ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଅନୁଭବ-ଜାଗ୍ରତିଙ୍କ ସରିଲା ନର୍ବନ୍ଧ, ଖୁବ୍‌ଶୀଘ୍ର ପଡିବ ହାତଗଣ୍ଠି: ରାଜସ୍ଥାନରେ ଡେଷ୍ଟିନେସନ୍‌ ୱେଡିଂ !

Published By : Prameya | March 8, 2025 8:27 AM

କଟକ, ୦୮/୦୩: ସିନେ ତାରକା  ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି  ଓ ଜାଗ୍ରତି ଶୁକ୍ଲାଙ୍କ ବିବାହକୁ ନେଇ  ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋରଦାର  ହେଉଛି । ଇତିମଧ୍ୟରେ ନିର୍ବନ୍ଧ ଶେଷ  ହୋଇଥିବା ସୂଚନା ମିଳିଛି । ନିର୍ବନ୍ଧ  ବେଳର ଫଟୋ ବିଭିନ୍ନ ସୋସିଆଲ୍‌ ମିଡିଆରେ ଘୂରିବୁଲୁଛି । ଫଟୋରେ  ଉଭୟ ପରସ୍ପର ହାତ ଧରିଥିବା  ଦେଖିବାକୁ ମିଳିଛି । ନିର୍ବନ୍ଧ ଦିଲ୍ଲୀରେ  ହୋଇଥିବା ନେଇ ଚର୍ଚ୍ଚା ହେଉଥିବା  ବେଳେ ଅନୁଭବଙ୍କ ପକ୍ଷରୁ କିନ୍ତୁ ଏନେଇ  କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

 ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ  ବିବାହ ବିଚ୍ଛେଦ ପରେ ଅନୁଭବ ଖୁବଶୀଘ୍ର ଜାଗ୍ରତିଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା । ଦୀର୍ଘଦିନ ଧରି ଏନେଇ ଆଲୋଚନା ହେଉଥିବା ବେଳେ ଶୁକ୍ରବାର  କିନ୍ତୁ ନିର୍ବନ୍ଧ ଶେଷ ହୋଇଥିବା କୁହାଯାଉଛି । ଅବଶ୍ୟ ବିବାହ ତାରିଖ  ସଂପର୍କରେ କିନ୍ତୁ ଭିନ୍ନ ଭିନ୍ନ ସୂଚନା ଆସୁଛି । ପୂର୍ବରୁ ୬ ତାରିଖରେ ନିର୍ବନ୍ଧ ଓ ୧୧  ତାରିଖରେ ବିବାହ ହେବ ବୋଲି କୁହାଯାଉଥିଲା ।  

୭ ତାରିଖରେ ନିର୍ବନ୍ଧ ଫଟୋ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଛି । ଉଭୟଙ୍କ ନିର୍ବନ୍ଧ  ଫଟୋ ବିଭିନ୍ନ ସିନେମା ହ୍ୱାଟ୍‌ସ୍‌ ଆପ୍‌ ଗ୍ରୁପ୍‌ ସହ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌  କରାଯାଇଛି ଓ ଫ୍ୟାନ୍‌ମାନେ ଶୁଭେଚ୍ଛା ଜଣାଉଛନ୍ତି । ବାହାଘର ରାଜସ୍ଥାନରେ ହେବା ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ବିବାହ ସଂପର୍କରେ ଅନୁଭବ କେବେ  ତାଙ୍କ ପ୍ରଶଂସକମାନଙ୍କୁ ସୂଚନା ଦେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.