ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କ୍ରିକେଟର ସରଫରାଜ ଖାନଙ୍କୁ ଭେଟିବାକୁ ତାଙ୍କ ଘରେ ପହଞ୍ଚିଲେ ଅନାୟା ବାଙ୍ଗର, ସେୟାର କଲେ ଭିଡ଼ିଓ

Published By : Gurupada Nath | April 22, 2025 5:13 PM

ମୁମ୍ବାଇ, ୨୨/୪ :   ନିକଟରେ ଜେଣ୍ଡର ପରିବର୍ତ୍ତନ କରି ଯୁବତୀ ହୋଇଥିବା ଅନାୟା ବାଙ୍ଗର ଭାରତୀୟ କ୍ରିକେଟର ସରଫରାଜ ଖାନଙ୍କ ଘରେ ପହଞ୍ଚିଛନ୍ତି । ଅନାୟାଙ୍କ ବାପା ସଞ୍ଜୟ ବାଙ୍ଗର ବି ଭାରତ ଲାଗି କ୍ରିକେଟ ଖେଳି ସାରିଛନ୍ତି । ସରଫରାଜଙ୍କ ଘ‌ରେ ପହଞ୍ଚି ସେ ତାଙ୍କ ବାପା ଏବଂ ପରିବାର ସହ ଭେଟିଛନ୍ତି । ସେ କହିଛନ୍ତି କି ପିଲାବେଳୁ ଜଣେ ଅନ୍ୟ ଜଣଙ୍କୁ ଜାଣିଛନ୍ତି ।

ପୂର୍ବରୁ ଅନାୟାଙ୍କ ନା ଆର୍ୟ୍ୟନ ଥିଲା । କିଛି ସମୟ ପୂର୍ବରୁ ସେ ଚର୍ଚ୍ଚାରେ ଆସିଥିଲେ, ଯେତେବେଳେ ଜଣାପଡ଼ିଲା କି ସେ ନିଜ ଜେଣ୍ଡର ପରିବର୍ତ୍ତନ କରୁଛନ୍ତି । ଭାରତ ଆସି ସେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି କି ଯେତେବେଳେ କିଛି ସାଥୀ ଖେଳାଳୀଙ୍କୁ ତାଙ୍କ ବିଷୟରେ ଜଣାପଡ଼ିଲା ତ ସେମାନେ ଗାଳି ଦେଉଥିଲେ । ସେ ଏହା ବି କହିଛନ୍ତି କି ଜଣେ କ୍ରିକେଟର ତାଙ୍କ ସହ ସମ୍ବନ୍ଧ ରଖିବାକୁ ଚାହୁଁଥିଲେ ।  ସେ ତାଙ୍କ ପିଲାବେଳର ସାଙ୍ଗ ସରଫରାଜ ଖାନଙ୍କ ଘରେ ପହଞ୍ଚିଥିଲେ, ଯେଉଁଠାରୁ ସେ କିଛି ଫଟୋ ଭିଡ଼ିଓ ସେୟାର କରିଛନ୍ତି ।

ଅନାୟା ଭେଟିବାର ଫଟୋ ଭିଡ଼ିଓ ସେୟାର କରି ଲେଖିଛନ୍ତି କି, ମୁଁ ଫୋନ୍ ଧରିବା ପୂର୍ବରୁ ବ୍ୟାଟ୍ ଧରିଥିଲି । ଆରମ୍ଭରୁ ଭଲ ବନ୍ଧୁ ଥିଲୁ । ମୁଶୀର ଖାନ ତୁମକୁ ମିସ୍ କରୁଛି‘ । ପ୍ରକାଶ ଯେ, ମୁଶୀର ଖାନ ଏବେ ଆଇପିଏଲ୍ ୨୦୨୫ରେ ପଞ୍ଜାବ କିଙ୍ଗ୍ସର ଭାଗିଦାରୀ ଅଟନ୍ତି । 

ସେହିଭଳି ସରଫରାଜ ଖାନ ବି ଅନାୟାଙ୍କ ସହ ଭିଡ଼ିଓ ସେୟାର କରି କହିଛନ୍ତି କି, ତାଙ୍କ ସହ ମିଶି ବହୁ ଖୁସି ଲାଗୁଛି । ସେ ପ୍ରାୟ ୨-୩ବର୍ଷ ପରେ ଭେଟୁଛନ୍ତି । ଉଭୟ ଫଟୋରେ ଏକ ଥାର୍ କାର୍ ଉପରେ ବସିଥିବା ନଜର ଆସୁଛନ୍ତି । ଯାହାଙ୍କୁ କିଛି ଦିନ ପୂର୍ବରୁ ସରଫରାଜ ମଡିଫାଇ କରିଛନ୍ତି । ତା’ ଉପରେ ସେ ନିଜ ଜର୍ସି ନମ୍ବର ୯୭ ବି ଲେଖିଛନ୍ତି ।

 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.