ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ତାମିଲନାଡୁରେ ଭୂସ୍ଖଳନ, ଗୋଟିଏ ପରିବାରର ୭ ମୃତ

Published By : Anindita Ratha | December 3, 2024 10:36 AM

ନୂଆଦିଲ୍ଲୀ,୦୩/୧୨: ତାମିଲନାଡୁରେ ବାତ୍ୟା ଫେଙ୍ଗାଲର ପ୍ରଭାବ । ଫଳରେ ଲଗାଣ ବର୍ଷା ସାଙ୍ଗକୁ ହେଉଛି ଭୂସ୍ଖଳନ । ଏନେଇ ଗତକାଲି ରାତିରେ ତିରୁବନ୍ନାମଲାଇ ଜିଲ୍ଲାରେ  ହୋଇଛି ଭୂସ୍ଖଳନ। ଫଳରେ ପାହାଡର ତଳିଆ ଅଞ୍ଚଳରେ ଥିବା ମାଟି ଅତଡ଼ା ଖସି ଗୋଟିଏ ପରିବାର ୭ ଜଣଙ୍କର ମୃତ୍ୟୁ ହୋଇଛି।

ତେବେ ସୂଚନା ମୁତାବକ, ରବିବାର ଦିନ ତାମିଲନାଡୁର ତିରୁବନ୍ନାମଲାଇ ଜିଲ୍ଲାର ବାତ୍ୟା ଫେଙ୍ଗାଲ ପ୍ରଭାବରୁ ପ୍ରବଳ ବର୍ଷା ହୋଇଥିଲା । ଦୁଇ ଦିନ ଲଗାଣ ବର୍ଷା ଯୋଗୁଁ  ମାଟି ଅତଡା ଖସି ଗୋଟିଏ ୭ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ଜଣାପ଼ିଛି। ଏନେଇ ଜିଲ୍ଲାପାଳ କହିଛନ୍ତି, ରବିବାର ସନ୍ଧ୍ୟାରେ ତିରୁବନ୍ନାମଲାଇର ଅନ୍ନାମଲାଇୟାର ପାହାଡର  ବିଓସି ନଗରରେ ହୋଇଥିବା ଭୂସ୍ଖଳନ ଫଳରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ଏନେଇ ୩୦ ଟି ଏନଡିଆରଏଫ୍ କର୍ମଚାରୀ ଉଦ୍ଧାର କାର୍ଯ୍ୟ କରିଛନ୍ତି । ତେବେ ବାତ୍ଯା ଫେଙ୍ଗାଲ ପ୍ରଭାବରେ ତାମିଲନାଡୁରେ ଲାଗି ରହିଛି ବର୍ଷା । ଫଳରେ ଭୂସ୍ଖଳନ ସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି।  ସେପଟେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଉଦ୍ଧାରକାର୍ଯ୍ୟ ପ୍ରଭାବିତ ହୋଇଛି। ଆଗକୁ ମଧ୍ୟ ପାହାଡ଼ରୁ ମାଟି ଧସିବା ନେଇ ସତର୍କତା ଜାରି କରିଛି ପ୍ରଶାସନ। ସେପଟେ ତାମିଲନାଡୁ ଭିଲିପୁରମରେ  ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.