ନୂଆଦିଲ୍ଲୀ, ୮/୨ : ଜଣାଶୁଣା ୟୁଟ୍ୟୁବର ଅରମାନ ମଲ୍ଲିକ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଦୁଇ ପତ୍ନୀଙ୍କ ସହ ବେଶ ଖୁସିଥିବା ଅରମାନ ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ୍ ରହିଥାନ୍ତି । ତାଙ୍କର ବହୁ ଫଲୋର୍ସ ରହିଥିବାବେଳେ କମଣ୍ଟେ କରିଥାନ୍ତି । ତେବେ ଜଣେ ଯୁବତୀ ଏକ ଭିଡିଓରେ କହିଛନ୍ତି କି, ମୁଁ ଦେଢ଼ ବର୍ଷ ହେବ ଅରମାନଙ୍କ ସହ ଡେଟ୍ କରୁଛି । ଦୁଇଟି ବିବାହ ପାଇଁ ଚର୍ଚ୍ଚାରେ ରହିଥିବା ଅରମାନଙ୍କ ଆଉଜଣେ ଯୁବତୀଙ୍କ ସହ ସତରେ କ’ଣ ସମ୍ପର୍କ ରହିଛି କି? କାହିଁକି ଏମିତି କହିଲେ ଏହି ଯୁବତୀ ?
ତେବେ ଅରମାନ ଗୋଟିଏ ଭ୍ଲଗ୍ ସୁଟିଂ କରିଛନ୍ତି । ଯେଉଁଥିରେ ଯୁବତୀ ଜଣକ କହିଛନ୍ତି କି, ମୋର ତାଙ୍କ ସହ ସମ୍ପର୍କ ଅଛି । ଯାହା ଶୁଣିବା କ୍ରିତିକା ରାଗି ଯାଇଛନ୍ତି । ଆଉ କହିଛନ୍ତି କି, ଏହି ଲୋକ କେବେ ବଦଳିବ ନାହିଁ । ପରେ ଯୁବତୀ ଜଣକ କହିଛନ୍ତି କି, ପାୟଲ ଦିଦି ତୁମକୁ ଗ୍ରହଣ କଲେ ତୁମେ ମୋତେ ଗ୍ରହଣ କର । ଯେଉଁଥିରେ ସେ ଅରମାନଙ୍କ ଉପରେ ରାଗି କହିଥିଲେ କି, ଏହି ଲୋକ ଦୁଇଟାରେ ଶାନ୍ତି ହେବନି । ଯେତେହେଲେ ମଧ୍ୟ ଆହୁରି ଖୋଜିବ । ୩୬ ଜଣ ହେଲେ ମଧ୍ୟ ଶାନ୍ତି ହେବେନି । ଯେଉଁ ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ସେପଟେ ଅରମାନ ମଲ୍ଲିକ ଦୁଇଜଣଙ୍କୁ ବିବାହ କରିଥିବାକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସମାନେ ବହୁ କମେଣ୍ଟ ମଧ୍ୟ କରନ୍ତି । ତାଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଛି । ଏବେ ସେମାନଙ୍କ ପରିବାର ଠିକ୍ ଠାକ୍ ଚାଲିଛି । ତେବେ ୟୁଟ୍ୟୁବରୁ ଭଲ ରୋଜଗାର କରୁଥିବା ଏହି ଫ୍ୟାମିଲ୍ ଏଭଳି ଏକ ଭିଡିଓ କରିଛନ୍ତି । ଯେଉଁ ଭ୍ଲଗଟି ପ୍ରାଙ୍କ୍ ଥିବା ସେ କହିଛନ୍ତି । ଏଥିରେ କୌଣସି ସତ୍ୟତା ନାହିଁ । ଏବେ ଦୁଇ ପତ୍ନୀ ଏବଂ ଛୁଆଙ୍କ ସହ ବେଶ ଖୁସିରେ ଜୀବନ ବିତାଉଛନ୍ତି । ଏହାସହ ବିଗବାସ ଓଟିଟିରେ ମଧ୍ୟ ଭାଗ ନେଇ ବେଶ ପ୍ରଂଶସା ସାଉଁଣ୍ଟିଛନ୍ତି ।
ଏହାସହ ପଢ଼ନ୍ତୁ : ମଣ୍ଡପରେ ବୋବାଲ : ଦେଖିଦେଲେ ମୁହଁ, ବେଦୀରେ ବଦଳିଗଲା ବର