ନୂଆଦିଲ୍ଲୀ : ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ନିଜର #MondayMotivation ପୋଷ୍ଟ ଯୁବା ପାରା ଆର୍ଚେରୀ ପାୟଲ ନାଗଙ୍କୁ ସମର୍ପିତ କରିଛନ୍ତି, ଯିଏକି ବ୍ୟାଙ୍କକରେ ଆୟୋଜିତ ବିଶ୍ୱ ଆର୍ଚେରୀ ପାରା ସିରିଜ୍‌ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ମହିନ୍ଦ୍ରା, ପାୟଲଙ୍କ ସଂଘର୍ଷପୂର୍ଣ୍ଣ ଜୀବନରୁ ନେଇ ପାରା ଆର୍ଚେରୀରେ ବିଶ୍ୱରେ ନାମ ଉଜ୍ଜ୍ୱଳ କରିବାର ଯାତ୍ରାକୁ ଦର୍ଶାଇଛନ୍ତି।

ଓଡ଼ିଶାର ବଲାଙ୍ଗିର ଜିଲ୍ଲାରେ ଏକ ପ୍ରବାସୀ ଶ୍ରମିକଙ୍କ ଘରେ ଜନ୍ମିତ ପାୟଲ ନାଗ ,ପ୍ରାୟ ଆଠ ବର୍ଷ ବୟସର ହୋଇଥିଲେ, ତାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସି ଥିଲା। ବିଦ୍ୟୁତ୍ ଆଘାତରେ ତାଙ୍କର ଚାରି ଅଙ୍ଗ (ହାତ ଗୋଡ଼)ହରାଇ ବସି ଥିଲେ।

ପାୟଲଙ୍କ ସଂଘର୍ଷପୂର୍ଣ୍ଣ ଯାତ୍ରାକୁ ଉଲ୍ଲେଖ କରି ମହିନ୍ଦ୍ରା ଲେଖିଛନ୍ତି – ପାୟଲ ନାଗ । ଓଡ଼ିଶାର ଜଣେ ଦିନମଜୁରିଆ ରାଜମିସ୍ତ୍ରୀଙ୍କର ଝିଅ। ଆଠ ବର୍ଷ ବୟସରେ ବିଦ୍ୟୁତ୍‌ର ଝଟକା ଲାଗି ଥିଲା। ସେ ତାଙ୍କର ସମସ୍ତ ଚାରୋଟି ଅଙ୍ଗ ହରାଇ ବସିଲେ ଏବଂ ସେତେବେଳେ ଏକ ଧନୁ ପାଇ ଥିଲେ।

ସେ ଆହୁରି କହିଛନ୍ତି, ପାୟଲଙ୍କୁ ତାଙ୍କର ପେଟିଂ ମାଧ୍ୟମରେ କୋଚ୍ କୁଲଦୀପ ବେଦୱାନ, ସେହି ବ୍ୟକ୍ତି ଯିଏ ବିଶ୍ୱ ଚାମ୍ପିଅନ ଶୀତଲ ଦେବୀଙ୍କୁ ଗଢି ଥିଲେ। ସେ ଅପ୍ରେଲ ୨୦୨୬ରେ ବ୍ୟାଙ୍କକରେ ଆୟୋଜିତ ବିଶ୍ୱ ପାରା ଆର୍ଚେରୀ ସିରିଜର ଫାଇନାଲରେ ନିଜର ଆଦର୍ଶ ଶୀତଲ ଦେବୀଙ୍କୁ ହରାଇ ଥିଲେ।

ମହିନ୍ଦ୍ରା ଏହା ମଧ୍ୟ ଲେଖିଛନ୍ତି ଯେ, ଯେବେ ବି ତାଙ୍କୁ ନିରାଶ ଅନୁଭବ ହୁଏ, ତ ସେ ପାୟଲ ଓ ଶୀତଲଙ୍କ ଭଳି କାହାଣୀକୁ ପ୍ରେରଣା ନେଇଥାନ୍ତି। ସେ ଆହୁରି କହିଛନ୍ତି – ଏହି ଚାମ୍ପିଅନ କେବଳ ମୋର #MondayMotivation ନୁହେଁ। ଏହା ପ୍ରତିଦିନର ପ୍ରେରଣାର ଉତ୍ସ ହେବ।

ଆନନ୍ଦ ମହିନ୍ଦ୍ରାଙ୍କର ଉକ୍ତ ପୋଷ୍ଟଟି ଦେଖୁ ଦେଖୁ ଖୁବ୍ ଭାଇରାଲ ହେଉଛି ଏବଂ ଅନେକ ଏକ୍ସ ୟୁଜର୍ସ ପାୟଲଙ୍କ ନାଗଙ୍କ ପ୍ରେରଣାଦାୟୀ ଯାତ୍ରାର ପ୍ରଶଂସା କରି ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି , ଏହି ଦୁଇ ଯୁବତୀ ବିଶ୍ୱକୁ ପ୍ରେରଣା ଓ ଦୃଢ ସଂକଳ୍ପରେ ଭରି ଦେଇଛନ୍ତି। ତାଙ୍କୁ ଆହୁରି ଶକ୍ତି ମିଳୁ।

ପିଟିଆଇର ରିପୋର୍ଟ ଅନୁସାରେ , ପାୟଲ ନାଗଙ୍କ ଜୀବନରେ ଏକ ବଡ଼ ମୋଡ ୨୦୨୩ରେ ଆସିଲା , ଯେବେ କୁଲଦୀପ ବେଦୱାନ ସୋସିଆଲ ମିଡ଼ିଆରେ ତାଙ୍କୁ ଖୋଜି ଥିଲେ। ସେ ପାୟଲଙ୍କ ପାରା ଆର୍ଚେରୀରେ ପରିଚିତ କରାଇଲେ ଏବଂ ଏହି ଖେଳରେ ଅନୁପ୍ରାଣୀତ ହେବାକୁ ତାଙ୍କୁ ସାହାଯ୍ୟ କରିଥିଲେ।

ଏହାସହ ମଧ୍ୟ ପଢନ୍ତୁ : ବିଶ୍ୱ ପାରା ଆର୍ଚେରୀ ରାଙ୍କିଙ୍ଗ୍ ସିରିଜ; ସ୍ୱର୍ଣ୍ଣ ଜିତିଲେ ପାୟଲ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ