-ଏସୀୟ କ୍ରୀଡ଼ା-୨୦୨୬

-ମହିଳା କ୍ରିକେଟ୍ କ୍ରୀଡ଼ାସୂଚୀ ଘୋଷିତ

-ସେପ୍ଟେମ୍ବର ୧୭ ରୁ ୨୨ ତାରିଖ କ୍ରିକେଟ୍ ପ୍ରତିଯୋଗିତା

-ଭାଗ ନେବେ ୮ ଦଳ

ନୂଆଦିଲ୍ଲୀ,୨୪/୦୭: ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ତାରିଖ ମଧ୍ୟରେ ୨୦ତମ ଏସୀୟ କ୍ରୀଡ଼ା ଆୟୋଜିତ ହେବ । ଏହି କ୍ରୀଡ଼ା ସମାରୋହର ମହିଳା କ୍ରିକେଟ୍ ପ୍ରତିଯୋଗିତା ପାଇଁ  ଡ୍ର’ ଘୋଷଣା କରାଯାଇଛି । ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ସିଧାସଳଖ କ୍ୱାର୍ଟର ଫାଇନାଲ୍‌ରୁ ଅଭିଯାନ ଆରମ୍ଭ କରିବ । ଆଗାମୀ ସେପ୍ଟେମ୍ବର ୧୭ ତାରିଖରେ ଦଳ ଆୟୋଜକ ଜାପାନକୁ ଭେଟିବ । ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବାକୁ ଥିବା ମହିଳା କ୍ରିକେଟ୍ ପ୍ରତିଯୋଗିତା ଆଗାମୀ ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ ।

ମୋଟ ୮ଟି ଦଳ ଯଥା ଜାପାନ, ବାଂଲାଦେଶ, ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଚୀନ, ମାଲେସିଆ ଓ ଥାଇଲାଣ୍ଡ୍ ଭାଗ ନେବେ । କୋରୋଗୀ ସ୍ପୋର୍ଟ୍ସ ପାର୍କ ଗ୍ରାଉଣ୍ଡରେ ସମସ୍ତ ମ୍ୟାଚ୍ ଖେଳାଯିବ । ସମସ୍ତ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲ୍‌ରେ ଅଭିଯାନ ଆରମ୍ଭ କରିବେ । ସେପ୍ଟେମ୍ବର ୧୭ ଓ ୧୮ ତାରିଖରେ କ୍ୱାର୍ଟର ଫାଇନାଲ୍, ୨୦ ତାରିଖରେ ଉଭୟ ସେମି ଫାଇନାଲ୍ ଏବଂ ୨୨ ତାରିଖରେ ଫାଇନାଲ୍ ଓ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍ ଖେଳାଯିବ । ଏସୀୟ କ୍ରୀଡ଼ା ପାଇଁ ଭାରତ ଓ ପାକିସ୍ତାନ ଦଳ ଘୋଷଣା ସରିଛି । ହର୍ମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତ ସ୍ୱର୍ଣ୍ଣ ପଦକ ବଜାୟ ରଖିବା ଲକ୍ଷ୍ୟରେ ରହିଛି । ଗତ ସଂସ୍କରଣରେ ଭାରତ ଫାଇନାଲ୍ ମୁକାବିଲାରେ ଶ୍ରୀଲଙ୍କାକୁ ହରାଇ ସ୍ୱର୍ଣ୍ଣ ହାସଲ କରିଥିଲା । ସେହିପରି ଭାରତୀୟ ପୁରୁଷ ଦଳ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ । ଫାଇନାଲ୍‌ରେ ଦଳ ଆଫଗାନିସ୍ତାନକୁ ପରାଜିତ କରିଥିଲା ।

ଏହା ବି ପଢନ୍ତୁ...ଭାରତୀୟ ଟିମର ନୂଆ ଟି-୨୦ ସିରିଜର ଖୁବଶୀଘ୍ର ହୋଇପାରେ ଘୋଷଣା, ଏହି ପଡ଼ୋଶୀ ଦେଶ ସହ ହେବ ଟକ୍କର 

ଗତ ଜୁନ୍ ୩୦ ତାରିଖରେ ଏସିଆନ୍ ଗେମ୍ସ ପାଇଁ ୧୫ ଜଣିଆ ମହିଳା ଭାରତୀୟ ଦଳ ଘୋଷଣା ହୋଇଥିଲା । ହର୍ମନପ୍ରୀତ କୌରଙ୍କ ନେତୃତ୍ୱରେ ସେପ୍ଟେମ୍ବରରୁ ଏସିଆନ ଗେମ୍ସ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । 

ମହିଳା କ୍ରିକେଟ୍ କ୍ରୀଡ଼ାସୂଚୀ

ସେପ୍ଟେମ୍ବର ୧୭

ଭାରତ ବନାମ ଜାପାନ

ପାକିସ୍ତାନ ବନାମ ଥାଇଲାଣ୍ଡ

ସେପ୍ଟେମ୍ବର ୧୮

ଶ୍ରୀଲଙ୍କା ବନାମ ମାଲେସିଆ

ବାଂଲାଦେଶ ବନାମ ଚୀନ

ସେପ୍ଟେମ୍ବର ୨୦:

ସେମି ଫାଇନାଲ୍

ସେପ୍ଟେମ୍ବର ୨୨: ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ମ୍ୟାଚ୍