ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ଆମେରିକାରେ ହିଟ୍ ଏଣ୍ଡ ରନ୍, ଗୁଣ୍ଟୁରର ଜଣେ ଛାତ୍ରଙ୍କ ମୃତ୍ୟୁ

Published By : prameya | April 19, 2025 8:48 AM

ନୂଆଦିଲ୍ଲୀ,୧୯/୦୪: ଆମେରିକାରେ ଅଘଟଣ। ମାଷ୍ଟର ଡିଗ୍ରୀ ପଢୁଥିବା ଗୁଣ୍ଟୁରର ଜଣେ ଛାତ୍ରଙ୍କ ମୃତ୍ୟୁ । ଟେକ୍ସାସ ଡେଣ୍ଟନ ସିଟିରେ ଏକ ହିଟ୍ ଏଣ୍ଡ ରନ୍ ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ସେ ତାଙ୍କ ଜଣେ ବନ୍ଧୁଙ୍କ ସହ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଛି । ଏନେଇ ମୃତକଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି । ମୃତ ଛାତ୍ର  ଜଣକ ଭି. ଦୀପ୍ତି ବୋଲି ଜଣାପଡ଼ିଛି । 

ତେବେ ଏପ୍ରିଲ ୧୨ ତାରିଖରେ  ଭି. ଦୀପ୍ତି  କୋରିଲ୍ ଆଲ୍ ଲାଗୁ ଡ୍ରାଇଭ୍‌ର ୨୩୦୦ ବ୍ଲକ୍ ନିକଟରେ ଚାଲିଚାଲି ଯାଉଥିବା ବେଳେ ଏକ ଦ୍ରୁତଗାମୀ ଗାଡ଼ି ତାଙ୍କୁ ଏବଂ ତାଙ୍କ ବନ୍ଧୁ ସ୍ନିଗ୍ଧାକୁ ଧକ୍କା ଦେଇଥିଲା। ସ୍ନିଗ୍ଧା ମଧ୍ୟ ଗୁଣ୍ଟୁର ଜିଲ୍ଲାର। ଦୀପ୍ତିଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା ଏବଂ ତାଙ୍କର ଏପ୍ରିଲ ୧୫ ତାରିଖରେ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ସ୍ନିଗ୍ଧାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। 

ଏହା ମଧ୍ୟ ପଢନ୍ତୁ-  ଭୁଶୁଡ଼ିଲା ୪ ମହଲା କୋଠା; ଚାଲିଗଲା ୪ ଜୀବନ, ଫସିଛନ୍ତି ୧୦

ଏନେଇ ଦୀପ୍ତିଙ୍କ ବାପା ହନୁମନ୍ତ ରାଓ କହିଛନ୍ତି ଯେ, ସେ ଘଟଣା ଦିନ ତାଙ୍କ ସହିତ କଥା ହୋଇଥିଲେ, କିନ୍ତୁ ତାଙ୍କୁ କ୍ଲାସକୁ ଯିବାକୁ ଶୀଘ୍ର ଥିଲା, ତେଣୁ ସେ ତାଙ୍କୁ ରବିବାର ଦିନ ଫୋନ୍ କରିବାକୁ କହିଥିଲେ। କିନ୍ତୁ ଏହା ତାଙ୍କର ଶେଷ ଫୋନ ଥିଲା । ତାଙ୍କ ମୃତଦେହ ଶନିବାର (ଆଜି) ଆମେରିକାରୁ ଅଣାଯିବ ଏବଂ ସୋମବାର ସକାଳ ସୁଦ୍ଧା ହାଇଦ୍ରାବାଦରେ ପହଞ୍ଚିବା ଆଶା କରାଯାଉଛି। ପ୍ରକାଶ ଥାଉକି,  ଦୀପ୍ତି ନରସାରାଓପେଟ ଇଞ୍ଜିନିୟରିଂ କଲେଜରୁ ବି.ଟେକ୍ ସ୍ନାତକ ଡ଼ିଗ୍ରୀ ହାସଲ କରିଥିଲେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.