ମୁମ୍ୱାଇ : ‘ବର୍ଡର-୨’ ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୨୩ରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମଟିର ରିଲିଜ୍ ପୂର୍ବରୁ ସୋସିଆଲ ମିଡିଆରେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଲୋକେ ବରୁଣ ଧୱନଙ୍କୁ ଟ୍ରୋଲ୍ କରୁଛନ୍ତି। ଦାବି କରାଯାଇଛି ଯେ, ବରୁଣ ଧୱନଙ୍କ ବିରୁଦ୍ଧରେ ନେଗେଟିଭ୍ ପିଆର ଚାଲୁଛି। ଫିଲ୍ମର ରିଲିଜ୍ ପୂର୍ବରୁ ସୁନୀଲ ଶେଟ୍ଟୀ ତାଙ୍କ ପୁଅ ଅହାନ ଶେଟ୍ଟୀଙ୍କୁ ନେଇ କହିଛନ୍ତି। ଅହାନ ଶେଟ୍ଟୀ ମଧ୍ୟ ବର୍ଡର-୨ର ଜଣେ ସଦସ୍ୟ ଅଛନ୍ତି। ସୁନୀଲ ଶେଟ୍ଟୀ କହିଛନ୍ତି –ଯଦି କେହି ତାଙ୍କ ପୁଅକୁ ପର୍ସନାଲ ଆଟାକ୍ କରେ ତ ସେ ତାକୁ ଛାଡ଼ିବେ ନାହିଁ।
‘ସନ୍ଦେଶେ ଆତେ ହୈଁ’ ଗୀତ ପାଇଁ ସୋନୁ ନିଗମ ରିଜେକ୍ଟ କରିଦେଇ ଥିଲେ ଫିଲ୍ମଫେୟାର , କହି ଥିଲେ ଏହାର କାରଣ
ଇ ଟାଇମ୍ସକୁ ବିଶେଷ କଥାବାର୍ତ୍ତାରେ ବର୍ଡର ଅଭିନେତା ସୁନିଲ ସେଟ୍ଟୀ କହିଛନ୍ତି -ଯେତେବେଳେ ତାଙ୍କ ପରିବାର କଥା ଆସେ, ତ ସେ ସମ୍ପୂର୍ଣ୍ଣ ଭିନ୍ନ ମଣିଷ ହୋଇ ଯାଆନ୍ତି। ଯେତେବେଳେ ଅହାନ ସେଟ୍ଟୀଙ୍କ କ୍ୟାରିୟର କଥା ଆସେ, ତ ସେ ତାକୁ ନିଜେ ନିଷ୍ପତ୍ତି ନେବାକୁ ଦିଅନ୍ତି, କିନ୍ତୁ ତା ଉପରେ କେହି ପର୍ସନାଲ ଆଟାକ୍ କରିବ , ତ ସେ ତାକୁ ଛାଡ଼ିବେ ନାହିଁ।
ଟ୍ରୋଲିଂ ଓ ନେଗେଟିଭ୍ ପବ୍ଲିସିଟିକୁ ନେଇ କଥା ହୋଇ ସୁନିଲ କହିଥିଲେ – ମୁଁ ଛାଡ଼ିବି ନାହିଁ । ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ ଦେବି। ମୁଁ ଆପଣଙ୍କୁ ସେହି ପରି ନେବି, ଯେଉଁ ପରି ଆପଣ ଚାହାନ୍ତି କାରଣ ମୁଁ ଜଣେ ସଚ୍ଚୋଟ , ସଫା ସୁତୁରା ଓ ନିର୍ଭୀକ ବ୍ୟକ୍ତି।
ଏହି କଥାବାର୍ତ୍ତା ବେଳେ ସୁନିଲ ସେଟ୍ଟୀ ପୁଅ ଅହାନଙ୍କ ଜୀବନର ସେହି ଫେଜ୍ ବିଷୟରେ କହିଥିଲେ , ଯେବେ ସେ କଠିନ ସମୟ ଦେଇ ଗତି କରୁଥିଲେ। ସେ କହିଥିଲେ, ଏହେ ଅହାନର ପ୍ରଥମ ଫିଲମ (ତଡପ) ଫ୍ଲପ୍ ହୋଇଛି, ତା ଜୀବନ ଓ କ୍ୟାରିୟରରେ କିଛି ମାତ୍ରାରେ ବ୍ରେକ୍ ଲାଗିଥିଲା। ସୁନିଲ୍ ଆହୁରି କହିଥିଲେ , ସମସ୍ତେ କୁହନ୍ତି ଯେ, ସେ ସୁନିଲ ଶେଟ୍ଟୀଙ୍କ ପୁଅ । ତାଙ୍କୁ ବହୁତ କାମ ମିଳେ। କିନ୍ତୁ କେଉଁଠି ନା କେଉଁଠି, ଅହାନ ତାଙ୍କ ଜୀବନରେ ବହୁତ କିଛି ସହ୍ୟ କରିଛନ୍ତି।
ବର୍ଡର -୨ ର କଥା ଯଦି କହିବା ତ ଫିଲ୍ମରେ ବରୁଣ ଧୱନ, ଦିଲଜିତ ଦୋସାଞ୍ଜ, ଅହାନ ସେଚ୍ଚୀ ଏବଂ ସନ୍ନି ଦେଓଲ ପ୍ରମୁଖ ଭୂମିକାରେ ଅଭିନୟ ଆସିବେ। ବର୍ଡର-୨ , ୧୯୯୭ରେ ଆସିଥିବା ଜେପି ଦତ୍ତାଙ୍କ ବର୍ଡର ଫିଲ୍ମର ସିକ୍ୱେଲ। ଏଥିରେ ସୁନିଲ ସେଟ୍ଟୀ ପ୍ରମୁଖ ଭୂମିକାରେ ଥିଲେ।