ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୭ ଜଣ ମଧୁମେହ ରୋଗୀଙ୍କୁ ହତ୍ୟା କରିଥିବା ନର୍ସଙ୍କୁ ୭୦୦ ବର୍ଷ ଜେଲ୍‌

ପେନସିଲଭାନିଆ: ଆମେରିକାର ଜଣେ ନର୍ସଙ୍କୁ ୭ ଶହ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ସେ ୩ ବର୍ଷ ମଧ୍ୟରେ ପ୍ରାୟ ୧୭ ଜଣ ମଧୁମେହ ରୋଗୀଙ୍କୁ ହତ୍ୟା କରିଛନ୍ତି । ରୋଗୀଙ୍କୁ ଅତ୍ୟଧିକ ମାତ୍ରାରେ ଇନସୁଲିନ୍‌ ଦେଇ ସେମାନଙ୍କ ଜୀବନ ନେଉଥିଲେ ଅଭିଯୁକ୍ତ ନର୍ସ । ପେନସିଲଭାନିଆର ୪୧ ବର୍ଷୀୟା ନର୍ସ ହେଥର ପ୍ରେସଡି ୧୭ ଜଣ ରୋଗୀଙ୍କୁ ହାଇ ଡୋଜ୍ ଇନସୁଲିନ ଦେଇ ହତ୍ୟା କରିଥିବା ନେଇ ଗତବର୍ଷ ନଭେମ୍ବରରେ ଅଭିଯୋଗ ହୋଇଥିଲା । ଏହା ପୂର୍ବରୁ ଅନ୍ୟ ଦୁଇ ଜଣ ରୋଗୀଙ୍କୁ ସେ ସମାନ ଢ଼ଙ୍ଗରେ ହତ୍ୟା କରିଥିଲେ ।

ନର୍ସ ହେଥର ପ୍ରେସଡି ରୋଗୀମାନଙ୍କୁ ହାଇ ଡୋଜ୍ ଇନସୁଲିନ ଦେଇ ହତ୍ୟା କରିବା ମାମଲାରେ ରାୟ ଶୁଣାଇଛନ୍ତି ଅଦାଲତ। କୋର୍ଟ ଆଜି ଏ ଉପରେ ଶୁଣାଣି କରି ନର୍ସଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ୩୮୦-୭୬୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି।  ଅଭିଯୋଗ ଅନୁସାରେ, ହେଥର ରୋଗୀଙ୍କ ମଧୁମେହ ସ୍ଥିତିକୁ ଖାତିର ନକରି ୨୦୨୦ ମସିହାରୁ ସେମାନଙ୍କୁ ଅତ୍ୟଧିକ ଇନସୁଲିନ୍ ଡୋଜ୍ ଦେଇ ଆସୁଥିଲେ। ଏହି ରୋଗୀଙ୍କ ମଧ୍ୟରୁ ୧୭ ଜଣଙ୍କର ମୃତ୍ୟୁ ହୋଇସାରିଛି। ମୃତକଙ୍କ ବୟସ ୪୩ରୁ ୧୦୪ ମଧ୍ୟରେ ଥିଲା।  

ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରି ପଚରାଉଚରା କରିଥିଲା। ଜେରା ସମୟରେ ଦୋଷ ସ୍ୱୀକାର କରିଥିଲେ ହେଥର। ପୋଲିସ ତାଙ୍କ ବିରୁଦ୍ଧରେ ୩ଟି ହତ୍ୟା ସହ ୧୭ ଟି ହତ୍ୟା ଉଦ୍ୟମ ଏବଂ ୧୯ ଜଣ ରୋଗୀଙ୍କୁ  ଅବହେଳା କରିଥିବା ନେଇ ମାମଲା ରୁଜୁ କରିଥିଲା। ଶେଷରେ ଆମେରିକୀୟ କୋର୍ଟ ୬ ମାସ ପରେ ହେଥରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । 

ସୂଚନାଯୋଗ୍ୟ, ହେଥର ପ୍ରେସଡିଙ୍କ ଭଳି ଏକାଧିକ ସ୍ବାସ୍ଥ୍ୟ କର୍ମଚାରୀ ନିଜ ରୋଗୀଙ୍କୁ ହତ୍ୟା କରି ଚର୍ଚ୍ଚାକୁ ଆସିଥିଲେ । ଏହା ପୂର୍ବରୁ ନ୍ୟୁଜର୍ସି ଏବଂ  ପେନସିଲଭାନିଆ ବିଭିନ୍ନ ନର୍ସିଂହୋମରେ ୨୯ରୁ ଅଧିକ ରୋଗୀଙ୍କୁ ହତ୍ୟା କରିଥିଲେ ଚାର୍ଲସ କୁଲେନ୍‌ । ହାଇ ଡୋଜ୍‌ ଇନସୁଲିନ୍‌ ଦେଇ ସେ ରୋଗୀମାନଙ୍କ ଜୀବନ ନେଇଥିଲେ । ସେହିଭଳି ଟେକ୍ସାସର ଜଣେ ନର୍ସ ଓ୍ବିଲିୟମ୍‌  ଡାଭିସ୍‌ ୪ ଜଣ ହୃଦରୋଗୀଙ୍କୁ ହତ୍ୟା କରି ଚର୍ଚ୍ଚାକୁ ଆସିଥିଲେ । 

  • America
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.