କଟକ,୨୦/୦୩ : ନରସିଂହପୁରରେ ପୁଣି ଦନ୍ତା ହାତୀ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ମାସକ ମଧ୍ୟରେ ଗଲାଣି ୪ଟି ଦନ୍ତା ହାତୀର ଜୀବନ। ୫ ବର୍ଷୀୟ ଦନ୍ତା ହାତୀ ମୃତ୍ୟୁ ଘଟିଛି । ନରସିଂହପୁର ପୂର୍ବ ବନାଞ୍ଚଳ ଅନ୍ତର୍ଗତ ଖାରୁଆଣି ବିଟ ଖେସେରା ଜଙ୍ଗଲରେ ନିକଟରେ ପଡିଛି ହାତୀ ମୃତଦେହ । ବନାଞ୍ଚଳ ଅଧିକାରୀ କୁଳେଶ୍ ସାହୁ ଓ ଆଠଗଡ଼ ଏସିଏଫ ମନୋଜ ପାତ୍ର ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ହାତୀଟିର କେଉଁ କାରଣରୁ ମୃତ ଘଟିଛି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ । ହାତୀଟି କୁ ହର୍ପିସ୍ ରୋଗ ହୋଇଥିବା ଏସିଏଫ କହିଛନ୍ତି ।
ଏହା ବି ପଢନ୍ତୁ...ରାଜ୍ୟରେ ହାତୀ ମୃତ୍ୟୁ ଉଦ୍ବେଗଜନକ : ୪ ବର୍ଷ ହେଲା ବର୍ଷକୁ ମରୁଛନ୍ତି ୮୧ ହାତୀ
ବର୍ଷକରେ ୮୧ ହାତୀ ମରୁଛନ୍ତି । ରାଜ୍ୟରେ ଗତ ଦେଢ଼ବର୍ଷ (୨୦୨୪-୨୫, ୨୦୨୫-୨୬ ସେପ୍ଟେମ୍ବର ମାସ ସୁଦ୍ଧା) ମଧ୍ୟରେ ୧୧୪ ହାତୀ ପ୍ରାଣ ହରାଇଛନ୍ତି । ଶିକାରୀଙ୍କ ଦ୍ୱାରା ୬ଟି, ବିଦ୍ୟୁତ ଆଘାତରେ ୪୨, ରେଳ ଦୁର୍ଘଟଣାରେ ୪, ବିଭିନ୍ନ ରୋଗଦ୍ୱାରା ୨୯, ପ୍ରାକୃତିକ କାରଣ ଦ୍ୱାରା ୧୭, ଲୋକଙ୍କ ପ୍ରତିଶୋଧ ପରାୟଣ ପାଇଁ ୩ଟି ଏବଂ ଅନ୍ୟାନ୍ୟ ଦୁର୍ଘଟଣା ଯଥା-ପାହାଡ଼ରୁ ପଡ଼ି, ନଦୀନାଳରେ ପଡ଼ି, ନିଜ ଭିତରେ ଲଢ଼େଇ ଇତ୍ୟାଦି ଦ୍ୱାରା ୧୩ ହାତୀଙ୍କ ମୃତ୍ୟୁ ଘଟିଥିବା ନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ବିଧାନସଭାରେ ଉତ୍ତର ରଖିଥିଲେ ।