ଯାଜପୁର, ୮।୧୨ :  ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଯାଜପୁର ଟାଉନ ଥାନା ଏଏସଆଇ ନନ୍ଦକିଶୋର ଦାସ।  ଜମିବାଡି ମାମଲାକୁ ନେଇ ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ଏହି ଥାନା ଅନ୍ତର୍ଗତ ବଡବଜାର ଛକ ଅଞ୍ଚଳର ଦୋଳଗୋବିନ୍ଦ ସାହୁଙ୍କ ଠାରୁ ଏକ ଜମି ବାଡ଼ି ମାମଲା ପାଇଁ ସେ ୫ ହଜାର ଟଙ୍କା ଦାବି କରିଥିଲେ l ଏହାକୁ ନେଇ ଦୋଳଗୋବିନ୍ଦ ଭିଜିଲାନ୍ସ ଦ୍ୱାରସ୍ଥ ହୋଇଥିଲେ l ପୂର୍ବ ଯୋଜନା ମୁତାବକ ଦୋଳଗୋବିନ୍ଦ ଏଏସଆଇ ଶ୍ରୀ ଦାସଙ୍କୁ ଲାଞ୍ଚ ଦେବା ବେଳେ ଯାଜପୁର ଭିଜିଲାନ୍ସ ଟିମ ମାଡ଼ି ବସିଥିଲେ। ତାଙ୍କ ନିକଟରୁ ୫ ହଜାର ଟଙ୍କା ଜବତ କରିଛନ୍ତି।