ପିତାଙ୍କୁ ପୁଅର ସ୍ୱତନ୍ତ୍ର ସମ୍ମାନ , କାର୍ଯ୍ୟର ଶେଷ ଦିନର ଭିଡ଼ିଓ କରିଦେବ ଭାବପ୍ରବଣ
ଇଣ୍ଡିଆନ ଏୟାରଫୋର୍ସ (ଆଇଏଏଫ୍) ରେ କାମ କରି ଯେତେ ସମ୍ମାନ ମିଳେ ,ତାହା ତାକୁ ଅଲବିଦା କହିଲେ ବି ଶେଷ ହୋଇ ନଥାଏ। ଜଣେ ବ୍ୟକ୍ତି ଯେବେ ଆଇଏଏଫ୍ରୁ ଅବସର ନେଲେ
Published By :
Pradesh
- Prameya Bureau |
April 06, 2026 04:35 PM
ନୂଆଦିଲ୍ଲୀ : ଇଣ୍ଡିଆନ ଏୟାରଫୋର୍ସ (ଆଇଏଏଫ୍) ରେ କାମ କରି ଯେତେ ସମ୍ମାନ ମିଳେ ,ତାହା ତାକୁ ଅଲବିଦା କହିଲେ ବି ଶେଷ ହୋଇ ନଥାଏ। ଜଣେ ବ୍ୟକ୍ତି ଯେବେ ଆଇଏଏଫ୍ରୁ ଅବସର ନେଲେ , ତ ତାଙ୍କୁ ଜଣା ନଥିଲା ଯେ, ପୂରା ପରିବାର ତାଙ୍କୁ ସ୍ୱତନ୍ତ୍ର ୱେଲକମ୍ କରିବାକୁ ଯାଉଛି। ପୁଅ ସ୍ପେଶାଲ ପ୍ରସ୍ତୁତି ମଧ୍ୟ କରି ଥିଲେ। ଉକ୍ତ ଭିଡ଼ିଓ ଭାଇରାଲ ହେଉଛି , କିନ୍ତୁ ଏହି ଅବସରକୁ ସ୍ୱତନ୍ତ୍ର କରିବା ପାଇଁ କୌଣସି ଗ୍ରାଣ୍ଡ ଆୟୋଜନ କରାଯାଇ ନଥିଲା। ସବୁ କିଛି ବହୁତ ଭାବୁକ କରିବା ଭଳି ଥିଲା, ଏହା ଥିଲା ଏହାର ବିଶେଷତ୍ୱ।
ଉକ୍ତ ଭିଡ଼ିଓଟିକୁ 'ଲକ୍ଷ୍ୟ କି ଅନ୍ନୁ' ନାମକ ଇନଷ୍ଟାଗ୍ରାମ୍ ପେଜ୍ରୁ ସେୟାର କରାଯାଇଛି। ପିତାଙ୍କ ପାଇଁ କ୍ୟାପସନରେ ଲେଖା ଯାଇଛି- ଇଣ୍ଡିଆନ ଏୟାରପୋର୍ସରେ କାମ କରିବା ପାଇଁ ଧନ୍ୟବାଦ ଡ୍ୟାଡ୍। ଆପଣ ଡ୍ୟୁଟି ଓ ସାହସର ସଠିକ୍ ଅର୍ଥ ଶିଖାଇଛନ୍ତି।
ଏହି ଭିଡ଼ିଓରେ ପିତା କାରରୁ ଓହ୍ଲାଇବା କ୍ଷଣି, ପୁଅ ଗାଡ଼ିର ଡୋର ପାଖରେ ଠିଆ ହୋଇ ଯାଆନ୍ତି। ପୁଣି ଯେମିତି ହିଁ ପିତା କାରରୁ ଓହ୍ଲାନ୍ତି, ସେ ତାଙ୍କୁ ସାଲ୍ୟୁଟ୍ କରନ୍ତି। ଉଭୟ ପରସ୍ପରକୁ ଖୁସିରେ ଆଲିଙ୍ଗନ କରନ୍ତି ଏବଂ ପୁଣି ଆଗକୁ ପୁଅ ଘରର ଦ୍ୱାର ପାଖରେ ଫୁଲମାଳ ପିନ୍ଧାନ୍ତି। ଏହି ଭିଡ଼ିଓଟିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ଏବଂ ଏଥିରେ ନ୍ୟୁଜ ଲେଖା ହେବା ସୁଦ୍ଧ ୬ ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳି ସାରିଛି।
ଉକ୍ତ ଭିଡ଼ିଓକୁ ଦେଖିବା ପରେ ଅବସର ନେଇଥିବା ଅଧିକାରୀଙ୍କୁ ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି। ଲୋକେ ତାଙ୍କୁ ବେଷ୍ଟ ଇନଷ୍ଟ୍ରକ୍ଟର ମଧ୍ୟ କହୁଛନ୍ତି। ପୁଅର ପ୍ରଶଂସା ମଧ୍ୟ ହେଉଛି।