• ୨୨ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ
  • ଟ୍ରେନ୍‌ କୋଚ୍‌ରେ ଏହି ନାରକୀୟ କାଣ୍ଡ ଘଟିଛି
  • ଦୁଷ୍କର୍ମ ଅଭିଯୋଗରେ ସେନା ଯବାନ ଗିରଫ

ରାଞ୍ଚି : ଝାଡ଼ଖଣ୍ଡର ରାଞ୍ଚିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଆର୍ମି ଯବାନଙ୍କୁ ଡ୍ୟୁଟି ବେଳେ ୨୨ ବର୍ଷୀୟା ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ କରାଯାଇଛି। ଏହି କଥାର ସୂଚନା ଜଣେ ଅଧିକାରୀ ଏକ ନ୍ୟୁଜ୍‌ ଏଜେନ୍ସିକୁ ଦେଇଥିଲେ। ଅଧିକାରୀ କହିଥିଲେ ଯେ, ଏହି ଘଟଣା ଗୁରୁବାର ସନ୍ଧ୍ୟା ସମୟ ପାଖାପାଖି ୫ଟା ୩୦ରେ ଟାଟିସିଲୱାଇ ରେଲୱେ ଷ୍ଟେସନରେ ଘଟିଛି, ଯେବେ ମହିଳା ଜଣଙ୍କ ରାଞ୍ଚି ପାଇଁ ଟ୍ରେନ୍‌ ଧରିବାରୁ ଅପେକ୍ଷା କରି ଥିଲେ।

ଏହାସହ ମଧ୍ୟ ପଢନ୍ତୁ : ଧଉଳି ଗଣଦୁଷ୍କର୍ମ ମାମଲା : ଧରାପଡିଲା ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ, ସିନ୍ ରିକ୍ରିଏସନ୍ କଲା ପୁଲିସ

ଅଧିକାରୀ କହିଛନ୍ତି ଯେ, ୪୨ ବର୍ଷିୟ ଯବାନ ଜଣଙ୍କ ତାଙ୍କୁ ଟ୍ରେନ୍‌ର ଏକ ଖାଲି ଥିବା କୋଚ ଭିତରକୁ ନେଇଗଲେ ଏବଂ ଅଭିଯୋଗ ମୁତାବକ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ରେଲୱେ ପ୍ରୋଟେକ୍ସନ ଫୋର୍ସ (ଆରପିଏଫ)ର ଅଧିକାରୀ କହିଥିଲେ ଯେ, ଆର୍ମିର ଯବାନ ଏକ ଡିଫେନ୍ସ ଲଜିଷ୍ଟିକ୍ସ ଟ୍ରେନର ସୁରକ୍ଷାରେ ଡ୍ୟୁଟିରେ ଥିଲେ। ଖବର ଅନୁସାରେ , ଯେବେ ସେ ଏହି ଅପରାଧ କରିଥିଲେ ସେ ନିଶାରେ ଚୁର୍‌ ଥିଲେ।  

ଆଜତକ ଡଟ୍‌ ଇନ୍‌ରେ ପ୍ରକାଶିତ ସୂଚନା ଆଧାରରେ ଅଭିଯୁକ୍ତ ଯବାନ ଜଣଙ୍କ ଉତ୍ତର ପ୍ରଦେଶର ପ୍ରୟାଗରାଜ ଜିଲ୍ଲାର ସରହା ପଲିସ ଷ୍ଟେସନ ଅଞ୍ଚଳରେ ରୁହନ୍ତି ଏବଂ ପଞ୍ଜାବର ପଟିଆଲାରେ ୪୨ ମିଡିୟମ ରେଜିମେଣ୍ଟରେ ସେ ମୁତୟନ ଥିଲେ। ଅଧିକାରୀ କହିଛନ୍ତି ଯେ,ଯୁବତୀଙ୍କ ସାହାଯ୍ୟ ପାଇଁ ଚିତ୍କାର ଶବ୍ଦ ଶୁଣି ରେଲୱେ ଷ୍ଟେସନରେ ଲୋକେ ଏକାଠି ହୋଇଯାଇ ଥିଲେ ,ଏହାପରେ ରେଲୱେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା।

ଯବାନ ଜଣଙ୍କ ଧରାପଡ଼ିବା ପୂର୍ବରୁ  ଫେରାର ହେବାକୁ ଚେଷ୍ଟା କରିଥିଲେ ଏବଂ ଏଥିରେ ସେ ଆହତ ମଧ୍ୟ ହୋଇଛନ୍ତି। ମହିଳାଙ୍କ ବୟାନ ଆଧାରରେ ଏଫଆଇଆର ରୁଜୁ କରାଯାଇଛି। ଅଭିଯୁକ୍ତ ଯବାନଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇ ଥିଲା, ସେଠାରୁ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।