ବ୍ରହ୍ମପୁର, ୩୦/୧ : ୨୦୨୦ ମସିହା ଜୁନ୍ ୧୩ ତାରିଖରେ ଘଟିଥିବା ବହୁ ଚର୍ଚ୍ଚିତ ହିଲ୍ ପାଟଣାରର କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ଘଟଣାରେ ପ୍ରକାଶ ପାଇଲା ରାୟ । ରାୟ ଶୁଣାଇଲେ ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ । ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏହାସହ ୫ ହଜାର ଜରିମାନା, ଅନାମଦେୟ ୪ ମାସ ଅତିରିକ୍ତ ଜେଲ ଦଣ୍ଡାଦେଶ । ଏହି ଘଟଣାରେ ରୂପେଶ ପାଢ଼ୀ, ଶିବ ମହାଖୁଡ଼, ରଞ୍ଜିତ ସାହୁଙ୍କ ସହ ଶଙ୍କର ସାହୁଙ୍କୁ ହୋଇଛି ଆଜୀବନ ଜେଲ ଦଣ୍ଡ । ୪୧ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରି ରାୟ ଶୁଣାଯାଇଥିବା କହିଲେ ସରକାରୀ ପି.ପି ।

ଏହାସହ ପଢ଼ନ୍ତୁ : ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ଟି-୨୦ ହେବ କି ସଞ୍ଜୁଙ୍କ ପାଇଁ ଶେଷ ସୁଯୋଗ ?