ନୂଆଦିଲ୍ଲୀ: ଭାରତ ଏବଂ ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ଟି-୨୦ରେ ଡେବ୍ୟୁ କଲେ ଦ୍ରୁତ ବୋଲର ଅଶୋକ ଶର୍ମା । ଅନ୍ତର୍ନଜାତୀୟ କ୍ରିକେଟରେ ଅଶୋକଙ୍କ ଡେବ୍ୟୁ ହୋଇଛି । ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟକ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହରାରେର ପିଚ୍ ଏବଂ ବାଉନ୍ସକୁ ଦୃଷ୍ଟିରେ ରଖି ଅଧିନାୟକ ଏହି ରଣନୀତି ଆପଣାଇଥିବା କୁହାଯାଇଛି ।
ଘରୋଇ କ୍ରିକେଟ୍ ଏବଂ ଆଇପିଏଲ୍ (IPL) ରେ ନିଜର ଦ୍ରୁତ ବୋଲିଂ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଅଶୋକ ଶର୍ମା ନିଜର ଜବରଦସ୍ତ ପ୍ରଦର୍ଶନ ବଳରେ ଜାତୀୟ ଦଳରେ ସ୍ଥାନ ପକ୍କା କରିବାରେ ସଫଳ ହୋଇଛନ୍ତି । ରାଜସ୍ଥାନର ଏକ ସାଧାରଣ ପରିବାରରୁ ଆସିଥିବା ଅଶୋକଙ୍କ ପାଇଁ ଏହି ସଫଳତା ପଛରେ ରହିଛି କଠିନ ପରିଶ୍ରମ ।ତାଙ୍କ ପରିବାର ଓ ଭାଇଙ୍କ ବଡ଼ ତ୍ୟାଗ ଯୋଗୁଁ ଆଜି ସେ ଏହି ମୁକାମରେ ପହଞ୍ଚି ପାରିଛନ୍ତି ।
ଅଶୋକ ଶର୍ମା ନିଜର ସଫଳତା ଏବଂ ବୋଲିଂ କୌଶଳର ଶ୍ରେୟ ଗୁଜରାଟ ଟାଇଟାନ୍ସର କୋଚ୍ ଆଶିଷ ନେହେରାଙ୍କୁ ଦେଇଛନ୍ତି । ନେହେରାଙ୍କ ଠାରୁ ମିଳିଥିବା ପରାମର୍ଶ ତାଙ୍କୁ ଜାତୀୟ ଦଳ ପର୍ଯ୍ୟନ୍ତ ପହଞ୍ଚାଇବାରେ ବଡ଼ ଭୂମିକା ଗ୍ରହଣ କରିଛି । ଜିମ୍ବାୱେ ଗସ୍ତରେ ଯାଇଥିବା ଏହି ଯୁବ ଭାରତୀୟ ଦଳରେ ଅଶୋକ ଶର୍ମାଙ୍କ ସମେତ ମୟଙ୍କ ଯାଦବ ଓ ଅନ୍ୟ ପ୍ରତିଭାବାନ ଖେଳାଳିମାନେ ସାମିଲ ଅଛନ୍ତି, ଯେଉଁମାନେ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ବିବେଚନା କରାଯାଉଛି ।
ଏହାସହ ପଢ଼ନ୍ତୁ : WTC 2027 ଫାଇନାଲ୍ ତାରିଖ ଏବଂ ସ୍ଥାନ ଘୋଷଣା