ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକିସ୍ତାନରେ ସରକାରୀ ଭାବରେ ଆରମ୍ଭ ହେଲା ଭାରତର ଶାରୀରିକ ଏବଂ ମାନସିକ ବ୍ୟାୟାମ ‘ଯୋଗ’

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଲୋକପ୍ରିୟତା ହାସଲ କରିବା ପରେ ଭାରତର ପ୍ରାଚୀନ ଶାରୀରିକ ଏବଂ ମାନସିକ ବ୍ୟାୟାମ ଯୋଗ ଏବେ ପାକିସ୍ତାନରେ ସରକାରୀ ଭାବରେ ମଧ୍ୟ ଆରମ୍ଭ ହୋଇଛି । ବାସ୍ତବରେ ପାକିସ୍ତାନର ରାଜଧାନୀ ଇସଲାମାବାଦର କ୍ୟାପିଟାଲ୍ ଡେଭଲପମେଣ୍ଟ ଅଥରିଟି (ସିଡିଏ) ଏହାର ଅଫିସିଆଲ୍ ଫେସବୁକ୍ ପେଜରେ ମାଗଣା ଯୋଗ କ୍ଲାସ ଆରମ୍ଭ କରିବାକୁ ଘୋଷଣା କରିଛି ।

ସିଡିଏ ହେଉଛି, ଇସଲାମାବାଦର ବିକାଶକୁ ଆଗକୁ ବଢାଇବା ପାଇଁ ଏକ ଦାୟୀ ସଂସ୍ଥା । ଫେସବୁକରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ସିଡିଏ କହିଛି ଯେ, ସହରର ମୁଖ୍ୟ ପାର୍କ ଏଫ-ରେ ମାଗଣା ଯୋଗ କ୍ଲାସ ଅନୁଷ୍ଠିତ ହେବ । ପାକିସ୍ତାନର ଅନେକ ନାଗରିକ ସିଡିଏର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଯୋଗ କ୍ଲାସରେ ବହୁ ଲୋକ ଯୋଡି ହୋଇସାରିଛନ୍ତି । ତେବେ ପାକିସ୍ତାନରେ ଯୋଗ କରୁଥିବା ଲୋକଙ୍କ ଚିତ୍ର ସୋସିଆଲ ମିଡିଆରେ ସେୟାର କରାଯାଇଛି । ସିଡିଏର ଏହି ପଦକ୍ଷେପକୁ ପ୍ରଶଂସା କରି ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, ଏହା ଏକ ଭଲ ପଦକ୍ଷେପ ଏବଂ ମାଗଣା ଯୋଗ କ୍ଲାସର ସମୟ ବିଷୟରେ ମଧ୍ୟ ପଚାରିଛନ୍ତି । 

ଏଥି ସହିତକିଛି ଉପଭୋକ୍ତା ମଧ୍ୟ ସିଡିଏକୁ ସମାଲୋଚନା କରିଛନ୍ତି ଏବଂ କହିଛନ୍ତି ଯେ ସିଡିଏ ଏହାର କାର୍ଯ୍ୟ ଉପରେ ଧ୍ୟାନ ଦେବା ଉଚିତ୍ । ସୂଚନାଯୋଗ୍ୟ ଯେ ୨୦୧୪ ମସିହାରେ ଯୋଗକୁ ମିଳିତ ଜାତିସଂଘ ଦ୍ୱାରା ମଧ୍ୟ ମାନ୍ୟତା ଦିଆଯାଇଛି ଏବଂ ମିଳିତ ଜାତିସଂଘ ପ୍ରତିବର୍ଷ ଜୁନ୍ ୨୧ କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଛି । ଭାରତ ଏହା ପ୍ରସ୍ତାବ ଦେଇଥିଲାଯାହାକି ଏକ ରେକର୍ଡ ୧୭୫ ଦେଶର ସମର୍ଥନ ପାଇଥିଲା । ଯୋଗ ଭାରତ ସହ ଜଡିତ ଏବଂ ଏପର୍ଯ୍ୟନ୍ତ ପାକିସ୍ତାନରେ ଏତେ ଲୋକପ୍ରିୟ ନୁହେଁ । ତେବେ ଅନେକ ଘରୋଇ ଅନୁଷ୍ଠାନ ମଧ୍ୟ ପାକିସ୍ତାନରେ ଯୋଗ ଶିକ୍ଷା କରନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.