କୋଲକାତା : ପଶ୍ଚମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି)ର ପରାଜୟ ପରେ ଗୋଟିଏ ପରେ ଗୋଟିଏ ୱିକେଟ୍ ଖସିବାରେ ଲାଗିଛି। ପୂର୍ବତନ ରାଜ୍ୟସଭା ସଦସ୍ୟ ଓ ତୃଣମୂଳ କଂଗ୍ରେସ ନେତା ଶାନ୍ତନୁ ସେନ ଗୁରୁବାର ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। ସେ ଆରଜି କର ଦୁଷ୍କର୍ମ ଓ ହତ୍ୟା ମାମଲା ତଥା ସଂସ୍ଥାନ ସହ ଜଡ଼ିତ ଦୁର୍ନୀତିର ଅଭିଯୋଗକୁ ନେଇ ପାର୍ଟିର କଡ଼ା ସମାଲୋଚନା କରିଛନ୍ତି। କୋଲକାତା ନଗର ନିଗମ (କେଏମସି)ର କାଉନ୍ସିଲର ସେନ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରି କହିଛନ୍ତି ଯେ, ସେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଜନାଦେଶର ସମ୍ମାନ କରି ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଉଛନ୍ତି।
ଡାକ୍ତରରୁ ନେତା ହୋଇଥିବା ସେନ ଚିଠିରେ ଗତ ବର୍ଷ କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଡ୍ୟୁଟିରେ ଥିବା ଜଣେ ମହିଳା ଡାକ୍ତରଙ୍କୁ କଥିତ ଦୁଷ୍କର୍ମ ଓ ହତ୍ୟା ଘଟଣା ତଥା ସଂସ୍ଥା ସହ ଜଡ଼ିତ ଦୁର୍ନୀତି ଅଭିଯୋଗର ଉଲ୍ଲେଖ କରିଥିଲେ। ସେନ ତୃଣମୂଳର ସେହି ପ୍ରମୁଖ ନେତାଙ୍କ ମଧ୍ୟରେ ଜଣେ ଥିଲେ , ଯିଏକି ହସ୍ପିଟାଲରେ ହୋଇଥିବା ଏହି ଘଟଣା ପରେ ସେଠାରେ କଥିତ ଅନିୟମିତତା ବିଷୟରେ ଖୋଲି କରି ସ୍ୱର ଉଠାଇ ଥିଲେ। ଉକ୍ତ ଘଟଣା ପରେ ପୂରା ରାଜ୍ୟ ଓ ଦେଶରେ ବ୍ୟାପକ ଆକ୍ରୋଶ ଓ ପ୍ରତିବାଦ ଆରମ୍ଭ ହୋଇଥିଲା।
ତାଙ୍କର ଟିପ୍ପଣୀ ପରେ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତୃଣମୂଳରୁ ନିଲମ୍ୱିତ କରିଦିଆ ଯାଇ ଥିଲା। ସେନ ବାନାର୍ଜୀଙ୍କୁ ଲେଖି ଥିବା ଚିଠିରେ କହିଥିଲେ , ଜନତାଙ୍କ ନିଷ୍ପତ୍ତିକୁ ସ୍ୱୀକାର କରି ,ମୁଁ ରାଷ୍ଟ୍ରୀୟ ମୁଖପାତ୍ର ପଦକୁ ଇସ୍ତଫା ଦେବାକୁ ନିଷ୍ପତ୍ତ ନେଇଛି।
ସେନ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି ,କିନ୍ତୁ ପାର୍ଟି ଛାଡ଼ି ନାହାନ୍ତି। ଏହି ଘଟଣାକ୍ରମ ଏମିତି ସମୟରେ ସାମ୍ନାକୁ ଆସିଛି , ଯେବେ ସଦ୍ୟ ବିଧାନସଭା ନିର୍ବାଚନରେ ମିଳିଥିବା ପରାଜୟ ପରେ ତୃଣମୂଳର ଭିତରେ ଅଶାନ୍ତି ଦେଖା ଦେଇଛି। ଦଳର କାର୍ଯ୍ୟକଳାପ ଓ ନେତୃତ୍ୱର କାର୍ଯ୍ୟଶୈଳୀକୁ ନେଇ ଅନେକ ନେତା ନିଜର ଅସହମତି ଓ ଅସନ୍ତୁଷ୍ଟତା ବ୍ୟକ୍ତ କରୁଛନ୍ତି।
ଅନ୍ୟପଟେ ,ମମତା ବାନାର୍ଜୀଙ୍କ ଆଉ ଜଣେ ସାଂସଦ ପ୍ରଶ୍ନ ଉଠାଇଛନ୍ତି। ଟିଏମସି ସାଂସଦ ସୁଖେନ୍ଦୁ ଶେଖର ରାୟ କହିଛନ୍ତି , ସେହି ଜନତା,ଯିଏକି ଅପ୍ରେଲ ୨୦୨୪ରେ ହୋଇଥିବା ଲୋକସଭା ନିର୍ବାଚନରେ ଆମକୁ ୨୯ଟି ଆସନରେ ବିଜୟ ଦେଇଥିଲେ। ହେଲେ ପ୍ରାୟ କିଛି ମାସ ପରେ ,ଯେବେ ଆରଜି କର ଘଟଣା ହେଲା , ତ ଆମକୁ କିଛି ବୁଝିବାର ଥିଲା।ସେହି ଜନତା ଯିଏକି ଆମକୁ ଏତେ ସମର୍ଥନ ଦେଇଥିଲେ , ଏବେ ଲକ୍ଷ ଲକ୍ଷ ସଂଖ୍ୟାରେ ରାସ୍ତାକୁ ଓହ୍ଲାଇ ଆସିଥିଲେ। ପୂରା ରାତି ଜାଗ୍ରତ ରହିଥିଲେ। ଆମକୁ ଏହା ପଛରେ ଲୁଚି ଥିବା ବାର୍ତ୍ତାକୁ ବୁଝିବାର ଥିଲା।
ଆହୁରି ମଧ୍ୟ ପଢନ୍ତୁ : କଂଗ୍ରେସର ସବୁଠୁ ବଡ଼ ‘ଟ୍ରବଲସୁଟର’ ଶିବକୁମାର : ଅନେକ ଅପରେସନ ଲୋଟସକୁ ଦେଇଛନ୍ତି ମାତ୍ ; ଗୁଜରାଟ ଯାଏ ଦେଖାଇଛନ୍ତି ନିଜର ଦମ୍
ଏହି ଭିଡିଓ ଦେଖନ୍ତୁ : ମୁସଲମାନ ଦେଶରେ ତୁଳସୀର ଜୋରଦାର ଚାହିଦା !ପାକିସ୍ତାନ ଓ UAEକୁ ତୁଳସୀ ପଠାଉଛି ଭାରତ