ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆମେରିକାର ନିଦ ହଜାଇ ଦେଇଛନ୍ତି ଚୀନ୍‌ ହ୍ୟାକର୍ସ, ଟେଲିକମ୍‌ କମ୍ପାନିରୁ ଡାଟା ଚୋରି ଆଶଙ୍କା

Published By : Tapas Panda | October 8, 2024 11:45 PM

Image Courtesy: panchjanya

ନୂଆଦିଲ୍ଲୀ: ଚୀନ୍‌ର ଦକ୍ଷତା ସଂପନ୍ନ ହ୍ୟାକର୍ସ ଆମେରିକାକୁ ଚିନ୍ତାରେ ପକାଇ ଦେଇଛନ୍ତି । ଚୀନ୍‌ ସରକାରଙ୍କ ସହ ଜଡ଼ିତ ହ୍ୟାକର୍ସଙ୍କ ଏକ ସମୂହ ଆମେରିକାର ଅନେକ ଟେଲିକମ୍‌ କମ୍ପାନିର ସୁରକ୍ଷା ବ୍ୟବସ୍ଥାକୁ ଭେଦ କରିଛନ୍ତି । ଏହାକୁ ନେଇ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ‘ଦି ଓ୍ବାଲଷ୍ଟ୍ରିଟ୍‌ ଜର୍ଣ୍ଣାଲ’ର ଏକ ରିପୋର୍ଟ ଅନୁସାରେ, ଚୀନ୍‌ ହ୍ୟାକର୍ସ ବହୁ ଆମେରିକୀୟ ଟେଲିକମ୍‌ କମ୍ପାନିର ସୁରକ୍ଷା ବ୍ୟବସ୍ଥା ଭେଦ କରି ଡାଟା ଚୋରି କରିଥିବା ଆଶଙ୍କା କରାଯାଉଛି । 

ହ୍ୟାକର୍ସ ଦେଶର ସୁରକ୍ଷା ସହ ଜଡ଼ିତ କୌଣସି ସମ୍ବେଦନଶୀଳ ସୂଚନା ଚୋରି କରିବା ଉଦ୍ଦେଶ୍ୟରେ ଏହି ସାଇବର ଆକ୍ରମଣ କରିଥାଇ ପାରନ୍ତି । ଆମେରିକୀୟ ତଦନ୍ତ ଅଧିକାରୀଙ୍କ ଅନୁସାରେ, ହ୍ୟାକର୍ସ ଓାୟରଟାପ୍‌ ଓ୍ବାରେଣ୍ଟ ପର୍ଯ୍ୟନ୍ତ ପହଞ୍ଚି ଥାଇପାରନ୍ତି । ତେବେ ହ୍ୟାକର୍ସ କେଉଁ ସବୁ ସୂଚନା ଚୋରି କରିଛନ୍ତି ସେନେଇ ସ୍ପଷ୍ଟ ହୋଇପାରି ନାହିଁ । ହ୍ୟାକର୍ସ ଏଟି ଆଣ୍ଡ ଟି, ଭେରିଜୋନ୍‌ ଏବଂ ଲୁମେନ ଭଳି ପ୍ରମୁଖ ବ୍ରଣ୍ଡବ୍ୟାଣ୍ଡ ଏବଂ ଇଣ୍ଟରନେଟ ପ୍ରଦାନକାରୀ ସଂସ୍ଥାକୁ ଟାର୍ଗେଟ କରିଥିଲେ । 

ଏହି ହ୍ୟାକିଂ ଜରିଆରେ ଦେଶର ସୁରକ୍ଷା ପ୍ରତି ଥିବା ସମ୍ଭାବ୍ୟ ବିପଦକୁ ନେଇ ଆମେରିକୀୟ ଅଧିକାରୀ ଚିନ୍ତାରେ ରହିଛନ୍ତି । ଓ୍ବାସିଂଟନ ଏବଂ ବେଜିଂ ମଧ୍ୟରେ ସାଇବର ଆକ୍ରମଣକୁ ନେଇ ବିବାଦ ମଧ୍ୟରେ ଚୀନ୍‌ର ହ୍ୟାକର୍ସ ଆମେରିକୀୟ ସଂସ୍ଥାକୁ ଟାର୍ଗେଟ କରିଛନ୍ତି । ସେପଟେ ଏଟି ଆଣ୍ଡ ଟି, ଭେରିଜୋନ ଏବଂ ଲୁମେନ କମ୍ପାନି ପକ୍ଷରୁ ଏହି ହ୍ୟାକିଂ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ତେବେ ଏହା କମ୍ପାନିଗୁଡ଼ିକ ଲାଗି ବଡ଼ ଝଟକା ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । କମ୍ପାନିଗୁଡ଼ିକୁ ନିଜର ସୁରକ୍ଷା ପ୍ରଣାଳୀକୁ ଆହୁରି ମଜଭୁତ କରିବାକୁ ପଡ଼ିବ ବୋଲି ସେମାନେ ଦାବି ମଧ୍ୟ କରିଛନ୍ତି । ଏଭଳି ଘଟଣା କେବଳ କମ୍ପାନି ପାଇଁ ନୁହେଁ ବରଂ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବଡ଼ ଚ୍ୟାଲେଞ୍ଜ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.