ଭୁବନେଶ୍ବର, ୨୩/୧ : ରାଜଧାନୀରେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ । ପାଟକୁରା ବିଧାୟକ ଅରବିନ୍ଦଙ୍କ ସମର୍ଥକ ନବୀନ ନିବାସ ଆଗରେ ମେଳି କରିଛନ୍ତି । ଶଙ୍ଖ ଭବନ ଏବଂ ନବୀନ ନିବାସରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପାଟକୁରାରୁ ଆସି ଶହ ଶହ ସମର୍ଥକ ଭିଡ଼ ଜମାଇ ପାରିଛନ୍ତି । ଅରବିନ୍ଦଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ନବୀନ ନିବାସ ଆଡ଼କୁ ଶତାଧିକ ସମର୍ଥକ ମାଡ଼ି ଆସୁଥିବାବେଳେ ପୁଲିସ ସେମାନଙ୍କୁ ଖାଲି କରିଛି । ତେବେ ଏନେଇ କିଛି ନେତୃ ମଣ୍ଡଳୀ ଆଲୋଚନା କରିଛନ୍ତି । କୁହାଯାଉଛି କି, ବିଜେଡି ଏନେଇ କିଛି ସମାଧାନ କରିବ ବୋଲି ପ୍ରତିଶୃତି ଦେଇଛି । ବରିଷ୍ଠ ବିଜେହି ନେତା ଦେବୀ ପ୍ରସାଦ ମିଶ୍ର ପ୍ରତିଶୃତି ଦେଇଛନ୍ତି କି ନିଲମ୍ବନ ପ୍ରତ୍ୟାହାର ଉପରେ ଆଲୋଚନା କରାଯିବ । ତେବେ ଶେଷ ଖବର ସୁଦ୍ଧା ବିଜେଡି ପକ୍ଷରୁ କୌଣସି ସୂଚନା ମିଳିନାହିଁ ।