ନୂଆଦିଲ୍ଲୀ : ଜଣାଶୁଣା ଗାୟିକା ଆଶା ଭୋସଲେଙ୍କ ଶେଷକୃତ୍ୟ ସମ୍ପନ୍ନ । ମୁମ୍ବାଇର ଶିବାଜୀ ପାର୍କରେ ଅନ୍ତିମ ସଂସ୍କାର ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କୁ ଦିଆଯାଇଛି ଅନ୍ତିମ ବିଦାୟ । ପୁଅ ଆନନ୍ଦ ମୁଖାଗ୍ନୀ ଦେଇଥିଲେ । ପରିବାର ଲୋକଙ୍କ ସହ ଉପସ୍ଥିତ ସମସ୍ତଙ୍କ ଆଖିରୁ ଲୁହ ଝରି ଆସିଥିଲା । ଆଉ ଶେଷ ବିଦାୟ ଦିଆଯାଇଥିଲା ଏହି ବର୍ଷିୟାନ ଗାୟିକାଙ୍କୁ । ଏକ ଶୋକାକୂଳ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି ଶେଷକୃତ୍ୟ । ଶିବାଜୀ ପାର୍କ ନିଶବ୍ଦ ହୋଇଯାଇଥିବାବେଳେ ସମସ୍ତଙ୍କ ଆଖିରେ କେବଳ ଭରି ରହିଥିଲା ଲୁହ ଏବଂ ଲୁହ ।
ରବିବାର ମୁମ୍ବାଇର ବ୍ରିଚ୍କ୍ୟାଣ୍ଡି ହସ୍ପିଟାଲରେ ଆଶାଙ୍କ ପରଲୋକ ହୋଇଥିଲା । ସୋମବାର ସକାଳ ୧୦:୩୦ ରୁ ଅପରାହ୍ନ ୨:୦୦ ଟା ପର୍ଯ୍ୟନ୍ତ କସା ଗ୍ରାଣ୍ଡେ ବିଲ୍ଡିଂରେରେ ମରଶରୀରକୁ ଦର୍ଶନ କରିଥିଲେ । ଆଶା ଭୋସଲେଙ୍କ ଶେଷ ଦର୍ଶନ ପାଇଁ ସେଲିବ୍ରିଟିମାନେ ତାଙ୍କ ଘରେ ପହଞ୍ଚିଥିଲେ । ଆଶା ଭୋସଲେଙ୍କ ପରିବାର ଦୁଃଖରେ ଭାଙ୍ଗିପଡ଼ିଥିବାବେଳେ ସମସ୍ତେ ଶାନ୍ତ୍ବନା ଦେଇଥିଲେ । ଆଶାଙ୍କ ନାତୁଣୀ ଜନାଇ ଅଧିକ ଭାବପ୍ରବଣ ହୋଇପଡ଼ିଥିଲେ । ନାତୁଣୀ ଅଭିନେତ୍ରୀ ତବୁକୁ ଧରି କାନ୍ଦିବାର ଦେଖିବାକୁ ମିଳିଥିଲେ । ତେବେ କେବଳ ପରିବାର ଲୋକ ନୁହଁନ୍ତି ବରଂ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବି ଏତେ ଭାଙ୍ଗି ପଡିଛନ୍ତି ଯେ, ତାଙ୍କ ଆଖିରେ ଦେଖିବାକୁ ମିଳିଥିଲା ଲୁହ ।
ସଚିନ ତେନ୍ଦୁଲକର ଆଶା ଭୋସଲେଙ୍କୁ ଶେଷ ଦର୍ଶନ କରିଥିଲେ । କେବଳ ତବୁ, ସଚିନ ତେନ୍ଦୁଲକର ନୁହେଏ ରିତେଶ ଦେଶମୁଖ, ରଣବୀର ସିଂ, ଜ୍ୟାକି ଶ୍ରଫ, ହେଲେନ, ଏକନାଥ ସିନ୍ଦେ ତଥା ଅନେକ ବ୍ୟକ୍ତି ବିଶିଷ୍ଟ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ । ଶେଷରେ ଅନ୍ତିମ ଯାତ୍ରାରେ ଯାଇଥିବାବେଳେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
କହି ରଖୁଛୁ କି,ଆଶାଙ୍କୁ ଭାରତୀୟ ସିନେମା ଇତିହାସର ଜଣେ ମହାନ ଗାୟିକା ଭାବରେ ବିବେଚନା କରାଯାଏ। ସେ ୧୦ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଗୀତ ୧୯୪୩ ମସିହାରେ ଏକ ମରାଠୀ ଚଳଚ୍ଚିତ୍ର ପାଇଁ ଥିଲା। ପରବର୍ତ୍ତୀ ସମୟରେ ତାଙ୍କ କଣ୍ଠସ୍ୱର ତାଙ୍କୁ ଶିଳ୍ପରେ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଥିଲା। ସେ ତାଙ୍କ କ୍ୟାରିଅରରେ ୧୨,୦୦୦ ରୁ ଅଧିକ ଗୀତ ଗାଇଥିଲେ।
ଏହାସହ ପଢ଼ନ୍ତୁ : ସିରାଜଙ୍କୁ ଜାବୁଡ଼ି କାନ୍ଦିଲେ ଆଶାଙ୍କ ନାତୁଣୀ ଜନାଇ, ଜାଣନ୍ତୁ ପରିବାର ସହ କଣ ସମ୍ପର୍କ ?