ପୁରୀ,୨୬/୦୨: ଶନିବାର ପବିତ୍ର ଗୋବିନ୍ଦ ଦ୍ୱାଦଶୀ ବୁଡ଼ । ଏହି ଉପଲକ୍ଷେ ବିଖ୍ୟାତ ବାଲୁକା ଶିଳ୍ପୀ ମାନସ ସାହୁ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ପବିତ୍ର ବୁଡ଼ର କଥା ପ୍ରଦର୍ଶନ କରିଛନ୍ତି । ଦୁଇ ଘଣ୍ଟାର କଳାକୃତି ମାଧ୍ୟମରେ ନାରାୟଣ ଘାଟରେ ପବିତ୍ର ସ୍ନାନର ଆଧ୍ୟାତ୍ମିକ ମହତ୍ତ୍ୱ ବୁଝାଇଥିଲେ । ବିସ୍ତୀର୍ଣ୍ଣ ବେଳାଭୂମିରେ ସାଧୁ ସନ୍ଥଙ୍କ ଶୋଭାଯାତ୍ରାକୁ ସେ ସ୍ୟାଣ୍ଡ ଆନିମେସନ ଦ୍ୱାରା ବେଶ୍ ନିଖୁଣ ଭାବେ ଦେଖାଇଥିଲେ ।

ବାଲୁକା କଳା ଦ୍ୱାରା ଦେଶ ତଥା ଶ୍ରୀକ୍ଷେତ୍ରର ସଂସ୍କୃତିକୁ ଆହୁରି ସମୃଦ୍ଧ କରିବାକୁ ସଚେତନତା ସୃଷ୍ଟି କରିଥିଲେ । ପ୍ରଚାର, ପ୍ରସାର ଅଭାବରୁ ଏହି ବୁଡ଼ କଥା ଅଧିକ ଲୋକ ଜାଣିପାରୁନାହାନ୍ତି । ଏହି ବୁଡ଼ର ପୂଣ୍ୟଫଳ ଅପାର । ମହାପ୍ରଭୁଙ୍କ କାଳଜୟୀ ପରମ୍ପରାର ପ୍ରଚାର ଓ ପ୍ରସାର ସହ ଏହାର ଧାର୍ମିକ ଗୁରୁତ୍ୱ ନେଇ ସମସ୍ତଙ୍କୁ ଅବଗତ କରାଇବା ପାଇଁ ଏହି ବାଲୁକା କଳା ପ୍ରଦର୍ଶିତ ହୋଇଥିବା ଶିଳ୍ପୀ ଶ୍ରୀ ସାହୁ କହିଛନ୍ତି ।

ଅଧିକ ପଢ଼ନ୍ତୁ :- ଆଜିଠୁ ଶ୍ରୀମନ୍ଦିରରେ ଦୋଳୋତ୍ସବ ନୀତି, ଚାଚେରୀ ବେଶରେ ଫଗୁ ଖେଳିବେ ଠାକୁର