ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଅଦିନିଆ କାଳ ବୈଶାଖୀ ଦେଲା ଦୁଃଖ, ଭଙ୍ଗା ଘରେ ବିତୁଛି ଅଞ୍ଜନାଙ୍କ ଜୀବନ

Published By : Gurupada Nath | May 23, 2025 10:18 PM

ହରଭଙ୍ଗା,୨୩/୫ (ଚିତ୍ତରଞ୍ଜନ ସିଂହ) : ଭଙ୍ଗା ଘରେ ବିତୁଛି ଜୀବନ । ଯାହା ଟିକେ ଥିଲା ଅଦିନିଆ କାଳ ବୈଶାଖୀ ଆସି ସବୁ କିଛି ଉଜାଡ଼ିଦେଲା । ଏବେ ଦିନରେ ସୂର୍ଯ୍ୟ, ରାତିରେ ତାରା ଦେଖି କଟୁଛି ଜୀବନ। ବାସ ହରା ହୋଇ କଟୁଛି ଦିନ । ଆଖିରେ ଲୁହ, ପେଟରେ ଭୋକ ଧରି ଭଗବାନଙ୍କ ଭରସାରେ ପଡ଼ି ରହିଛନ୍ତି । ପଂଚାୟତ ସ୍ତରୀୟ ଅଧିକାରୀ ସାଜିଛନ୍ତି ନିରବଦ୍ରଷ୍ଟା । କୋହ ଭରା କଣ୍ଠରେ ଘର ଖଣ୍ଡିଏ ପାଇଁ ଗଣମାଧ୍ୟମ ଆଗରେ ନେହୁରା କରିଛନ୍ତି । ଏଭଳି ଏକ ଚିତ୍ର ନଜରକୁ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ କୁଟୀଗାଡୁ ଗ୍ରାମରେ । 

           ଗାଁର ଅଞ୍ଜନା ମଲିକ(୫୦) । ୩୦ବର୍ଷ ପୂର୍ବେ ଗୋପାଳ ମଲିକଙ୍କୁ କନ୍ଧ ସମାଜର ବୈଦିକ ରୀତିନୀତିରେ ବିବାହ କରିଥିଲେ l ଗରିବ ପରିବାର ହୋଇଥିଲେ ମଧ୍ୟ ମୂଲ ମଜୁରୀ କରି ଖୁବ ଖୁସିରେ ଦିନ କାଟୁଥିଲେ l ପରିବାର ବଢ଼ି ୨ପୁଅ ଓ ଗୋଟିଏ ଝିଅ ମିଶି ୫ପ୍ରାଣୀ କୁଟୁମ୍ବ ସୁଖ ଦୁଃଖରେ ଚଳି ଆସୁଥିଲେ l ଆଜକୁ ୧୫ବର୍ଷ ପୂର୍ବେ ହଠାତ ଅଞ୍ଜନାଙ୍କ ସ୍ୱାମୀ ଗୋପାଳ ପରିବାର ଓ ସ୍ତ୍ରୀକୁ ଛାଡ଼ି ଆର ପାରିକୁ ଚାଲିଗଲେ । ଏହାପରେ ଅଞ୍ଜନାଙ୍କ ପରିବାର ଉପରେ  କଳା ବାଦଲ ମାଡ଼ି ଆସିଲା l ସ୍ୱାମୀ ହରାଇ ଦୁଃଖରେ ଭାଙ୍ଗି ପଡ଼ିଲେ ଅଞ୍ଜନା। କିନ୍ତୁ ହାର୍ ନ ମାନି ପୁଣି ପୁଅ ଝିଅଙ୍କ ଭବିଷ୍ୟତ ପାଇଁ ଅଣ୍ଟା ଭିଡ଼ିଲେ l ବଢିଲା ଝିଅକୁ ପର ଘରେ ମୂଲ ମଜୁରୀ କରି ଦଶପଲ୍ଲା ବ୍ଲକ ଜାମୁ ସାହିଠାରେ ବିବାହ କରାଇଥିଲେ l ବଡ଼ ପୁଅ ବାପା (ଗୋପାଳ )ମୃତ୍ୟୁର ପାଞ୍ଚ ବର୍ଷ ପୂର୍ବରୁ ଆଜକୁ ୨୦ବର୍ଷ ହେବ ବାହାର ରାଜ୍ୟରେ । କିଛି ଯୋଗାଯୋଗ ନାହିଁ, ସାନ ପୁଅ ଅଜଣା ରୋଗରେ ରୋଗାକ୍ରାନ୍ତ ହୋଇ ଭଉଣୀର ବୋଝ ହୋଇ ଜାମୁ ସାହିରେ l 

ନୀରିହା ବିଧବା, ସର୍ବହରା ଅଞ୍ଜନା ବର୍ତ୍ତମାନ ନିରାଶ୍ରୟା ହୋଇ ଏକୁଟିଆ ଦିନ କାଟୁଥିବାବେଳେ ଅଦିନିଆ କାଳ ବୈଶାଖୀ ଚାଳ ଛପର ଘର ଉଜାଡ଼ି ଦେଇଛି l ପୂର୍ବରୁ ପାଇଥିବା ୩୫ହଜାର ଟଙ୍କାର ସରକାରୀ ଯୋଜନାର ଘର ବହୁ ବର୍ଷରୁ ଭାଙ୍ଗି ଚୁରମାର ହୋଇଯାଇଛି l ବର୍ତ୍ତମାନ ଅଞ୍ଜନା ବାସ ହୀନ l ପଂଚାୟତର ସରପଞ୍ଚ ବିନୋଦିନୀ ପ୍ରଧାନ ଓ ମମିତି ସଭ୍ୟା କମଳିନୀ ବଘାର, କାର୍ଯ୍ୟନିର୍ବାହି ଅଧିକାରୀ ଜଗଦୀଶ ମଲିକଙ୍କୁ ବାରମ୍ବାର ଗୁହାରି କରିଲେ ବି ସମସ୍ତେ ଅଣଦେଖା କରୁଥିବା ଜଣାପଡ଼ିଛି । ଫଳରେ ଗଣମାଧ୍ୟମ ଆଗରେ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ହାତଯୋଡ଼ି ନେହୁରା ହୋଇଛନ୍ତି l ଏଣୁ ବ୍ଲକ ଓ ଜିଲ୍ଲା ପ୍ରଶାସନ ନୀରିହା ଅଞ୍ଜନାଙ୍କୁ ବାସଗୃହ ଖଣ୍ଡିଏ ଯୋଗାଇ ଦେବା ପାଇଁ କୁଟୀଗାଡୁ, ତିଲିଚା ପଦର, ବାଇଶି ପଦା ଗ୍ରାମବାସୀ ସହ ଅଂଚଳର ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.