ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପଦବୀ ହରାଇବେ କି ବ୍ରିଟେନ ରାଷ୍ଟ୍ରପତି ସୁନାକ; ୪୦ ବର୍ଷରେ କଞ୍ଜର୍ଭେଟିଭ ପାର୍ଟିର ଅବସ୍ଥା ଖରାପ

Image source: TV9

ନୂଆଦିଲ୍ଲୀ,୦୩/୦୫: ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷୀ ସୁନାକ ଏବେ ଚାପରେ ଅଛନ୍ତି। କାରଣ ସ୍ଥାନୀୟ ନିର୍ବାଚନ ଓ ଏକ ଗୁରୁତ୍ବପୂର୍ଣ୍ଣ ଉପନିର୍ବାଚନ ଫଳାଫଳରେ କଞ୍ଜର୍ଭେଟିଭ ପାର୍ଟକୁ ପରାଜୟର ସମ୍ମୁଖିନ ହେବାକୁ ପଡ଼ିଛି। ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ ଗତ ୪୦ ବର୍ଷ ମଧ୍ୟରେ କଞ୍ଜର୍ଭେଟିଭ ପାର୍ଟିର ଏହା ସବୁଠାରୁ ଖରାପ ପ୍ରଦର୍ଶନ ଅଟେ। 

ବର୍ତ୍ତମାନ ସମ୍ଭାବନା ବଢ଼ିଛି ଯେ ନିର୍ବାଚନରେ ବିରୋଧୀ ଲେବର ପାର୍ଟିର ଭଲ ଫଳାଫଳକୁ ନେଇ ଦଳର ବିଦ୍ରୋହୀ ନେତାମାନେ ବ୍ରିଟିଶ ଭାରତୀୟ ନେତା ସୁନାକଙ୍କ ଉପରେ ଆକ୍ରମଣକୁ ଆହୁରି ତୀବ୍ର କରିବେ। ବ୍ଲାକ୍ପୁଲ୍ ସାଉଥ୍ ସଂସଦୀୟ ଆସନରେ ଉପ-ନିର୍ବାଚନରେ ଲେବର ପାର୍ଟି ଜିତିଥିଲା। ଉଲ୍ଲେଖଯୋଗ୍ୟ ଯେ କଞ୍ଜର୍ଭେଟିଭ ପାର୍ଟି ସଦସ୍ୟ ସ୍କଟ ଓଲିଡ ବେଣ୍ଟନଙ୍କ ଇସ୍ତଫା ପରେ ଏହି ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଲେବର ପାର୍ଟି ନେତା ସାର୍ କିର ଷ୍ଟାର୍ମର୍ ଏହି ଫଳାଫଳକୁ ଭୁକମ୍ପୀନୟ ବିଜୟ ବୋଲି କହିଛନ୍ତି। କାରଣ ଏହି ଫଳାଫଳ ଚଳିତ ବର୍ଷ ଶେଷରେ ହେବାକୁ ‌ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଆସିଛି। ଲେବର ପାର୍ଟି ନେତା ସାର୍ କିର ଷ୍ଟାର୍ମର୍ କହିଛନ୍ତି ଯେ ବ୍ଲାକପୁଲରୁ ସମଗ୍ର ଦେଶର ସ୍ଥିତିକୁ ବିଚାର କରାଯାଇପାରିବ। ଏହା ଏକ ପ୍ରତିଯୋଗିତା ଯେଉଁଥିରେ ଭୋଟରମାନେ ଋଷି ସୁନାକଙ୍କ କଞ୍ଜର୍ଭେଟିଭ ପାର୍ଟିକୁ ସିଧାସଳଖ ବାର୍ତ୍ତା ଦେଇଛନ୍ତି। କହିରଖୁଛୁ ଯେ ବ୍ଲାକ୍‌ପୁଲ୍ ସାଉଥରେ ଲେବର୍ ପ୍ରାର୍ଥୀ କ୍ରିସ୍ ୱେବ୍ କଞ୍ଜର୍ଭେଟିଭ ପାର୍ଟିର ଡେଭିଡ ଜୋନ୍ସଙ୍କୁ ପରାସ୍ତ କରିଛନ୍ତି। ନିର୍ବାଚନ ମତଦାନ ପାଇଁ ଜଣାଶୁଣା ପ୍ରଫେସର ଜନ୍ କାର୍ଟିସ୍ କହିଛନ୍ତି ଯେ ଗତ ୪୦ ବର୍ଷ ମଧ୍ୟରେ ସ୍ଥାନୀୟ ନିର୍ବାଚନରେ କଞ୍ଜର୍ଭେଟିଭ ପାର୍ଟିର ଏହା ସବୁଠାରୁ ଖରାପ ପ୍ରଦର୍ଶନ ଅଟେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.