ନୂଆଦିଲ୍ଲୀ: ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସାମାଜିକ ଗଣମାଧ୍ୟମ ଏକ୍ସରେ ଆସାମର ଜଣେ ଛୋଟ ଝିଅକୁ ଖୁବ୍ ପ୍ରଶଂସା କରିଛନ୍ତି। ଖବର ମୁତାବକ, ଆସାମର ବୀନିତା ଛେତ୍ରୀ ନାମକ ଜଣେ ଝିଅ ନିଜ ନାଚ କୌଶଳରେ ବ୍ରିଟେନ ଗଟ ଟ୍ୟାଲେଣ୍ଟର ବିଚାରପତିଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ନିଜର ନାଚିବାର କୈଶଳରେ ଏହି ୮ ବର୍ଷିୟା ବାଳିକା ଏହି ଶୋର ଜଜ୍ ଙ୍କ ସହ ଦର୍ଶକ ମାନଙ୍କ ମନ ମୋହିନେଇଥିଲେ। ଆଉ ଏହି ଭିଡିଓ ଦେଖି ଆନନ୍ଦ ମହିନ୍ଦ୍ରା ଏହା ଉପରେ ନିଜ ମନ୍ତବ୍ୟ ରଖିଛନ୍ତି। 

ଛେତ୍ରୀଙ୍କର ଉତ୍ସର୍ଗୀକୃତତା ଓ ଆନ୍ତରିକତା ଅଭ୍ୟାସକୁ ପ୍ରଶଂସା କରି ଆନନ୍ଦ ମହିନ୍ଦ୍ରା ନିଜ ଏକ୍ସ ହ୍ୟାଣ୍ଡେଲରେ “ଏ ଝିଅର ବୟସ ମାତ୍ର ୮ ବର୍ଷ। କିନ୍ତୁ ତାଙ୍କ ନାଚିବାର କୈଶଳ ଅନନ୍ୟ। ଏ ଲକ୍ଷ୍ୟକୁ ହାସଲ କରିବାକୁ ତାଙ୍କୁ ଅନେକ ଉତ୍ସର୍ଗୀକୃତତା ଓ ଆନ୍ତରିକତା ଅଭ୍ୟାସର ଆବଶ୍ୟକତା ପଡିଥିବ। ସେ ମୋର ସେମବାରର ପ୍ରେରଣା” ବୋଲି ଉଲ୍ଲଖ କରିଛନ୍ତି। 




ଛେତ୍ରୀଙ୍କ ଏହି ନୃତିୟ କୈଶଲର ଭିଡିଓ ବିଭିନ୍ନ ସାମଜିକ ଗଣମାଧ୍ୟମରେ ଭାଇରାଲ ହବାରେ ଲାଗିଛି। ଏହି ଭିଡିଓରେ ଛେତ୍ରୀ ଶୋର ଜଜ୍ ମାନହ୍କୁ ନିଜ ପରିଚୟ ଦେବା ସହ ସେ ଏହି କମ୍ପିଟିସନ ଜିତିଲେ ଏକ “ପିଙ୍କ ପ୍ରିନ୍ସେସ୍ ହାଉସ” କିଣିବେ ବୋଲି ଲକ୍ଷ ରଖିଛନ୍ତି ବୋଲି କହିଥିଲେ। 

ଏହି ଭିଡିଓରେ “ମୋ ନାଁ ବୀନିତା ଛେତ୍ରୀ ଓ ମତେ ଆଠ ବର୍ଷ। ମୋ ଘର ଆସାମ, ଭାରତରେ। ବ୍ରିଟେନ ଗଟ ଟ୍ୟଲେମ୍ଟ ମୋ ସ୍ୱପ୍ନର ଷ୍ଟେଜ। ମୁଁ ଏହି ପ୍ରତିଯୋଗିତା ଜିତିବାକୁ ଚାହେଁ। ଆଉ ଜଦି ମୁଁ ଏ ପ୍ରତିଯୋଗିତା ଜିତିଯାଏ ତେବେ ଏକ “ପିଙ୍କ ପ୍ରିନ୍ସେସ୍ ହାଉସ” କିଣିବାର ଲକ୍ଷ୍ୟ ରହିଛି” ବୋଲି ସେ କହିଛନ୍ତି। 

ସମଗ୍ର ଦେଶରୁ ବୀନିତା ଛେତ୍ରୀଙ୍କ ଏହି ଡ୍ୟନ୍ସ ପ୍ରୋଗ୍ରାମ ପାଇଁ ଶୁଭେଚ୍ଛାର ସୁଅ ଆସିବାରେ ଲାଗିଛି। ଆସାମର ମୁଖ୍ୟ ମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ତାହ୍କ ଭିଡିଓ ସେୟାର କରିବା ସହ ତାଙ୍କୁ ଶୁଭେଚ୍ଛା ଜମାଇଛନ୍ତି।