ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅମିତ ଶାହଙ୍କ ନିର୍ଦ୍ଦେଶ, ପାକିସ୍ତାନୀଙ୍କୁ ଚିହ୍ନଟ କରି ତଡ଼...

Published By : Rasmita Pradhan | April 25, 2025 2:43 PM

ନୂଆଦିଲ୍ଲୀ, ୨୫/୦୪ : ପହଲଗାମ ଆତଙ୍କୀ ହମଲାକୁ ନେଇ କଠୋର ହେଲା ଗୃହ ମନ୍ତ୍ରାଳୟ। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଅମିତ ଶାହ। ନିଜ ନିଜ ରାଜ୍ୟରୁ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ପାକିସ୍ତାନ ପଠାଇବାକୁ ନିର୍ଦ୍ଦେଶ।ଜାମ୍ମୁ କାଶ୍ମୀର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଗୃହ ମନ୍ତ୍ରାଳୟ କଠୋର ହୋଇଛି। ଭାରତରେ ଥିବା ସମସ୍ତ ପାକିସ୍ତାନୀଙ୍କ ଭିସା ରଦ୍ଦ କରାଯାଇଛି। 

ଓଡ଼ିଶାରେ ୧୨ ପାକିସ୍ତାନୀ !

ଏହି ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶାରେ ଦୀର୍ଘକାଳୀନ ଭିସାରେ ୧୨ ପାକିସ୍ତାନୀ ଅଛନ୍ତି। ସେମାନଙ୍କୁ ଭାରତ ଛାଡ଼ିବାକୁ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ଭାରତ ଛାଡ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି।  

ପହଲଗାମ ଆତଙ୍କୀ ହମ୍‌ଲାକୁ ନେଇ ଆକ୍ସନ ମୋଡ୍‌ରେ ସରକାର। ପାକିସ୍ତାନ ଉପରେ ପ୍ରତିଶୋଧ ନେବ ଭାରତ। ନୀରିହଙ୍କ ପ୍ରାଣବଳିର କଡ଼ାଗଣ୍ଡା ହିସାବ ନେବ ଦେଶ। ପ୍ରତିଶୋଧ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍। ସିନ୍ଧୁ ଜଳ ଚୁକ୍ତି ରଦ୍ଦ, ଭିସା ରଦ୍ଦ, ଅଟାରୀ-ୱାଘା ବର୍ଡର ବନ୍ଦ ଭଳି ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ। ଭାରତର ଆତ୍ମା ଉପରେ ପ୍ରହାର କରି ବଡ଼ ଭୁଲ୍ କରିଦେଇଛି ପାକିସ୍ତାନ। 

ଏହି ଖବରଟିକୁ ପଢନ୍ତୁ-ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା, କହିଲେ 'ସ୍ଵାଧୀନତା ସଂଗ୍ରାମୀଙ୍କ ବିରୋଧରେ ଟିପ୍ପଣୀ ଦେବାକୁ କାହାକୁ ଅନୁମତି ଦିଆଯାଇନି'


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.