହଁନ୍ତି । 

ସୋଲାର ପ୍ୟାନେଲ୍‌ ଉପରେ ସରକାର ଟ୍ୟାକ୍ସ ଲଗାଇବାକୁ ନିଷ୍ପତ୍ତି ନେବା ପରେ ଦେଶବ୍ୟାପୀ ବିରୋଧ ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ସରକାରଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ିଛି । ସେପଟେ ଆର୍ଥିକ ନିରପେକ୍ଷତା ଲାଗି ଏଭଳି ନିୟମର ଆବଶ୍ୟକତା ରହିଛି ବୋଲି ସରକାର ସ୍ପଷ୍ଟୀକରଣ ଦେଇଛନ୍ତି । ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ୍‌) ପାକିସ୍ତାନ ଲାଗି ବେଲଆଉଟ୍‌ ପ୍ୟାକେଜ୍‌ର ତୃତୀୟ କିସ୍ତି ଜାରି କରିଛନ୍ତି । 

 ତୃତୀୟ କିସ୍ତିରେ ପାକିସ୍ତାନକୁ ଆଇଏମଏଫ୍ ୧.୧ ବିଲିୟନ୍‌ ଡଲାର ଦେଇଛି । ଏହା ପରେ ପାକିସ୍ତାନ ଉପରେ ଆଇଏମଏଫ୍‌ର ଋଣ ୩ ବିଲିୟନ୍ ଡଲାରକୁ ବୃଦ୍ଧି ପାଇଛି । ଋଣ ବୋଝରେ ଚାପି ହୋଇ ରହିଥିବା ପାକିସ୍ତାନ ଏବେ ସାଧାରଣ ଲୋକଙ୍କ ପାଖରୁ ଅତ୍ୟଧିକ କର ଆଦାୟ କରିବାରେ ଲାଗିଛି । କର ଦେଇପାରୁନଥିବା ଲୋକଙ୍କ ବିଜୁଳୀ ଏବଂ ଗ୍ୟାସ କନେକ୍ସନ କାଟିବାକୁ ଏବଂ ମୋବାଇଲ ସିମ୍‌ ବ୍ଲକ କରିବାକୁ ସରକାର ଚେତାବନୀ ଦେଉଥିବା ଜଣାପଡ଼ିଛି । 

 

  • Pakistan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.