ଖଲ୍ଲିକୋଟ,୧୭/୦୨ : ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଚିତ୍ରକଳା କର୍ମଶାଳା ଉଦଯାପିତ। ଗତକାଲି ଅପରାହ୍ନ ୪ଟାରେ ୭ ଦିନିଆ ଚିତ୍ରକଳା କର୍ମଶାଳାର ଅନୁଷ୍ଠାନିକ ଭାବେ ଉଯାପନୀ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ଖଲ୍ଲିକୋଟର ଅତିରିକ୍ତ ତହସିଲଦାର ମାନସ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାରେ ହୋଇଥିବା କଳାକୃତିଗୁଡିକର ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଏଭଳି ଏକ କର୍ମଶାଳାର ଆୟୋଜନ କରାଯାଇଥିବାରୁ ମହାବିଦ୍ୟାଳୟର ଅଧକ୍ଷ, ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଭୁରିଭୁରି ପ୍ରଶଂସା କରିଥିଲେ। ଏଥିସହ ମହାବିଦ୍ୟାଳୟର ଅଧକ୍ଷ ଦେବୀ ପ୍ରସାଦ ଦାଶ ଅତିଥି ମାନସ ବେହେରାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।
ଆହୁରି ପଢନ୍ତୁ-ଆଜିଠୁ ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା, ଦେଶରେ ପରୀକ୍ଷା ଦେବେ ୪୬ ଲକ୍ଷ ଶିକ୍ଷାର୍ଥୀ
ଉକ୍ତ ଉଯାପନୀ ଉତ୍ସବ ସଭାରେ ଚିତ୍ରକଳା ବିଭାଗର ଅଧ୍ୟାପକ ବିପିନ ବିହାରୀ ମାର୍ଥା ଅତିଥି ପରିଚୟ ପ୍ରଦାନ କରିବା ସହ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଚିତ୍ରଶିଳ୍ପୀ ପ୍ରଫେସର କୁମାର ଜାସକିୟାଙ୍କ କଳାଯାତ୍ରା ଓ କଳା ନିପୁଣତାକୁ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ।କର୍ମଶାଳାର ବିଶେଷଜ୍ଞ ଶ୍ରୀଯୁକ୍ତ କୁମାର ନିଜର ଅନୁଭବ ଓ କଳା ସାଧନାର ଯାତ୍ରା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଜଣାଇଥିଲେ।ମହାବିଦ୍ୟାଳୟର ଅଧକ୍ଷ ଦେବୀ ପ୍ରସାଦ ଦାଶ କର୍ମଶାଳାର ବିଶେଷଜ୍ଞ, ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନଙ୍କୁ ଉକ୍ତ କର୍ମଶାଳାକୁ ସଫଳ କରିଥିବାରୁ କୄତଜ୍ଞତା ଜଣାଇବା ସହ ଆଗକୁ ଅନେକ ବିଶେଷ କାର୍ଯ୍ୟକ୍ରମ କରାଯିବାର ପ୍ରତିଶୃତି ଦେଇଥିଲେ। ଏଥିସହ ସମସ୍ତ ଅଂଶ ଗ୍ରହଣକରି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ମାନପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ।ଶେଷରେ ମୁଦ୍ରଣକଳା ବିଭାଗର ଅଧ୍ୟାପକ ତ୍ରିନାଥ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏଥିସହିତ ଅତିଥି ଅଧ୍ୟାପକ ଆସୁମିତା ନାଏକ,ପ୍ରତ୍ୟୁଷ କୁମାର ଚୌଧୁରୀ, ଦିନେଶ କୁମାର ସାହୁ,ଟିଟସ ଦଳ ବେହେରା,ଦିପ୍ତି ରଞ୍ଜନ ଓଝା ଓ ସମସ୍ତ ଛାତ୍ରଛାତ୍ରୀ ଆୟୋଜନରେ ସହଯୋଗ କରିଥିଲେ ।ପରିଶେଷରେ ଛାତ୍ରଛାତ୍ରୀମାନେ କ୍ୟାମ୍ପଫାୟାର ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।