ନୂଆଦିଲ୍ଲୀ,୩।୬: ପାକିସ୍ତାନ ପାଇଁ ଗୁପ୍ତଚର କାମ କରିବା ଅଭିଯୋଗରେ ପୁଣି ଜଣେ ଗିରଫ। ପାକ୍ ଗୁଇନ୍ଦା ଏଜେନ୍ସି ଆଇଏସଆଇ ପାଇଁ କାମ କରୁଥିବା ବ୍ୟକ୍ତିକୁ ଗିରଫ କରିଛି ପଞ୍ଜାବ ପୋଲିସ । ଅଭିଯୁକ୍ତ ଭାରତୀୟ ସେନାର ଗତିବିଧି ଏବଂ ଅପରେସନ୍ ସିନ୍ଦୂର ବାବଦରେ ପାକିସ୍ତାନକୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଉଥିଲା।
ପୁଣି ଜଣେ ଦେଶଦ୍ରୋହୀ ଗିରଫ। ପାକିସ୍ତାନକୁ ଭାରତର ଗୁଇନ୍ଦା ସୂଚନା ପଠାଇବା ଅଭିଯୋଗ ଗଗନଦୀପ ସିଂହ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ପଞ୍ଜାବ ପୋଲିସ। ଅଭିଯୁକ୍ତ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ସହ ଖଲିସ୍ତାନୀ ଆତଙ୍କୀ ଗୋପାଳ ସିଂହ ଚାଓ୍ବଲାର ସମ୍ପର୍କରେ ଥିଲା। ସେ ଦୀର୍ଘ ସମୟ ଧରି ସୀମା ନିକଟରେ ଘଟୁଥିବା ସେନା ଗତିବିଧି ବିଷୟରେ ସୂଚନା ଦେଉଥିଲା। ଏପରିକି ତା ମଧ୍ୟରେ ‘ଅପରେସନ୍ ସିନ୍ଦୂର’ର ସମ୍ବେଦନଶୀଳ ସୂଚନା ମଧ୍ୟ ରହିଛି। ସେନାର ମୁତୟନ, ଗୁରୁତ୍ବପୂର୍ଣ୍ଣ ସ୍ଥାନ ସହ ବହୁ ସମ୍ବେଦନଶୀଳ ସୂଚନା ସେ ପ୍ରଦାନ କରୁଥିଲା। ପଞ୍ଜାବ ପୋଲିସ ଡିଜି ଗୌରବ ଯାଦବ କହିଛନ୍ତି, ପ୍ରାଥମିକ ତଦନ୍ତ ପରେ ଜଣାପଡିଛି ଗଗନଦୀପ ସିଂହ ଗତ ୫ ବର୍ଷ ହେବ ପାକିସ୍ତାନରେ ଥିବା ଖଲିସ୍ତାନୀ ଆତଙ୍କୀ ଗୋପାଳ ସିଂହର ସମ୍ପର୍କରେ ଥିଲା। ତା ଜରିଆରେ ସେ ପିଆଇଓରୁ ପେମେଣ୍ଟ ମଧ୍ୟ ମିଳିଛି। ଏହା ପୂର୍ବରୁ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାକୁ ପୋଲିସ ଗିରଫ କରିଥିଲା। ଜ୍ୟୋତି ପାକିସ୍ତାନକୁଦେଶର ଗୁପ୍ତ ସୂଚନା ଦେଉଥିଲେ। ଏହା ସହ ବହୁବାର ପାକିସ୍ତାନ ଗସ୍ତ କରିବା ସହ ଆଇଏସଆଇ ସହ ତାଙ୍କର ଭଲ ସମ୍ପର୍କ ଥିଲା। ଏହାପରେଦେଶର ବହୁ ସ୍ଥାନରୁ ପାକ୍ ପାଇଁ ଗୁପ୍ତଚର ଥିବା ବହୁଲୋକଙ୍କୁ ପୋଲିସ ଗିରଫ କରିସାରିଛି।