ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ଭୁଶୁଡ଼ିଲା ୪ ମହଲା କୋଠା; ଚାଲିଗଲା ୧୧ ଜୀବନ

Published By : Ankita S | April 19, 2025 7:47 AM

ନୂଆଦିଲ୍ଲୀ,୧୯/୦୪: ଉତ୍ତର-ପୂର୍ବ ଦିଲ୍ଲୀ ଦୟାଲପୁର ମୁସ୍ତଫାବାଦ ଅଞ୍ଚଳରେ ବଡ଼ ଅଘଟଣ ଘଟିଛି । ଶୁକ୍ରବାର ବିଳମ୍ବିତ ରାତି ପାଖାପାଖି ୩ଟାରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡିଛି । ଏଥିଲେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଭଗ୍ନାବଶେଷ ତଳେ ୮ରୁ ୧୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଅଗ୍ନିଶମ ବିଭାଗ ଓ ଏନ୍‌ଡ଼ିଆରଏଫ ପକ୍ଷରୁ ଉଦ୍ଧାରକାର୍ଯ୍ୟ ହୋଇଥିଲା  ।

ଶୁକ୍ରବାର ବିଳମ୍ବିତ ରାତି । ଶୋଇ ଯାଇଥିଲା ସହର । ନ୍ୟୁ ମୁସ୍ତଫାବାଦ ଶକ୍ତି ବିହାରରେ ଘଟିଥିଲା ବଡ଼ ଅଘଟଣ । ୪ ମହଲା କୋଠା ଭୁଶୁଡ଼ି ପଡିଥିଲା । ଅଘଟଣର ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ । ୪୦ରୁ ଅଧିକ ଉଦ୍ଧାରକାରୀ ଦଳ ସାମିଲ ହୋଇଛନ୍ତି । ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଭଗ୍ନାବଶେଷ ତଳେ ୮ ରୁ ୧୦ ଜଣ ଫସି ରହିଛନ୍ତି । ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ବିଲ୍ଡିଂରେ ୨୦ରୁ ଅଧିକ ଲୋକ ରହୁଥିଲେ । ଅଘଟଣ ପରେ ଚାରିଆଡ଼େ ବିକଳ ଚାତ୍କାର । ନିଜ ପ୍ରିୟଜନଙ୍କୁ ହରାଇ ଦୁଃଖରେ ଆତ୍ମହରା ହୋଇ ବୁକୁ ଫଟାଇ କାନ୍ଧୁଛନ୍ତି ସମ୍ପର୍କୀୟ । ମୃତକଙ୍କ ମଧ୍ୟରୁ ଘର ମାଲିକ ଓ ଅନ୍ୟ ଏକ ପରିବାରର ୭ ଜଣ ରହିଛନ୍ତି ।

#WATCH | Delhi: 4 people died after a building collapsed in the Mustafabad area; rescue and search operation is underway

8-10 people are still feared trapped, said Sandeep Lamba, Additional DCP, North East District pic.twitter.com/qFGALhkPv3

ଉତ୍ତରପୂର୍ବ ଆଡ଼ିସନାଲ ଏସ୍‌ପି, ସନ୍ଦୀପ ଲାମ୍ବା କହିଛନ୍ତି, 'ଶୁକ୍ରବାର ବିଳମ୍ବିତ ରାତି ୩ଟାରେ ଦୁର୍ଘଟଣା ଘଟିଛି । ୪ ମହଲା କୋଠା ଭୁଶୁଡ଼ି ପଡିଛି । ୧୪ ଲୋକଙ୍କୁ ଉଦ୍ଧାର କରାଯାଇଛି । ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ୮ରୁ ୧୦ ଜଣ ଚାପି ହୋଇ ରହିଛନ୍ତି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । କେଉଁ ପରିସ୍ଥିତିରେ କୋଠା ଭୁଶୁଡ଼ିଲା ତାର ତଦନ୍ତ ଚାଲିଛି ।'

ଜଣେ ମୃତକଙ୍କ ସମ୍ପର୍କୀୟ ଶେହଜାଦ ଅହମଦ କହିଛନ୍ତି, ''ରାତି ପ୍ରାୟ ୩ଟା ହେବ ୪ ମହଲା ବିଲ୍ଡିଂ ଭୁଶୁଡ଼ି ପଡିଛି । ଏଥିରେ ମୋର ଦୁଇ ଭଣଜାଙ୍କର ମୃତ୍ୟୁ ହୋଇଛନ୍ତି । ମୋ ଭଉଣୀ-ଭିଣୋଇଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଥିଲା ।''

ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଦୁଃଖ ପ୍ରକାଶ କରିଛନ୍ତି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.