କେନ୍ଦୁଝର ସଦର,୭/୩(ଆପ୍ର): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ପଞ୍ଚାୟତ ସେଣ୍ଡକାପ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୨୦୨୪-୨୫ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଭା କାର୍ଯ୍ୟ ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଳାକାନ୍ତ ଦେହୁରୀ ଅତିଥି ପରିଚୟ ସହ ବାର୍ଷିକ ବିବରଣୀ ପଠନ କରିଛନ୍ତି। ରୁକୁଣାଦେଇପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମାନନ୍ଦ ମହାନ୍ତ ସଭାପତିତ୍ବ କରିବା ସହିତ ମଞ୍ଚ ପରିଚାଳନା ସହ ଛାତ୍ର ଜୀବନରୁ ହିଁ ବିନମ୍ର ହେବା ଯାହା ସମାଜ ଆମଠାରୁ ଆଶା କରୁଛି। ବହୁ ଟଙ୍କାର ଅଧିକାରୀ ସମାଜରେ ପ୍ରତିଷ୍ଠିତ ହୋଇପାରେ ନା ଜ୍ଞାନୀ ଗୁଣି ହେବା ପାଇଁ ଚେଷ୍ଟିତ ରହିବା ବୋଲି ବହୁ ମୁଲ୍ୟ ଅଭିଭାଷଣ ପ୍ରଦାନ କରିଥିଲେ।
ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ମୁଣ୍ଡା, ସମ୍ମାନୀତ ଅତିଥି ଭାବେ ପଦ୍ମପୁର ସିଆରସିସି ଜନ୍ମେଜୟ ସାହୁ, ସ୍ଥାନୀୟ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ଯଦୁମଣି ମହାନ୍ତ, ପାଞ୍ଚ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଥ ମୁଣ୍ଡା, ୟୁବ ସାମ୍ବାଦିକ ବରେନ୍ଦ୍ର କୁମାର ପରିଡ଼ା,ବିଦ୍ୟାଳୟ ପରିଚଳନା କମିଟି ସଭାପତି କ୍ଷୀରୋଦ ଚନ୍ଦ୍ର ପାତ୍ର, ମୁଖ୍ୟ ବକ୍ତା ଭାବେ ଗୋବର୍ଦ୍ଧନ ସାଧନ କେନ୍ଦ୍ର ସଂଯୋଜକ ରମ୍ୟରଞ୍ଜନ ମହାନ୍ତ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ସହିତ ଶିକ୍ଷା ହେଉଛି ଜୀବନ ବ୍ୟାପି ପ୍ରକ୍ରିୟା ଶିକ୍ଷା ହିଁ ଜୀବନ ତେଣୁ ଉପଯୁକ୍ତ ଶିକ୍ଷା ଗ୍ରହଣ କରିବା ସହିତ ସମାଜରେ ସୁ ପ୍ରତିଷ୍ଠିତ ନାଗରିକ ହେବା ପାଇଁ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଶ୍ରୀ ମହାନ୍ତ।
ଅତିଥିଙ୍କ ଉପସ୍ଥିତରେ ଗତ ବାର୍ଷିକ କ୍ରୀଡା ସାଙ୍ଗକୁ ଅନ୍ୟାନ୍ୟ ଥିରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ କରକମଳରେ ମାନ ପତ୍ର ସହ ପୁରସ୍କୃତ କରାଯାଇଛି। ବିଦ୍ୟାଳୟ ଶିକ୍ଷୟତ୍ରୀ ଯଜ୍ଞାସେନି ନାୟକ, ଝାନସିରାଣୀ ବିଶ୍ଵାଳ, ଯସମିତା ରାଉତ, ସୁମିତ୍ରା ସୋରେନ, ଶିକ୍ଷକ ଦୁଷ୍ମନ୍ତ ମହାନ୍ତ, ମେଟ୍ରୋନ ଝରଣା ମହାନ୍ତ ପ୍ରମୁଖ ପରିଚଳନା କମିଟିର ସଦସ୍ୟ ସଦସ୍ୟା ସହାୟତାରେ କାର୍ଯକ୍ରମ ସଫଳ ହୋଇଛି। ଶେଷରେ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।