ମୀନ ଦି୧୮ନ ଇଂରାଜୀ ତା.୦୧.୦୪.୨୦୨୬ ମସିହା, ଚୈତ୍ରମାସ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି । ପ୍ରାତଃ ଘ୬/୫୧ମି ଗତେ ପୂର୍ଣ୍ଣିମା ତିଥି ଭୁକ୍ତ, ବୁଧବାର, ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର, ଦ୍ୱିଜା ଘ୪/୪୫ମି । କନ୍ୟାଚନ୍ଦ୍ର : ୬୦ ଦଣ୍ଡ, ଅହୋରାତ୍ର । ଅମୃତ ଦିବା ତା.୭/୨୨ମି ମଧ୍ୟେ (ଦିବା ଘ୧୨/୧୦ମି ଗତେ, ଘ୧/୪୬ମି ମଧ୍ୟେ ।ମାହେନ୍ଦ୍ର ବେଳା : ଦିବା ଘ୪/୧୦ମି ଗତେ, ଘ୫/୪୬ମି ମଧ୍ୟେ ।କାଳବେଳା : ଦିବା ଘ୮/୪୮ ମିନିଟ୍ ଗତେ, ଘ୧୦/୦୯ମି ମଧ୍ୟେ । ମୃତେ ଦିବା ଘ୪/୪୫ମିନିଟ୍ ମଧ୍ୟେ ଘାତଦୋଷ (ତିଳମଞ୍ଚନଦାନ), ଯୋଗିନୀ ପଶ୍ଚିମେ, ଦିବା ଘ୬/୫୧ମି ଗତେବାୟବ୍ୟେ (ଯାତ୍ରାଦି ଶୁଭକର୍ମ ନାସ୍ତି)।
ଆଜିର ରାଶିଫଳ
ମେଷ : ଷଷ୍ଠ ଚନ୍ଦ୍ର - ଅର୍ଥପ୍ରାପ୍ତି, ସମ୍ମାନ ଲାଭ, ଶତ୍ରୁକ୍ଷୟ, ସାମାନ୍ୟ ଶରୀର ପୀଡ଼ା, ଶୁଭରଙ୍ଗ : ନାଲି, ହଳଦିଆ, ପିଙ୍କ୍, ଶୁଭରତ୍ନ : ରୁବି, ରେଡ୍କୋରାଲ, ପୋଖରାଜ ।
ବୃଷ : ପଞ୍ଚମ ଚନ୍ଦ୍ର (ଘାତଚନ୍ଦ୍ର) ଅର୍ଥହାନି, ଶତ୍ରୁଭୟ, ସମ୍ମାନ ହାନି, ମନସ୍ତାପ, ଧୈର୍ଯ୍ୟହାନି । ଶୁଭରଙ୍ଗ : ଧଳା, ସିଲ୍ଭର, ଶୁଭରତ୍ନ : ମୋତି, ଶ୍ୱେତ ପ୍ରବାଳ, ପନ୍ନା ।
ମିଥୁନ : ଚତୁର୍ଥ ଚନ୍ଦ୍ର- ମନ ବ୍ୟାକୁଳ, ବନ୍ଧୁନାଶ, ଅର୍ଥହାନି, ଧୈର୍ଯ୍ୟରେ ବାଧା, ରାଜକର୍ମରେ ବିଳମ୍ବ ଘଟିବ। ଶୁଭରଙ୍ଗ : ହଳଦିଆ, ସବୁଜ, ଧଳା। ଶୁଭରତ୍ନ: ମୋତି, ପନ୍ନା।
କର୍କଟ: ତୃତୀୟ ଚନ୍ଦ୍ର- ଅର୍ଥ ଲାଭ, ରାଜନୀତି କର୍ମରେ ଜୟ ଯୁକ୍ତ, ଉଚ୍ଚ ପଦସ୍ଥ ଅଫିସରଙ୍କ ସାହାଯ୍ୟ, ନୂତନ ବସ୍ତୁ, ଧାତୁକ୍ରୟରେ ଶୁଭ । ଦେବ ତୀର୍ଥ ଯାତ୍ରା, ଦର୍ଶନେ ଶୁଭ। ଶୁଭରଙ୍ଗ : ଧଳା, ସିଲ୍ଭର, ଶୁଭରତ୍ନ : ମୋତି, ଶ୍ୱେତପ୍ରବାଳ ।
ସିଂହ: ଦ୍ୱିତୀୟ ଚନ୍ଦ୍ର- ମନ ବ୍ୟାକୁଳ, ଅର୍ଥ ହାନି, ବୃଥା ଭ୍ରମଣ ଯୋଗ, କାର୍ଯ୍ୟରେ ସଫଳତା ।ଶୁଭରଙ୍ଗ: ନାଲି, ହଳଦିଆ, ପିଙ୍କ୍ । ଶୁଭରତ୍ନ: ରୁବି, ପୋଖରାଜ, ମୋତି।
କନ୍ୟା: କନ୍ୟା ରାଶିର ଶ୍ରୀଚନ୍ଦ୍ର, ଅର୍ଥ ଲାଭ, କାର୍ଯ୍ୟରେ ସଫଳତା, ବନ୍ଧୁ ଦର୍ଶନ, ରାଜନୀତି କ୍ଷେତ୍ରରେ ଉତ୍ତୀର୍ଣ୍ଣ, ପାରିବାରିକ ଅଶାନ୍ତି । ଶୁଭରଙ୍ଗ : ଧଳା, ସିଲ୍ଭର, ଆକାଶିଆ ରଙ୍ଗ ।ଶୁ ଭରତ୍ନ : ନୀଲମ୍, ପନ୍ନା ।
ତୁଳା: ବ୍ୟୟଚନ୍ଦ୍ର- ବ୍ୟୟବୃଦ୍ଧି, ଅର୍ଥନାଶ, ଭ୍ରମଣ ଯୋଗ । କର୍ମରେ ବିଶେଷ ସଫଳତା ମିଳିବ ନାହିଁ। ସାମାନ୍ୟ ଆଘାତ । ଶୁଭରଙ୍ଗ : ଧଳା, ସିଲ୍ଭର, ଶୁଭରତ୍ନ: ନୀଲମ୍, ଶ୍ୱେତପ୍ରବାଳ ।
ବିଛା: ଏକାଦଶ ଚନ୍ଦ୍ର, ବିଶେଷ ଶୁଭଫଳ ଦାୟକ, ଆୟ ବୃଦ୍ଧି, ଅର୍ଥ ଲାଭ, ବନ୍ଧୁ ଦର୍ଶନ, ସୌଖୀନ ଦ୍ରବ୍ୟ ଲାଭ, ମନ ପ୍ରଫୁଲ୍ଲ, ଶରୀର ପକ୍ଷେ ଶୁଭ । ଶୁଭରଙ୍ଗ : ନାଲି, ଖଇରିଆ, କମଳା । ଶୁଭରତ୍ନ : ନାଲି ପ୍ରବାଳ, ପୋଖରାଜ, ମୋତି ।
ଧନୁ: ଦଶମ ଚନ୍ଦ୍ର- କର୍ମରେ ଉଚ୍ଚ ପ୍ରଶଂସା, ରାଜନୀତି କ୍ଷେତ୍ରରେ ସାହାଯ୍ୟପ୍ରାପ୍ତି, ନୂତନ ବନ୍ଧୁ ମିଳନ, ଗୃହରେ ମଙ୍ଗଳ କର୍ମ ଯୋଗ, ଦେଇଥିବା ଅର୍ଥ ଲାଭ, ନୂତନ ଧାତୁ, ବସ୍ତୁ ଓ ଭୂମିକ୍ରୟ କରିପାରନ୍ତି । ଶୁଭରଙ୍ଗ : ଶୁଭ୍ର ଓ ହଳଦିଆ, ଶୁଭରତ୍ନ : ହଳଦିଆ ନୀଲମ ।
ମକର: ନବମ ଚନ୍ଦ୍ର- ବିଶେଷ ଶୁଭ ଫଳଦାୟକ ନୁହେଁ । ଶୁଭକର୍ମରେ, ପୁଣ୍ୟ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି । ପରିବାରରେ ସାମାନ୍ୟ ଅଶାନ୍ତି ଘଟିପାରେ, ଉଦରପୀଡ଼ା ଭୋଗି ପାରନ୍ତି । ଶୁଭରଙ୍ଗ : କଳା, ସିଲ୍ଭର । ଶୁଭରତ୍ନ : ପନ୍ନା, ନୀଲମ୍, ଶ୍ୱେତପ୍ରବାଳ ।
କୁମ୍ଭ: ଅଷ୍ଟମଚନ୍ଦ୍ର-ବିଶେଷ ଶୁଭ ଫଳଦାୟକ ନୁହେଁ । ଅର୍ଥନାଶ, କାର୍ଯ୍ୟହାନି, ସଫଳତାକମ୍, ଯାନବାହନ ପ୍ରତିସତର୍କତା ଅବଲମ୍ବନ କରିବେ । ଶୁଭରଙ୍ଗ : ସିଲ୍ଭର, କଫି । ଶୁଭରତ୍ନ : ନୀଲମ୍, ଶ୍ୱେତପ୍ରବାଳ, ଡାଇମଣ୍ଡ ।
ମୀନ: ସପ୍ତମ ଚନ୍ଦ୍ର- ଗୃହରେ ମଙ୍ଗଳ ଯୋଗ, କର୍ମରେ ପ୍ରଶଂସା, ସମୂହ କର୍ମରେ ଦୂରଯାତ୍ରା ଯୋଗ । ଦେବତୀର୍ଥ କର୍ମରେ ମତି, ଗୃହରେ ଆନନ୍ଦ । ଶୁଭରଙ୍ଗ : ହଳଦିଆ, ଧଳା, ନାଲି । ଶୁଭରତ୍ନ : ପୋଖରାଜ, ମୋତି, ଲାଲ୍ ।
ଜ୍ୟୋତିର୍ବିଦ୍: ଫିର୍ଦ୍ଦୋଶ : ୯୭୭୭୭୧୧୭୩୩