କେନ୍ଦୁଝର,୦୧/୦୭: ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ କେନ୍ଦୁଝର ଜିଲ୍ଲାରଆଦିବାସୀ ଜୁଆଙ୍ଗ ନାବାଳିକା ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୪ରେ ପହଞ୍ଚିଛି । ବୁଧବାର ପୁଣି ଜଣେ ଶ୍ରମିକ ପ୍ରାଣ ହରାଇଛି ।ମୃତକ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ପିଠାଗୋଳା ପଞ୍ଚାୟତ ହେଲେଖରବା ଗାଁର ଭିମ ଜୁଆଙ୍ଗଙ୍କ ଝିଅ ଅଞ୍ଜଳି ଜୁଆଙ୍ଗ। ତେବେ ଓଡ଼ିଶାରୁ ଗରିବ ଏବଂ ଶ୍ରମିକମାନଙ୍କୁ ହରିଚନ୍ଦନପୁରଥାନା ଅଞ୍ଚଳର ଜନୈକ ମହିଳା ଦଲାଲ ଏବଂ କାଳିଆହୋତା ଗ୍ରାମର ଶ୍ରୀକାନ୍ତ ଜୁଆଙ୍ଗ ଆର୍ଥିକ ପ୍ରଲୋଭନ ଦେଖାଇ ତାମିଲନାଡୁ ସ୍ଥିତ ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିକୁ କାର୍ଯ୍ୟ କରିବାକୁ ନେଇଥିଲେ । ଏହିଘଟଣା ପରେ ଜିଲ୍ଲା ଶ୍ରମ ବିଭାଗ ଦଲାଲ ଶ୍ରୀକାନ୍ତଜୁ ଆଙ୍ଗକୁ ଦାୟୀ କରି ତେଲକୋଇ ଥାନାରେ ଏତଲା ଦେଇଛି । ଶ୍ରୀକାନ୍ତ ପ୍ରଲୋଭିତ କରି ନାବାଳିକା ଶ୍ରମିକଙ୍କୁ କାମ କରିବାକୁ ନେଇଥିବା ଏତଲାରେ ଶ୍ରମବିଭାଗ ଦର୍ଶାଇଛି ।
ଅଧିକ ପଢ଼ନ୍ତୁ :- Pitabas Panda murder case: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଟ୍ୱିଷ୍ଟ୍, ବିକ୍ରମ ପଣ୍ଡାଙ୍କ ସମେତ ୧୪ ଅଭିଯୁକ୍ତଙ୍କ ଉପରୁ ଉଠିଲା ହତ୍ୟା ଦଫା
ଶ୍ରୀକାନ୍ତ ଜୁଆଙ୍ଗ ସମ୍ପ୍ରଦାୟର ହୋଇଥିବାରୁ ଜିଲ୍ଳାର କମ୍ ବୟସ୍କ ଶ୍ରମିକ ମାନଙ୍କୁ ମୋଟାଅଙ୍କର ଦରମା ଲୋଭରେ କାମ କରିବାକୁ ନେଇଥିବା ଅଭିଯୋଗ ହୋଇଥିଲା । ଶ୍ରମ ବିଭାଗରଏତଲା ପରେ ଘଟଣା ଭିନ୍ନମୋଡ଼ ନେଇଛି । ତେବେ ଶ୍ରମବିଭାଗ ଏତଲା ପରେ ଘଟଣାର ଗୁରୁତ୍ୱ ବଢ଼ିଯାଇଛି । ପ୍ରଥମ ପର୍ଯ୍ୟାୟରେ ତେଲକୋଇ ଥାନାରେ ଏତଲା ଦିଆଯାଇ ଥିବା ବେଳେ ପରେ କେନ୍ଦୁଝର ଟାଉନ ଥାନା ହରିଚନ୍ଦନପୁର ଥାନାରେ ଏତଲା ଦିଆଯିବ ବୋଲି ସୂଚନା ମିଳିଛି । ତାମିଲନାଡୁରେ ଏହି ଦୁର୍ଘଟଣା ପରେ ସେଠାକାର ପୁଲିସ ଶ୍ରୀକାନ୍ତ ଜୁଆଙ୍ଗ ନାମରେ ମାମଲା ରୁଜୁକରି ଅଟକ ରଖିଥିବା ସୂଚନା ମିଳିଛି।