କଟକ, ୦୮/୦୩: ସିନେ ତାରକା  ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି  ଓ ଜାଗ୍ରତି ଶୁକ୍ଲାଙ୍କ ବିବାହକୁ ନେଇ  ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋରଦାର  ହେଉଛି । ଇତିମଧ୍ୟରେ ନିର୍ବନ୍ଧ ଶେଷ  ହୋଇଥିବା ସୂଚନା ମିଳିଛି । ନିର୍ବନ୍ଧ  ବେଳର ଫଟୋ ବିଭିନ୍ନ ସୋସିଆଲ୍‌ ମିଡିଆରେ ଘୂରିବୁଲୁଛି । ଫଟୋରେ  ଉଭୟ ପରସ୍ପର ହାତ ଧରିଥିବା  ଦେଖିବାକୁ ମିଳିଛି । ନିର୍ବନ୍ଧ ଦିଲ୍ଲୀରେ  ହୋଇଥିବା ନେଇ ଚର୍ଚ୍ଚା ହେଉଥିବା  ବେଳେ ଅନୁଭବଙ୍କ ପକ୍ଷରୁ କିନ୍ତୁ ଏନେଇ  କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

 ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ  ବିବାହ ବିଚ୍ଛେଦ ପରେ ଅନୁଭବ ଖୁବଶୀଘ୍ର ଜାଗ୍ରତିଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା । ଦୀର୍ଘଦିନ ଧରି ଏନେଇ ଆଲୋଚନା ହେଉଥିବା ବେଳେ ଶୁକ୍ରବାର  କିନ୍ତୁ ନିର୍ବନ୍ଧ ଶେଷ ହୋଇଥିବା କୁହାଯାଉଛି । ଅବଶ୍ୟ ବିବାହ ତାରିଖ  ସଂପର୍କରେ କିନ୍ତୁ ଭିନ୍ନ ଭିନ୍ନ ସୂଚନା ଆସୁଛି । ପୂର୍ବରୁ ୬ ତାରିଖରେ ନିର୍ବନ୍ଧ ଓ ୧୧  ତାରିଖରେ ବିବାହ ହେବ ବୋଲି କୁହାଯାଉଥିଲା ।  

୭ ତାରିଖରେ ନିର୍ବନ୍ଧ ଫଟୋ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଛି । ଉଭୟଙ୍କ ନିର୍ବନ୍ଧ  ଫଟୋ ବିଭିନ୍ନ ସିନେମା ହ୍ୱାଟ୍‌ସ୍‌ ଆପ୍‌ ଗ୍ରୁପ୍‌ ସହ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌  କରାଯାଇଛି ଓ ଫ୍ୟାନ୍‌ମାନେ ଶୁଭେଚ୍ଛା ଜଣାଉଛନ୍ତି । ବାହାଘର ରାଜସ୍ଥାନରେ ହେବା ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ବିବାହ ସଂପର୍କରେ ଅନୁଭବ କେବେ  ତାଙ୍କ ପ୍ରଶଂସକମାନଙ୍କୁ ସୂଚନା ଦେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି ।