ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସେତେବେଳେ କାହିଁକି ଚୁପ୍‌ ଥିଲେ ? ଆନ୍ନା ହଜାରେଙ୍କୁ ଟାର୍ଗେଟ କଲେ ସଞ୍ଜୟ ରାଉତ

Published By : Tapas Panda | February 9, 2025 8:12 PM

Image Courtesty: indiatv

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ପରେ, ବରିଷ୍ଠ ସାମାଜିକ କର୍ମୀ ଆନ୍ନା ହଜାରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ଶିବସେନା (UBT)ର ବରିଷ୍ଠ ନେତା ଏବଂ ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତ ତାଙ୍କ ବୟାନ ଉପରେ ପ୍ରଶ୍ନ ଉଠାଇଛନ୍ତି । ରାଉତ କହିଛନ୍ତି ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ପରାଜୟରେ ଆନ୍ନା ହଜାରେ ଖୁସି । ଗତ କିଛି ବର୍ଷ ମଧ୍ୟରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆସିଲେ ମଧ୍ୟ ହଜାରେ କାହିଁକି ନୀରବ ରହିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । 

ସଞ୍ଜୟ ରାଉତ କହିଛନ୍ତି, ‘ମୋଦୀଙ୍କ ଶାସନରେ ଦୁର୍ନୀତି ହେଉଥିବା ସମୟରେ ଆନ୍ନା ହଜାରେ କେଉଁଠି ଥିଲେ ? କେଜ୍ରିୱାଲଙ୍କ ପରାଜୟରେ ହଜାରେ ଖୁସି, କିନ୍ତୁ ଯେତେବେଳେ ଦେଶର ରାଜକୋଷ ଲୁଟ ହେଉଛି ଏବଂ ସମସ୍ତ ଟଙ୍କା ଜଣେ ଶିଳ୍ପପତିଙ୍କ ହାତରେ ଯାଉଛି, ସେତେବେଳେ ହଜାରେଙ୍କ ନୀରବତା ପଛରେ କ'ଣ ରହସ୍ୟ ଥାଇପାରେ?’ ସେ କହିଛନ୍ତି, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଭୋଟର ତାଲିକାରେ ଅନିୟମିତତା ସମ୍ପର୍କରେ ଆନ୍ନା ହଜାରେ ମଧ୍ୟ ନୀରବ ରହିଥିଲ । ହରିୟାଣାରୁ ମଧ୍ୟ ସମାନ ଅଭିଯୋଗ ଆସିଛି । 

ସଞ୍ଜୟ ରାଉତ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଭବିଷ୍ୟତରେ ବିହାର ନିର୍ବାଚନରେ ମଧ୍ୟ ଏପରି ସମସ୍ୟା ଦେଖାଦେଇପାରେ। ୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରଠାରୁ ନିର୍ବାଚନ ପ୍ରକ୍ରିୟାରେ ହେରଫେର ହୋଇଥିବା ଅଭିଯୋଗ କରି ସଞ୍ଜୟ ରାଉତ କହିଛନ୍ତି, ‘ନିର୍ବାଚନରେ ସାମ୍ବିଧାନିକ ପ୍ରକ୍ରିୟା ପାଳନ କରାଯାଉନାହିଁ । ହେରଫେର ଏବଂ ଟଙ୍କା ବଳରେ ଆସନ ଜିତିବା ପ୍ରକ୍ରିୟା ଚାଲିଛି। ସଞ୍ଜୟ ରାଉତ କହିଛନ୍ତି, ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ପରାଜୟର ମୁଖ୍ୟ କାରଣ ହେରଫେର ଏବଂ ଟଙ୍କାର ବ୍ୟବହାର ଥିଲା । ଏହି ନିର୍ବାଚନରେ, ବିଜେପି ୭୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୪୮ଟି ଆସନ ଜିତି ସରକାର ଗଢ଼ିବାକୁ ଯାଉଛି । ସେପଟେ ଆପ୍‌ ସମେତ ଦଳର ସୁପ୍ରିମୋ କେଜ୍ରିୱାଲ ଉଭୟ ପରାଜୟର ସାମ୍ନା କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.