ପ୍ରମୁଖ ଖବର
  • ବଡ଼ବିଲ : ବାଇକରୁ ୭ ଲକ୍ଷ ଟଙ୍କା ଜବତ, ଜଣକୁ ଅଟକ ରଖିଛି ପୋଲିସ
  • ||
  • ଜି ଉଦୟଗିରି ଅଞ୍ଚଳରେ ହାତୀପଲ,ଫସଲ ନଷ୍ଟ ଭୟରେ ଚାଷୀ ଆଗୁଆ ଧାନ କାଟିଲେ
  • ||
  • ଗଞ୍ଜାମରେ ପୋଲିସ ହେପାଜତରୁ ହତ୍ୟାକାଣ୍ଡର ଆସାମୀକୁ ଖସାଇ ନେବାକୁ ଉଦ୍ୟମ, ପୋଲିସ ସହ ଧସ୍ତାଧସ୍ତି
  • ||
  • ଲାଞ୍ଚ ନେବା ଅଭିଯୋଗରେ ଅବସରପ୍ରାପ୍ତ ASO ରେଣୁକା ଦେବୀଙ୍କୁ ୨ ବର୍ଷ କାରାଦଣ୍ଡାଦେଶ
  • ||
  • ବାରିପଦାରେ ବୁଲୁଥିଲା ଶିମିଳିପାଳର ବାଘ; କାବୁ କରିନେଲା ବନ ବିଭାଗ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ଡ୍ରିମ୍‌ଗାର୍ଲ, ସାଲିଆ ସାହିରେ ଜନସଭା କରିବେ ହେମାମାଳିନୀ
  • ||
  • ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିଲା ବୋଲେରୋ: ୨ ମୃତ, ୮ ଗୁରୁତର
  • ||
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ପିଟିପିଟି ପତ୍ନୀଙ୍କୁ ମାରିଦେଲେ ପୂର୍ବତନ ମନ୍ତ୍ରୀ, ସୋସିଆଲ ମିଡିଆରେ ୮ ଘଣ୍ଟାର ସିସିଟିଭି ଫୁଟେଜ୍ ଭାଇରାଲ

ନୂଆଦିଲ୍ଲୀ,୩।୫:  ପତ୍ନୀଙ୍କୁ ପିଟପିଟି ମାରିଦେଲା ସ୍ବାମୀ। ଆଉ ଏଭଳି ଘଟଣା ଘଟାଇ ନାହାନ୍ତି କୌଣସି ସାଧାରଣ ବ୍ୟକ୍ତି। ଏଭଳି ଏକ ବଡ଼ ଧରଣର ଅପରାଧ କରିଛନ୍ତି କାଜାଖସ୍ତାନର ପୂର୍ବତନ ମନ୍ତ୍ରୀ। ରାଷ୍ଟ୍ରପତି କାସିମ୍ ଜୋମାର୍ଟ ଟୋକୟଭଙ୍କ ପାଇଁ   ଏହା ଅଗ୍ନିପରୀକ୍ଷା ଭାବରେ ଦେଖାଯାଉଛି। କାରଣ ସେ ନିରପେକ୍ଷ ଓ ନ୍ୟାୟସଙ୍ଗତ ସମାଜ ତିଆରି କରିବାର ପ୍ରତିଶୃତି ଦେଇଥିଲେ। ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତଦେଶର ପୂର୍ବତନ ଅର୍ଥମନ୍ତ୍ରୀ କୁଆଡିକ ବିଶିମ୍ବାୟେଭ। ସେ ତାଙ୍କ  ୩୧ ବର୍ଷୀୟ ପତ୍ନୀ ସାଲ୍ଟାନେଟ୍‌ ନୁକେନାଭାଙ୍କୁ ହତ୍ୟା କରିଛନ୍ତି। 

ବିଶିମ୍ବାୟେଭ ନିଜ ସମ୍ପର୍କୀୟଙ୍କ ଏକ ରେଷ୍ଟୁରାଣ୍ଟକୁ ପତ୍ନୀ ସହିତ ଆସିଥିଲେ। ତେବେ  ସେଠାରେ ତାଙ୍କ ପତ୍ନୀ  ମୃତ ଅବସ୍ଥାରେ ମିଳିଥିଲେ। ଗତ ନଭେମ୍ବରରେ ଘଟିଛି ଏହି ଘଟଣା। ଏହି ରେଷ୍ଟୁରାଣ୍ଟରେ ଦୁହେଁ ପୁରା ଦିନ ଓ ଗୋଟିଏ ରାତି ବିତାଇଥିଲେ। କୁହାଯାଉଛି ଯେ, ବହୁ ଘଣ୍ଟା ପର୍ଯ୍ୟନ୍ତ ବେହାସ ରହିବା ପରେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ନିକଟରେ ଶୁଣାଣି ହୋଇଛି। ଏହି ସମୟରେ କୋର୍ଟ  ପୂର୍ବତନ ଅର୍ଥମନ୍ତ୍ରୀ  ୪୪ ବର୍ଷୀୟ କୁଆଡିକ ବିଶିମ୍ବାୟେଭଙ୍କ ୮ ଘଣ୍ଟା ଲମ୍ବା ଫୁଟେଜ୍ ଦେଖିଛନ୍ତି। ଯେଉଁଥିରେ ସେ ନିଜ ପତ୍ନୀ ନୁକେନୋଭାଙ୍କୁ ମାଡ ମାରୁଥିବାର ନଜର ଆସୁଛନ୍ତି। 

ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳୁଛି ଯେ, ବିଶିମ୍ବାୟେଭ୍ ବହୁବାର ତାଙ୍କୁ ଗୋଇଠା ଓ ବିଧା ମାରୁଛନ୍ତି। ସେ ତାଙ୍କ ଚୁଟି ଟାଣି ଗୋଟିଏ ରୁମ୍‌ରୁ ଆଉ ଏକ ରୁମ୍‌କୁ ନେଇଯାଉଛନ୍ତି, ଯେଉଁଠି କ୍ୟାମେରା ନାହିଁ। ଶୁଣାଣି ବେଳେ କୁହାଯାଇଛି ଯେ, ପୀଡିତା ଶୌଚାଳୟରେ ଲୁଚିବାକୁ ଚେଷ୍ଟା କରୁଥିଲେ। ହେଲେ ବିଶିମ୍ବାୟେଭ କବାଟ ଭାଙ୍ଗି ଦିଅନ୍ତି ଓ ତାଙ୍କୁ ବାହାରକୁ ଆଣି ପ୍ରବଳ ମାଡ ମାରନ୍ତି। ପୂର୍ବତନ ମନ୍ତ୍ରୀ ତାଙ୍କ ପତ୍ନୀଙ୍କୁ ଶୌଚାଳୟରୁ ବାହାରକୁ ଟାଣିବା ପରେ ତାଙ୍କ ତଣ୍ଟି ଚିପି ଦେଇଥିଲେ। ଏହାପରେ ସେ ବେହୋସ ହୋଇଯାଇଥିଲେ।

ସାଲ୍ଟାନେଟ୍ ନୁକେନୋଭା ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ତଳେ ପଡି ରହିଥିଲେ। କୁହାଯାଉଛି ଯେ, ବିଶିମ୍ବାୟେଭ ପତ୍ନୀଙ୍କୁ ମାଡ ମାରିବା ପରେ ଡାକ୍ତରଙ୍କୁ ଡାକିଥିଲେ, ଡାକ୍ତର ତାଙ୍କୁ ଆଶ୍ବାସନା ଦେଇଥିଲେ ସେ ଠିକ୍ ହୋଇଯିବେ। ପ୍ରାୟ ୧୨ ଘଣ୍ଟା ପରେ ଆମ୍ବୁଲାନ୍ସ ପହଁଞ୍ଚିଥିଲା, କିନ୍ତୁ ମେଡିକାଲ ଷ୍ଟାଫ୍ ତାଙ୍କୁ ଘଟଣାସ୍ଥଳରେ ମୃତ ଘୋଷିତ କରିଥିଲେ। ମେଡିକାଲ ରିପୋର୍ଟରେ କୁହାଯାଇଥିଲା ତାଙ୍କର ମୃତ୍ୟୁ ବ୍ରେନ୍ ଟ୍ରାମା ଯୋଗୁଁ ହୋଇଛି। ତାଙ୍କର ନାକର ଗୋଟିଏ ହାଡ ଭାଙ୍ଗି ଯାଇଥିଲା ଓ ମୁହଁ, ମୁଣ୍ଡ ଏବଂ ହାତରେ ଗଭୀର ଆଘାତ ଥିଲା। ଏହି ମାମଲାରେ ବିଶିମ୍ବାୟେଭଙ୍କ ଉପରେ ନିର୍ଯାତନା ଓ ହତ୍ୟା ଅଭିଯୋଗ ଲାଗିଛି। ତାଙ୍କୁ ୨୦ ବର୍ଷରୁ ଅଧିକ ଜେଲ୍ ଦଣ୍ଡ ମିଳିପାରେ। ଏହାକୁ ନେଇ ସୋସିଆଲ ମିଡିଆ ୟୁଜର ତାଙ୍କୁ କଠିନରୁ କଠିନ ଦଣ୍ଡ ମିଳିବାକୁ ଦାବି କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.