ନୂଆଦିଲ୍ଲୀ, ୨୧/୧୨ :   ବିଜୟ ହଜାରେ ଟ୍ରଫି ୨୦୨୪-୨୫ରେ ଗୋଆ ଟିମ୍ ଶାନଦାର୍ ଅନ୍ଦାଜରେ ଆରମ୍ଭ କରିଛି । ଗୋଆ ନିଜ ପ୍ରଥମ ମୁକାବିଲାରେ ଓଡ଼ିଶାକୁ ହରାଇ ଦେଇଛି । ଏହି ମ୍ୟାଚରେ ଗୋଆ ଲାଗି ଦ୍ରୁତ ବୋଲର ଅର୍ଜୁନ ତେନ୍ଦୁଲକର ଶାନଦାର ବୋଲିଂ କରୁଥିବା ନଜର ଆସିଛନ୍ତି । ପ୍ରକାଶ ଯେ, ଗତ ଦିନରେ ସୟଦ ମୁସ୍ତାକ ଅଲୀ ଟ୍ରଫି ସମୟ‌ରେ ଅର୍ଜୁନ ତେନ୍ଦୁଲକର ଟୁର୍ଣ୍ଣାମେଣ୍ଟ ମଧ୍ୟରେ ହିଁ ଟିମରୁ ବାହାରି ଯାଇଥିଲେ । କିନ୍ତୁ ବିଜୟ ହଜାରେ ଟ୍ରଫିରେ ଦମଦାର୍ ପ୍ରଦର୍ଶନ କରିଛନ୍ତି।   ପ୍ରଥବେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଗୋଆ ୫୦ଓଭରରେ ୪ ଓ୍ବିକେଟ ହରାଇ ୩୭୧ରନର ସ୍କୋର କରିଥିଲା । ଏହିଭଳି ଭାବେ ଓଡ଼ିଶା ସାମ୍ନାରେ ୩୭୨ରନର ଲକ୍ଷ୍ୟ ରଖିଥିଲା ।

ଗୋଆ ଲାଗି ଇଶାନ ଗାଡେକର ସବୁଠାରୁ ଅଧିକ ୯୩ରନ୍ କରିଥିଲେ । ଯାହାକି ଦର୍ଶନ ମିଶାଲ ୭୯ରନର ଯୋଗଦାନ ଦେଇଥିଲେ । ଏହା ବ୍ୟତୀତ ପ୍ରଭୁଦେଶାଇ ୭୪ରନର ପାଳି ଖେଳିଥିଲେ । ଏହାସହ ସ୍ନେହଲ କ୍ୟାଥକର ୬୭ରନ କରିଥିଲେ । ସେହିଭଳି ଅର୍ଜୁନ ତେନ୍ଦୁଲକରଙ୍କୁ ବ୍ୟାଟର ଭାବେ ସୁଯୋଗ ମିଳିନଥିଲା । କିନ୍ତୁ ବୋଲିଂରେ ସେ ସବୁଠାରୁ ଅଧିକ ଓ୍ବିକେଟ ନେଇଥିଲେ । ଅର୍ଜୁନ ତେନ୍ଦୁଲକର ୧୦ଓଭରରେ ୬.୧୦ପ୍ରତିଶତରେ ୬୧ରନ ଦେଇ ୩ବ୍ୟାଟରଙ୍କୁ ନିଜ ଶିକାର କରିଥିଲେ । ଅର୍ଜୁନ ତେନ୍ଦୁଲକର କାର୍ତ୍ତିକ ବିଶ୍ବାଳ, ଅଭିଷେକ ରାଉତ ଏବଂ ରାଜେଶ ମୋହତିଙ୍କୁ ଆଉଟ କରିଥିଲେ । ଅର୍ଜୁନ ତେନ୍ଦୁଲକରଙ୍କ ବ୍ୟତୀତ ଶୁଭମ ତାରୀ ଏବଂ ମୋହିତ ରେଡ଼କରଙ୍କୁ ୨-୨ସଫଳତା ମିଳିଥିଲା ।