ନୂଆଦିଲ୍ଲୀ,୨୭/୦୨: ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପିକଅପ୍ ଅଟୋକୁ ପଛରୁ ଧକ୍କା ଦେଲା ଅଜଣା ଗାଡ଼ି । ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ୧୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି। ଘଟଣା ସମ୍ପର୍କରେ କୁହାଯାଉଛି ଯେ, ସମସ୍ତ ଲୋକ ଗୁପ୍ତ ଧାମରୁ ମୁଣ୍ଡନ କରି ଫେରୁଥିଲେ। ସେହି ସମୟରେ ଆରା-ବକ୍ସର ମୁଖ୍ୟ ରାସ୍ତାର ଶାହପୁର ପୋଲିସ ଷ୍ଟେସନ ନିକଟରେ ଦୁର୍ଘଟଣା ଘଟିଥିଲା।
ଏହା ମଧ୍ୟ ପଢନ୍ତୁ- ମିଳିତ ଜାତିସଂଘରେ ପୁଣି ପାକିସ୍ତାନକୁ ତାତ୍ସଲ୍ୟ କଲା ଭାରତ;' ଆନ୍ତରାଷ୍ଟ୍ରୀୟ ସହାୟତାରେ ଚାଲୁଛି ସେହବାଜ ସରକାର....
ସୂଚନା ମୁତାବକ, ଗୁପ୍ତ ଧାମରୁ ଫେରୁଥିବା ଲୋକମାନେ ଏକ ପିକଅପ୍ ଅଟୋରେ ଯାତ୍ରା କରୁଥିଲେ। ଡ୍ରାଇଭର ଜଣକ ଏକ ପେଟ୍ରୋଲ ପମ୍ପ ପାଖରେ ତାଙ୍କ ଗାଡ଼ି ରଖି ତେଲ ଆଣିବାକୁ ଯାଇଥିଲେ। ଏହି ସମୟରେ,ଏକ ବଡ଼ ଗାଡ଼ି ପିକଅପ୍ ଅଟୋକୁ ପଛରୁ ଧକ୍କା ଦେଇଥିଲା। ଯାହା ଫଳରେ ପିକଅପ୍ଟି ପୋଲ ତଳକୁ ଖସି ପଡ଼ିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଶାହପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଆରା ସଦର ହସ୍ପିଟାଲକୁ ନିଆଯାଇଥିବା ବେଳେ ତାଙ୍କର ଚିକିତ୍ସା କରାଯାଉଛି। ଏନେଇ ଜଣେ ଆହତ କହିଛନ୍ତି ଯେ, 'ଏପାଟନାର ଶାହପୁର ଥାନା ଅଞ୍ଚଳର ଦାଉଦପୁର ଗ୍ରାମର ବାସିନ୍ଦା ନାରାୟଣ ମାହାତୋଙ୍କ ଛଅ ବର୍ଷର ପୁଅ କାର୍ତ୍ତିକ କୁମାରଙ୍କ ମୁଣ୍ଡନ ଉତ୍ସବ ଥିଲା। ଲୋକମାନେ କୈମୁରର ଗୁପ୍ତ ଧାମକୁ ମୁଣ୍ଡନ ସମାରୋହ ପାଇଁ ଯାଇଥିଲେ। ପୂଜା ସାରି ଘରକୁ ଫେରୁଥିଲେ। ସେହି ସମୟରେ, ଅଟୋର ତେଲ ସରିଯିବାରୁ, ଡ୍ରାଇଭର ରାସ୍ତା ମଝିରେ ଗାଡ଼ି ରଖି ତେଲ ଆଣିବା ପାଇଁ ପେଟ୍ରୋଲ ପମ୍ପକୁ ଯାଇଥିଲେ। ଆମେ ଅଟୋରେ ଶୋଇଥିଲୁ। ଏହି ସମୟରେ ଏକ ଜୋରରେ ଗାଡି ଆସି ଧକ୍କା ଦେଇଥିଲା । ତାପରେ ଆମେ ସେଠି ପଡ଼ିଗଲୁ। କିଛି ରାସ୍ତାରେ ପଡ଼ିଥିଲେ ଏବଂ କିଛି ପୋଲ ତଳେ ପଡ଼ିଥିଲେ। ସେତେବେଳେ କାହାକୁ ଜଣା ନଥିଲା ଯେ ଦୁର୍ଘଟଣା କିପରି ଘଟିଲା।'