- କ୍ରିକେଟ କିମ୍ବଦନ୍ତୀଙ୍କ ଘରେ ବାଜିବ ସାହାନାଇ
- ଧାର୍ଯ୍ୟ ହେଲା ସଚିନଙ୍କ ପୁଅ ବାହାଘର ତାରିଖ !
- ବିବାହ ଉତ୍ସବରେ ଯୋଗଦେବେ ଏମାନେ...
ମୁମ୍ବାଇ ; ୭/୧ : କ୍ରିକେଟର ଭଗବାନ ସଚିନ୍ ତେନ୍ଦୁଲକରଙ୍କୁ କୁହାଯାଏ । ନିଜର ପ୍ରଦର୍ଶନ ସାଙ୍ଗକୁ ବ୍ୟକ୍ତିଗତ ଜୀବନ ପାଇଁ ସମସ୍ତଙ୍କ ପ୍ରିୟ ହୋଇଛନ୍ତି ମାଷ୍ଟରବ୍ଲାଷ୍ଟର । ଏବେ ପୁଣି ଏକ ଖୁସି ଖବର ଦେବାକୁ ଯାଉଛନ୍ତି ସଚିନ । ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନିକଟରେ ନିର୍ବନ୍ଧ ସରିଥିବାବେଳେ ବିବାହ କେବେ ହେବ ଜଣା ପଡ଼ିଛି । ଆଇପିଏଲ ୨୦୨୬ ପୂର୍ବରୁ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ସୂଚନା ମିଳିଛି । କୁହାଯାଉଛି କି, ମାର୍ଚ୍ଚ ୫ ତାରିଖରେ ବିବାହ ଉତ୍ସବ ଅନୁଷ୍ଠିତ ହେବ ।
ମାର୍ଚ୍ଚ ୫ ତାରିଖରେ ସାନିଆଙ୍କ ହାତ ଧରିବେ ଅର୍ଜୁନ୍ । ତେବେ ମାର୍ଚ୍ଚ ୩ ତାରିଖରୁ ବିବାହ ପାଇଁ କାର୍ଯ୍ୟକ୍ରମ ହେବ । ଏହି ଉତ୍ସବରେ ବହୁ ଭିଆଇପି ଏବଂ ସେଲିବ୍ରିଟିମାନେ ଯୋଗ ଦେବେ । ବିବାହ ଉତ୍ସବ ମୁମ୍ବାଇରେ ଅନୁଷ୍ଠିତ ହେବ, ଏଥିରେ ନିକଟତମ ବନ୍ଧୁ ପରିଜନଙ୍କ ସହ କ୍ରିକେଟ ଦୁନିଆର ବହୁ ଖେଳାଳିମାନେ ଯୋଗ ଦେବେ । ୨୦୨୫ ଅଗଷ୍ଟ ମାସରେ ଅର୍ଜୁନଙ୍କ ନିର୍ବନ୍ଧ ବ୍ୟକ୍ତିଗତ ସମାରୋହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପରିବାର ଲୋକଙ୍କ ସହ ବହୁ କମ ସଦସ୍ୟ ଯୋଗ ଦେଇଥିଲେ । ସେପଟେ ସଚିନଙ୍କ ବୋହୂ ସାନିଆଙ୍କ କଥା ଯଦି କହିବା ତାହେଲେ ସେ ହେଉଛନ୍ତି ମୁମ୍ବାଇର ପ୍ରତିଷ୍ଠିତ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ ।
ବାପା ସଚିନ ଆନ୍ତର୍ଜାତୀୟ କ୍ରିକେଟରେ ଜଣେ ଜଣାଶୁଣା ଖେଳାଳି । ମାତ୍ର ଅର୍ଜୁନ ଏଯାବତ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିପାରିନାହାନ୍ତି । ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସେ ଖେଳିଥିବାବେଳେ ଚଳିତ ସିଜିନରେ ଲକ୍ଷ୍ନୌ ସୁପରଜାଏଣ୍ଟ ତାଙ୍କୁ ଦଳରେ ସାମିଲ କରିଛି । ୨୦୨୬ରେ ନୂଆ ଫ୍ରାଞ୍ଚାଇଜରେ ନଜର ଆସିବେ ଅର୍ଜୁନ । ନିଜର ବୈବାହିକ ଜୀବନ ସହ ନୂଆ ଇନିଂସ ଅନ୍ୟପଟେ ଆଇପିଏଲରେ ନୂଆ ଫ୍ରାଞ୍ଚାଇଜ୍ । କୁହାଯାଉଛି କି, ଏହି ବର୍ଷ ତାଙ୍କୁ ଅନେକ କିଛି ନୂଆ ଅନୁଭୂତି ଦେବ ନିଶ୍ଚୟ ।
ଅର୍ଜୁନ ନିଜର ଆଇପିଏଲ କ୍ୟାରିୟରରେ ମାତ୍ର ୫ଟି ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ ମାତ୍ର ୩ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ସେ ଜଣେ ବାମହାତୀ ବୋଲର ହୋଇଥିବାବେଳେ ବ୍ୟାଟିଂ କରିବାର ଦକ୍ଷତା ମଧ୍ୟ ରଖିଛନ୍ତି ।ମାତ୍ର ଆଇପିଏଲରେ ତାଙ୍କ ବ୍ୟାଟିଂ ଦେକିବାକୁ ମିଳିନି ।ଘରୋଇ କ୍ରିକେଟରେ ବ୍ୟାଟିଂରେ କିନ୍ତୁ କମାଲ ଦେଖାଇଛନ୍ତି । ପ୍ରଥମେ ସେ ମୁମ୍ବାଇ ପାଇଁ ଘରୋଇ କ୍ରିକେଟ ଖେଳିଥିଲେ । ମାତ୍ର ୨୦୨୨ ମସିହା ପରେ ସେ ଗୋଆ ପାଇଁ ଖେଳ ଜାରି ରଖିଛନ୍ତି । ଲିଷ୍ଟ-ଏ କ୍ରିକେଟରେ ଅର୍ଜୁନଙ୍କର ଭଲ ରେକର୍ଡ ରହିଛି ।