ନୂଆଦିଲ୍ଲୀ – ଦିଲ୍ଲୀର ଜନକପୁରୀରେ ଗାତରେ ଖସି ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏବେ ରୋହିଣୀରେ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ମଙ୍ଗଳବାର ଖୋଲା ନାଳ(ସେୱର)ରେ ଖସି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଘଟଣାଟି ବେଗମପୁର ଥାନା ଅଞ୍ଚଳର। ମୃତକଙ୍କ ନାଁ ୩୦ ବର୍ଷିୟ ବିରଜୁ କୁମାର। ସେ ବିହାରରେ ଥିବା ସମସ୍ତିପୁରରେ ରୁହନ୍ତି ଏବଂ ଶ୍ରମିକ ଭାବେ କାମ କରନ୍ତି। କୁହାଯାଉଛି ଯେ ଏହି ସିୱେର ଡିଡିଏର ଜମିରେ ନିର୍ମିତ ହୋଇଥିଲା।

କୁହାଯାଏ ଯେ, ବ୍ୟକ୍ତି ଜଣଙ୍କ ସୋମବାର ମଦ ନିଶାରେ ସିୱେରର ଖୋଲା ମ୍ୟାନହୋଲରେ ଖସି ପଡ଼ିଥିଲେ ଏବଂ ମଙ୍ଗଳବାର ତାଙ୍କର ବନ୍ଧୁ ଘଟଣା ବିଷୟରେ ପୁଲିସ ଓ ସ୍ଥାନୀୟ ଲୋକଙ୍କୁ କହିଥିଲେ , ଏହାପରେ ତାଙ୍କର ମୃତଦେହକୁ ମଙ୍ଗଳବାର ସନ୍ଧ୍ୟାରେ ସିୱେରରୁ ବାହାର କରାଯାଇ ଥିଲା।

ପୁଲିସ ମଙ୍ଗଳବାର ଦ୍ୱିପ୍ରହର ସମୟ ପାଖାପାଖି ୨ଟା ୩୬ ରେ ବେଗମପୁର ଥାନାରେ ଜଣେ ବ୍ୟକ୍ତି ସିୱେରରେ ଖସି ପଡ଼ିବାର ସୂଚନା ପାଇଥିଲା। ଘଟଣା ସ୍ଥଳରେ ଥିବା ଆମିର ହୁସୈନ ନାମକ ବ୍ୟକ୍ତି କହିଥିଲେ ଯେ, ତାଙ୍କର ଦୁଇ ଜଣ ବନ୍ଧୁ , ଜଣେ ୩୩ ବର୍ଷିୟ ବୁଧାନ ଦାସ ଓ ଅନ୍ୟ ଜଣେ ୩୨ ବର୍ଷିୟ ବିରଜୁ କୁମାର ରାୟ। ସେମାନେ ବିହାର ବାସିନ୍ଦା। ସୋମବାର ରାତି ପାଖାପାଖି ୭ଟା ୩୦ରେ ତାଙ୍କର ବସ୍ତିକୁ ଫେରୁଥିଲେ। ମଦ ନିଶାରେ ଥିବା କାରଣରୁ ବିରଜୁ ନିଜର ସନ୍ତୁଳନ ହରାଇ ବସିଥିଲେ ଏବଂ ଖୋଲା ମ୍ୟାନହୋଲରେ ଯାଇ ଖସି ପଡ଼ିଥିଲେ।

ଆଶ୍ଚର୍ଯ୍ୟର କଥା ଏହା ଯେ, ବିରଜୁ ସହ ଥିବା ତାଙ୍କର ବନ୍ଧୁ ବୁଧାନ ଦାସ ନିଶାରେ ଏତେ ଚୁର ଥିଲା ଯେ, ସେ ରାତିରେ କାହାକୁ ଏହି ଘଟଣାର ସୂଚନା ଦେଇ ନଥିଲ। ଦ୍ୱିପ୍ରହରରେ ଯେବେ ତାଙ୍କର ଚେତା ଫେରିଲା , ସେତେବେଳେ ସେ ଆମିର ହୁସୈନଙ୍କୁ ଏହି ଦୁର୍ଘଟଣା ବିଷୟରେ କହି ଥିଲେ। ସୂଚନା ପାଇବା କ୍ଷଣି ଦିଲ୍ଲୀ ପୁଲିସ , ଡିଡିଏ ଓ ଦମକଳ ବିଭାଗର ଟିମ୍ ତୁରନ୍ତ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ। ଅନେକ ଚେଷ୍ଟା ପରେ ବିରଜୁଙ୍କୁ ମ୍ୟାନହୋଲରୁ ବାହାର କରାଗଲା ଏବଂ ହସ୍ପିଟାଲ ପଠାଗଲା,ଯେଉଁଠି ଆଗାମୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।