ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ

Published By : Harapriya Sethi | October 10, 2024 7:18 AM

ଭୁବନେଶ୍ୱର, ୧୦/୧୦: ରାସ୍ତାରେ ବୁଲିଲା ଅଜଗର । ରାସ୍ତା ପାରି ହେବା ସହ ଡିଭାଇଡର ଉପରେ ଶୋଇଗଲା । ସ୍ଥାନୀୟ ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡା ଛକରେ ବିଳମ୍ବିତ ରାତିରେ ଗୋଟିଏ ଅଜଗର ସାପ ରାସ୍ତା ପାରି ହେଉଥିବା ବେଳେ ଲୋକଙ୍କ ନଜରକୁ ଆସିଥିଲା ।

ପାଖାପାଖି ୮ଫୁଟ ଲମ୍ଭାର ଅଜଗର ରାସ୍ତାରେ ବୁଲାବୁଲି କରୁଥିବାରୁ ଲୋକଙ୍କ ମନରେ ଆତଙ୍କ ଖେଳି ଯାଇଛି । ଦୀର୍ଘ ସମୟ ରାସ୍ତାରେ ଅଜଗର ବୁଲୁଥିବା ବେଳେ ଜଣେ ବନ କର୍ମଚାରୀ ଏହାକୁ ଦେଖିଥିଲେ । ସେ ଉକ୍ତ ସ୍ଥାନରେ ଉପସ୍ଥିତ ରହି ସାପ ଧରାଳୀଙ୍କୁ ଖବର ଦେଇଥିଲେ । ଖବର ପାଇ ସାପ ଧରାଳୀ ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ଉଦ୍ଧାର କରିବା ପରେ ସ୍ଥାନୀୟ ଅଞ୍ଚଳରରେ ସ୍ଥିତି ସୁଧୁରିଥିଲା ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.