ମୁମ୍ୱାଇ : ରଜନୀକାନ୍ତ ଓ ଅମିତାଭ ବଚ୍ଚନ ପୁଣି ଥରେ ଟିଜେ ଗ୍ରାନୱେଲଙ୍କ ଫିଲ୍ମ “ଭେଟ୍ଟୈୟାନ” ରେ ଏକାଠି ନଜର ଆସିଛନ୍ତି। ଫିଲ୍ମର ଆଉ ଜଣେ ଅଭିନେତା ଏଲେନ୍ସିୟର ଲେ ଲୋପେଜ, ଯିଏକି ଏକ ସିନ୍‌ରେ ଜଜ୍‌ ଭୂମିକା କରୁଥିଲେ, ସେ ଏହି ସୁପରଷ୍ଟାରଙ୍କ ସହ କାମ କରିବାରେ ନିଜର ଅନୁଭବକୁ ସେୟାର କରିଛନ୍ତି ଏବଂ ତାଙ୍କର ଅଭିନୟର ଷ୍ଟାଇଲ୍‌କୁ ସମାଲୋଚନା କରିଛନ୍ତି।

ନିଜର ମାଲୟାଲମ୍‌ ଫିଲ୍ମ “ନାରାୟଣତେ ମୁନ୍ନାନମକ୍କଲ” ର ପ୍ରଚାର ବେଳେ ଏଲେନ୍ସିୟର ମିଡ଼ିଆ ସହ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ସେ “ଭେଟ୍ଟୈୟାନ” ରେ  କାମ କରିବାରେ ନିଜର ଅନୁଭବ ବିଷୟରେ କହିଥିଲେ। ସେ ଖୁଲାସା କରିଥିଲେ କି, ତାଙ୍କୁ ଏହି ଦୃଶ୍ୟ ପାଇଁ କୌଣସି ପାରିଶ୍ରମିକ ମିଳି ନଥିଲା, ଯାହାକୁ ଗୋଟିଏ ହିଁ ଦିନରେ ମୁମ୍ୱାଇରେ ସୁଟ୍‌ କରାଯାଇ ଥିଲା। 

୪୬.୮୧ କୋଟି ଟଙ୍କାର ଆୟ କରିଥିବା “ଭେଟ୍ଟୈୟାନ” ରେ ଛୋଟିଆ ରୋଲ୍‌ ପ୍ଲେ କରିଥିବା ଅଭିନେତା ଏଲେନ୍ସିୟର ଲେ ଲୋପେଜ କହିଛନ୍ତି - ରଜନୀକାନ୍ତ ଓ ଅମିତାଭଙ୍କୁ ଆକ୍ଟିଂ ଆସେନାହିଁ। 

ଏଲେନ୍ସିୟର ଲେ ଲୋପେଜ୍‌ କହିଛନ୍ତି , ମୋତେ ମୁମ୍ୱାଇ ଡ଼କାଗଲା। ଫ୍ଲାଇଟ୍‌ର ଟିକେଟ୍‌ ଦିଆଗଲା । ଫାଇଭ୍‌ ଷ୍ଟାର ହୋଟେଲ୍‌ରେ ରହିବାକୁ ସ୍ଥାନ ଦିଆଗଲା। ମୋତେ ଜଜ୍‌ର ରୋଲ୍‌ ଦିଆ ଯାଇ ଥିଲା। ମୋ ରୋଲ୍‌ କେବଳ ଏତିକି ଥିଲା କି ମୋ ସାମନାରେ ଅମିତାଭ ସାର୍‌ ଓ ରଜନୀକାନ୍ତ ସାର୍‌ ପରଫର୍ମ କରିବେ ଏବଂ ମୋତେ ତାଙ୍କୁ ଦେଖି ରିଆକ୍ସନ ଦେବାର ଅଛି। ଯେବେ ମୁଁ ପଢୁଥିଲି , ସେତେବେଳେ ମୁଁ ରଜନୀକାନ୍ତ ସାରଙ୍କୁ ନିଜ ଦାନ୍ତରେ ହେଲିକପ୍ଟରର ବ୍ଲେଡ୍‌କୁ ରୋକିବାର ଦେଖି ଥିଲି , ଏଥିପାଇଁ ମୁଁ ବହୁତ ଏକ୍ସାଇଟେଡ୍‌ ଥିଲି କି ଆଜି ମୁଁ ତାଙ୍କୁ ସାମନାରେ ଆକ୍ଟିଂ କରିବା ଦେଖିବି।

ଏଲେନ୍ସିୟର ଲେ ଲୋପେଜ୍‌ ଆହୁରି କହିଛନ୍ତି , “ଭେଟ୍ଟୈୟାନ” ର ସୁଟିଂ ବେଳେ ମୁଁ ତାଙ୍କୁ ଆକ୍ସନ କରିବା , ଷ୍ଟାଇଲ୍‌ରେ ୱାକ୍‌ କରିବା ଓ କୋର୍ଟ ରୁମ୍‌ରେ ବାହାରକୁ ଆସିବାର ଦେଖିଲି। ମୁଁ ଅମିତାଭ ସାର୍‌ଙ୍କୁ ମଧ୍ୟ ସିଂହ ଭଳି ଗର୍ଜନ କରିବାର ଦେଖିଲି , କିନ୍ତୁ ତାଙ୍କୁ ଦେଖି ମୋର ନ୍ୟାଚୁରାଲ ଏକ୍ସପ୍ରେସନ୍ସ ବାହାରିଲାନି। ମୋତେ ଚକିତ ହୋଇ ଆକ୍ଟିଂ କରିବାକୁ ପଡ଼ିଲା।

ଏଲେନ୍ସିୟର ଲେ ଲୋପେଜ୍‌ କହିଛନ୍ତି , ମୁଁ ଜାଣି ପାରିଲି କି  ମୁଁ ତାଙ୍କର ମୁକାବିଲା କରି ପାରିବି ନାହିଁ , କାରଣ ମୋତେ ଷ୍ଟାଇଲ୍ସ ଆକ୍ଟିଂ ଆସେ ନାହିଁ  ଏବଂ ନା କି ମୁଁ ଜୋରରେ ପାଟି କରି କହି ପାରିବି। ମୁଁ କେବଳ ଦିଲିଶ୍‌ ପୋଥନ , ଶରଣ ଭେଣୁଗୋପାଳ ଓ ରାଜୀଭ ରବିଙ୍କ ଭଳି ଲୋକଙ୍କ ଦ୍ୱାରା ତିଆରି କରାଯାଇ ଥିବା ଫିଲ୍ମରେ ଆକ୍ଟିଂ କରି ପାରିବି। ଏହା ବ୍ୟତୀତ  ମୋତେ ଏହି କଥାର ମଧ୍ୟ ଅନୁଭବ ହେଲା କି ତାଙ୍କୁ ଆକ୍ଟିଂ ଆସେ ନାହିଁ।