ପ୍ରମୂଖ ଖବର
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ହିନ୍ଦୁଙ୍କ ବ୍ୟତୀତ ଆଉ କେହି ତିରୁପତି ମନ୍ଦିରରେ କରିପାରିବେନି କାମ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନିର୍ଦେଶ

Published By : Harapriya Biswal | March 21, 2025 6:36 PM

ନୂଆଦିଲ୍ଲୀ,୨୧।୩:  ତିରୁପତି ମନ୍ଦିରରେ କେବଳ ହିନ୍ଦୁମାନେ ହିଁ କାମ କରିବା ଦରକାର। ଏଭଳି ଏକ ନିର୍ଦେଶ ଦେଇଛନ୍ତି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଶୁକ୍ରବାର ମନ୍ଦିରରେ ପୂଜା-ଅର୍ଚ୍ଚନା କରିବା ପରେ ନାଇଡୁ ଏହି କଥା କହିଛନ୍ତି। ସେ କହିଛନ୍ତି ଭିନ୍ନ ଧର୍ମର ଲୋକ ବର୍ତ୍ତମାନ ସମୟରେ କାମ କରୁଛନ୍ତି, ତେଣୁ ତାଙ୍କର ଭାବନାକୁ ଅଣଦେଖା କରିହେବନି। ତାଙ୍କୁ ଅନ୍ୟସ୍ଥାନକୁ ସିଫ୍ଟ କରି ଦିଆଯିବ। ’

ମୁଖ୍ୟମନ୍ତ୍ରୀ ନାଇଡୁ ଏହା ସହ ନିଜର ସବୁ  ଯୋଜନା ମଧ୍ୟ ଲୋକଙ୍କ ସହ ସେୟାର କରିଛନ୍ତି। ଏହା ଅନୁସାରେ, ସାରାଦେଶର ସବୁ ରାଜ୍ୟର ରାଜଧାନୀରେ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ତିଆରି କରିବାର ଯୋଜନା ରହିଛି। ସେ କହିଛନ୍ତି, ସାରା ଦୁନିଆରେ ଭଗବାନ ଭେଙ୍କଟେଶ୍ବରଙ୍କ ସମ୍ପତ୍ତି ସୁରକ୍ଷା ପାଇଁ ପବିତ୍ର ସୁତ୍ରା ବନ୍ଧା ଯାଇଛି। ବହୁ ଭକ୍ତ ବିଦେଶରେ ମଧ୍ୟ ଏଭଳି ମନ୍ଦିର ସ୍ଥାପିତ କରିବାର ଇଚ୍ଛା ରଖିଛନ୍ତି।  

ମନ୍ଦିରର ଚାରିପଟେ ଅର୍ଥାତ ତିରୁମାଲାର ପାହାଡରେ କୌଣସି ପ୍ରକାର କମର୍ସିଆଲ ଆକ୍ଟିଭିଟିରର ପ୍ରୋଜେକ୍ଟକୁ ରଦ୍ଦ କରିଛନ୍ତି ନାଇଡୁ। ସେ କହିଛନ୍ତି, ଗତ ସରକାର ମନ୍ଦିର ନିକଟରେ ୩୫.୩୨ ଏକର ଭୂମି ଉପରେ ମୁମତାଜ ହୋଟେଲର ସ୍ଥାପନା ପାଇଁ ମଞ୍ଜୁରୀ ଦେଇଥିଲେ। ଆମ ସରକାର ଏହାକୁ ରଦ୍ଦ କରିଦେଇଛନ୍ତି। ତିରୁମାଲର ୭ଟି ପାହାଡ ନିକଟରେ କୌଣସି ପ୍ରକାର ବ୍ୟବସାୟିକ ଗତିବିଧି ହେବାକୁ ଦିଆଯିବନି। ଖାଦ୍ୟପେୟ ସେବା ପାଇଁ ଯାହାଙ୍କ ବ୍ୟବସାୟକୁ ମଞ୍ଜୁରୀ ମିଳିଛି, ସେମାନେ କେବଳ ଶାକାହାରୀ ବ୍ୟଞ୍ଜନ ପରସିବେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.