ନୂଆଦିଲ୍ଲୀ,୪।୫: ପଶ୍ଚିମବଙ୍ଗ ଓ ତାମିଲନାଡୁ ବିଧାନସଭା ନିର୍ବାଚନର ଫଳାଫଳ ନା କେବଳ ଆଞ୍ଚଳିକ ଦଳକୁ ଚକିତ କରିଛି, ବଂର ବିରୋଧି ଦଳର ବଡ ଚେହେରାର ନିର୍ବାଚନୀ ବିଶ୍ବାସନୀୟତା ଉପରେ ପ୍ରଶ୍ନ ଉଠାଇଛି। ଏହି ନିର୍ବାଚନରେ ସବୁଠାରୁ ଅଧିକ ଚର୍ଚ୍ଚା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ନେଇ ରହିଛି।

କେଜ୍ରିଓ୍ବାଲ ମମତା ବାନାର୍ଜୀ ଓ ଏମକେ ଷ୍ଟାଲିନ୍‌ଙ୍କ ପକ୍ଷରେ ପୁରା ଶକ୍ତି ଲଗାଇ ଦେଇଥିଲେ। କିନ୍ତୁ ଏବେ ଫଳାଫଳ ଯାହା ରହିଛି ସେଥିରୁ ଜଣାପଡୁଛି ଜନତା ତାଙ୍କୁ ଖାରଜ କରିଛନ୍ତି। ୨୦ ଅପ୍ରେଲ ୨୦୨୬ ରେ ଚେନ୍ନାଇର ପୁଲିୟାନଥୋପେରେ ଷ୍ଟାଲିନଙ୍କୁ କେଜରିୱାଲ ନିଜର ଭାଇ ବୋଲି କହି ରୋଡ୍ ଶୋ’ କରିଥିଲେ। ସେ ବିଜେପିକୁ ‘ବିଭାଜନକାରୀ’ ବୋଲି କହିଥିଲେ। ଏହା ସହ କହିଥିଲେ ତାମିଲନାଡୁର ଲୋକ ବିଜେପିକୁ ଘୃଣା କରନ୍ତି। କିନ୍ତୁ ଆଜି ଅଲଗା କାହାଣୀ ରହିଛି। ଷ୍ଟାଲିନ୍ ଡିଏମକେର ତୃତୀୟ ନମ୍ବରରେ ପଛରେ ପଡିଛନ୍ତି। ସେଭଳି ଅଭିନେତା ବିଜୟଙ୍କ ନୂଆ ପାର୍ଟି ଟିଭିକେ ବଡ଼ ପରିବର୍ତ୍ତନ କରିଛି। କେଜରିୱାଲଙ୍କ ଏହି ଇମୋସନାଲ ଅପିଲ୍ କାର୍ଡ ତାମିଲନାଡୁ ପାଇଁ ବଡ଼ ବିଫଳତାର କାରଣ ପ୍ରମାଣିତ ହୋଇଛି।

୨୬-୨୭ ଏପ୍ରିଲରେ ବଙ୍ଗଳାରେ ରଣକୁ ଓହ୍ଲାଇଥିବା କେଜରିୱାଲ ଏଥର ବି ମମତା ବାନାର୍ଜୀଙ୍କ ପାଇଁ ଜୋରଦାର ପ୍ରଚାର କରିଥିଲେ। ବଲିଗଞ୍ଜ ରାଲିରେ ସେ ସେନାର ମୁତୟନ ଉପରେ ପ୍ରଶ୍ନ ଉଠାଇଥିଲେ। ସେ କୋଲକାତା ଓ ହାଓ୍ବଡାରେ ରାଲି କରିଥିଲେ। ମମତା ବାନାର୍ଜୀଙ୍କ ପାଇଁ ଭୋଟ୍ ମାଗି କେନ୍ଦ୍ର ସରକାରଙ୍କ ନୀତି ‘ବଙ୍ଗର ସଂସ୍କୃତି ଉପରେ ଆକ୍ରମଣ’ ବୋଲି କହିଥିଲେ। ଟିଏମସି ସମର୍ଥନରେ କେଜରିୱାଲଙ୍କ କଠୋର ବୟାନ ଏବଂ ତାଙ୍କ ରାଲିରେ କୌଣସି ସକାରାତ୍ମକ ପ୍ରଭାବ ପଡ଼ିନଥିଲା, କିନ୍ତୁ ବିଜେପି ଏହାକୁ 'ବଙ୍ଗଳାର ଅପମାନ' ଏବଂ 'ଭ୍ରାନ୍ତକାରୀ ରାଜନୀତି' ବୋଲି କହିଥିଲା। ଏହି ଦୁଇ ରାଜ୍ୟର ଫଳାଫଳ ଏହା ସଙ୍କେତ ଦେଉଛି ଯେ, ଅରବିନ୍ଦ କେଜରିୱାଲଙ୍କ ପ୍ରଭାବ ବର୍ତ୍ତମାନ ସୀମିତ ରହିଛି। ରାଷ୍ଟ୍ରୀୟ ସ୍ତରରେ ‘ଆଣ୍ଟି-ବିଜେପି’ ଚେହେରା ତିଆରି କରିବାର ଚେଷ୍ଟା ଏହି ସବୁ ନିର୍ବାଚନୀ ପରାଜୟ ଦ୍ବାରା ବଡ଼ ଝଟକା ଲାଗିପାରେ।