ନୂଆଦିଲ୍ଲୀ,୧।୪:  ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆଜିକାଲି ସେ ଜାମନଗରରୁ ଦ୍ବାରକା ପର୍ଯ୍ୟନ୍ତ ୧୪୦ କିଲୋମିଟର ପର୍ଯ୍ୟନ୍ତ ପଦଯାତ୍ରା କରିବା ନେଇ ଚର୍ଚ୍ଚାରେ ଅଛନ୍ତି। ଏହା ମଧ୍ୟରେ ଏଭଳି ଏକ ଖବର ଆସିଛି ଯାହାକି ସମସ୍ତଙ୍କୁ ଚକିତ କରିଛି। ତାହା ହେଲା ଏହି ଯାତ୍ରା ବେଳେ ଅନନ୍ତ ୨୫୦ କୁକୁଡାଙ୍କୁ ଦୁଇଗୁଣା ମୂଲ୍ୟ ଦେଇ କିଣିଥିଲ। ଏହା ପଛର କାରଣ ହେଉଛି ସେ କୁକୁଡାଙ୍କୁ ବଞ୍ଚାଇବାକୁ ଏଭଳି ନିଆରା ପଦକ୍ଷେପ ନେଇଥିଲେ। 

ପଦଯାତ୍ରା ବେଳେ ଅନନ୍ତ ଗୋଟିଏ ଟ୍ରକରେ ୨୫୦ କୁକୁଡାକୁ ନିଆଯାଉଥିବାର ଦେଖିଥିଲେ। ସେ ତୁରନ୍ତ ଏହି ଗାଡିକୁ ରୋକିଥିଲେ ଓ ଡ୍ରାଇଭର ସହ କଥା ହୋଇ କୁକୁଡାକୁ ଦୁଇଗୁଣା ମୂଲ୍ୟରେ କିଣିଥିଲେ। ଏହାପରେ ସେ କହିଛନ୍ତି ଏବେ ଆମେ ଏହାକୁ ପାଳିବୁ। ଅନନ୍ତ ଗୋଟିଏ କୁକୁଡାକୁ ହାତରେ ନେଇ ‘ଜୟ ଦ୍ବାରିକାଧିଶ’ ସ୍ଲୋଗାନ ମଧ୍ୟ ଦେଇଥିଲେ।

ଅନନ୍ତ  ଯାତ୍ରାର ପଞ୍ଚମ ଦିନରେ ଭଡତ୍ରା ଗାଁ ନିକଟରେ ବିଶ୍ବନାଥ ଭେଦ ସଂସ୍କୃତ ପାଠଶାଳାରେ ପହଁଞ୍ଚିଥିଲେ। ସେଠାରେ ସେ ସଂସ୍ଥାପକ ମଗନଭାଇ ରାଜ୍ୟଗୁରୁଙ୍କ ପାଦ ଛୁଇଁ ଆର୍ଶିବାଦ ନେଇଥିଲେ। ଏହାପରେ ଖମ୍ବାଳିୟାର ଫୁଲଲିୟା ହନୁମାନ ମନ୍ଦିରରେ ଭରତଦାସ ବାପୁ ତାଙ୍କୁ ସଲ୍ ପକାଇ ସ୍ବାଗତ କରିଥିଲେ। ଅନନ୍ତଙ୍କୁ ବାପୁ ଭଗବାନ ଦ୍ବାରକାଧିଶଙ୍କ ଫଟୋ ଉପହାରରେ ଦେଇଥିଲେ। ଯାହାକୁ ସେ ହାତରେ ନେଇ ଆର୍ଶିବାଦ ରୂପରେ ସ୍ବୀକାର କରିଥିଲେ। ଅନନ୍ତ ନିଜର ଯାତ୍ରା ୨୮ ମାର୍ଚ୍ଚରେ  ଜାମନଗରର ମୋତି ଖାଭଡିରୁ ଆରମ୍ଭ କରିଥିଲେ। ସେ ୧୦ ଅପ୍ରେଲରେ ନିଜର ୩୦ ତମ ଜନ୍ମଦିନ ଦ୍ବାରକାରେ ପାଳନ କରିବେ। ଲୋକଙ୍କୁ ଅସୁବିଧା ଯେପରି ନହେବ, ସେଥିପାଇଁ ଯାତ୍ରା କରୁଛନ୍ତି।