ନୂଆଦିଲ୍ଲୀ, ୬/୧୦ : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜ୍ରିଓ୍ବାଲ ବିଜେପି ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ସେ କହିଛନ୍ତି କି ପୂରା ଦେଶରେ ଡବଲ ଇଞ୍ଜିନ ସରକାର ଯାଉଛି । ଛତ୍ରଶାଲ ଷ୍ଟାଡିୟମରେ ଆୟୋଜିତ ‘ଜନତା ର ଅଦାଲତ’ରେ ଜନତାଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ କେଜ୍ରିଓ୍ବାଲ କହିଛନ୍ତି କି ଏବେ ଦିଲ୍ଲୀର ଜନତାଙ୍କ ଭଲପାଇବା, ସମର୍ଥନ ଏବଂ ବିଶ୍ବାସ ହିଁ ମୋର ସଚୋଟତାର ପ୍ରମାଣ ହେବ । ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି କି, ‘ଡବଲ ଇଞ୍ଜିନ’ ସରକାର ଅର୍ଥ ଦରବୃଦ୍ଧି, ଭ୍ରଷ୍ଟାଚାର ଏବଂ ବେରୋଜଗାରୀ ଅଟେ । ସେ କହିଛନ୍ତି କି ହରିୟାଣା ଏବଂ ଜମ୍ମୁ- କଶ୍ମୀରରେ ବିଜେପିର ‘ଡବଲ ଇଞ୍ଜିନ’ ସରକାରର ଅନ୍ତ ହେବାକୁ ଯାଉଛି ।
ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି କି ମୁଁ କେବେ ବି ନିଜ ପରିବାର ଲୋକଙ୍କୁ ଟିକେଟ ଦେଇନାହିଁ । ମୁଁ କେବେ ନିଜ ପୁଅକୁ ଟିକେଟ ଦେଇନାହିଁ । ମୁଁ ଆପଣଙ୍କ ପରିବାର ଲୋକଙ୍କୁ ଟିକେଟ ଦେଇଛି । କେଜ୍ରିଓ୍ବାଲ କହିଛନ୍ତି କି ଜେଲରେ ମୋର ଇନସୁଲିନର ଇଞ୍ଜେକ୍ଶନ ବନ୍ଦ କରି ଦିଆଯାଇଛି । ମୋର କିଡନୀ ଖରାପ ହେବାରେ ଥିଲା ।