ନୂଆଦିଲ୍ଲୀ : ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ପରେ ମଧ୍ୟ-ପୂର୍ବରେ ଲାଗି ଥିବା ସଂଘର୍ଷ ଓ ତୈଳ ଗ୍ୟାସର ଦାମ୍ରେ ଖୁବ୍ ବୃଦ୍ଧି ମଧ୍ୟରେ ଭାରତ ସମେତ ସବୁ ଏସିଆନ ଦେଶ ଶକ୍ତି ବଞ୍ଚାଇବା ଏବଂ ଆର୍ଥିକ ପ୍ରଭାବକୁ ହ୍ରାସ କରିବା ପାଇଁ ଅନେକ ଜରୁରୀକାଳୀନ ପଦକ୍ଷେପ ଉଠାଇଛନ୍ତି। ବିଶେଶଜ୍ଞଙ୍କ ଅନୁସାରେ, ଏସିଆ ନିଜର ମୋଟ ତୈଳ ଆବଶ୍ୟକତାର ପାଖାପାଖି ୬୦ ପ୍ରତିଶତ ମଧ୍ୟ-ପୂର୍ବରୁ ଆମଦାନୀ କରିଥାଏ , ଏଥିପାଇଁ ଏନର୍ଜୀ ମାର୍କେଟ୍ରେ ଉତ୍ଥାନ ପତନର ପ୍ରଭାବ ଏହି କ୍ଷେତ୍ରରେ ସବୁଠୁ ଅଧିକ ପଡ଼ିଥାଏ।
ଆହୁରି ମଧ୍ୟ ପଢନ୍ତୁ : ଇରାନୀ ବୈଦେଶିକ ମନ୍ତ୍ରୀଙ୍କ ସହ ଜୟଶଙ୍କରଙ୍କର ୩ଥର ହୋଇଛି କଥାବାର୍ତ୍ତା , ଜାହାଜର ସୁରକ୍ଷା ନେଇ ଆଲୋଚନା
ଇନ୍ଧନ ସଙ୍କଟକୁ ଦେଖି ଭାରତ ରଣନୀତିକ ତୈଳ ଭଣ୍ଡାରର ଉପଯୋଗ , ରୁଷ୍ରୁ ତୈଳ ଆମଦାନୀରେ ବୃଦ୍ଧି ଓ ଘରୋଇ ରିଫାଇନାରୀ ଗୁଡ଼ିକୁ ଏଲପିଜି ଉତ୍ପାଦନ ବଢାଇବାର ନିର୍ଦ୍ଦେଶ ଭଳି ଅନେକ ପଦକ୍ଷେପ ନେଇଛି। ଏହା ବ୍ୟତୀତ ସରକାର ମଧ୍ୟ ହେରଫେରକୁ ରୋକିବା ପାଇଁ କଡ଼ା ଜର ରଖିଛନ୍ତି , ବୈକଳ୍ପିକ ଯୋଗାଣ ମାର୍ଗର ଅନୁସନ୍ଧାନ ଓ ଖୁଚୁରା ମୂଲ୍ୟରେ ସ୍ଥିରତା ଆଣିବାକୁ ପ୍ରୟାସ କରୁଛନ୍ତି। ଭାରତ ଜରୁରୀକାଳୀନ ପ୍ରାବଧାନର ଉପଯୋଗ କରି ଏଲପିଜିକୁ ଔଦ୍ୟୋଗିକ ଉପଯୋଗରୁ ହଟାଇ ଘରୋଇ ଉପଭୋକ୍ତାଙ୍କ ଆଡ଼କୁ ମୋଡ଼ିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି , ଯାହାକି ସାଧାରଣ ଲୋକେ ଗ୍ୟାସର ଅଭାବର ସମ୍ମୁଖୀନ ହେବେ ନାହିଁ। ସରକାର ରାଜ୍ୟ ଗୁଡ଼ିକୁ ଏଲପିଜିର କଳାବଜାରୀ ରୋକିବା ପାଇଁ ସତର୍କ ରହିବା ଓ ମନିଟରିଂ ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପଡୋଶୀ ଦେଶରେ କଣ ଉପାୟ ସବୁ କରାଯାଉଛି –
ପୂର୍ବୀୟ ପଡୋଶୀ ଦେଶ ବାଂଲାଦେଶ ବର୍ତ୍ତମାନ ଗୁରୁତର ଇନ୍ଧନ ସଙ୍କଟ (ଫୁଏଲ କ୍ରାଏସେସ)ର ସମ୍ମୁଖୀନ ହେଉଛି, ଯାହାର ମୁଖ୍ୟ କାରଣ ମଧ୍ୟ ପୂର୍ବରେ ଚାଲିଥିବା ଇରାନ ଯୁଦ୍ଧ। ଦେଶର ୯୫ ପ୍ରତିଶତ ଶକ୍ତି ଆବଶ୍ୟକତା ଆମଦାନୀ ଉପରେ ନିର୍ଭରଶୀଳ, ଯାହା ବୈଶ୍ୱିକ ସପ୍ଲାଇ ବାଧାପ୍ରାପ୍ତ ହେବାର କାରଣରୁ ପ୍ରଭାବିତ ହୋଇଛି। ଏହି ସଙ୍କଟର କାରଣରୁ ବାଂଲାଦେଶରେ ପେଟ୍ରୋଲ ପମ୍ପରେ ଲମ୍ୱା ଧାନି ଦେଖିବାକୁ ମିଳୁଛି , କାରଣ ସରକାର ଇନ୍ଧନ ସପ୍ଲାଇ ସୀମିତ କରି ଦେଇଛନ୍ତି। ଶକ୍ତି ସଞ୍ଚୟ ପାଇଁ ଅନେକ ବିଶ୍ୱବିଦ୍ୟାଳୟକୁ ମଧ୍ୟ ଅସ୍ଥାୟୀ ଭାବେ ବନ୍ଦ କରିଦିଆ ଯାଇଛି। ସଙ୍କଟ ମଧ୍ୟରେ ଭାରତ ନେବରହୁଡ୍ ଫର୍ଷ୍ଟ ନୀତି ଅନୁସାରେ ବାଂଲାଦେଶକୁ ୫,୦୦୦ ଟନ୍ ଡିଜେଲର ପ୍ରଥମ ପର୍ଯ୍ୟାୟ ପାଇପଲାଇନ ମାଧ୍ୟମରେ ପଠାଇଛି।
ପଶ୍ଚିମ ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ଇନ୍ଧନ ସଙ୍କଟ ମଧ୍ୟରେ ଶକ୍ତି ସଞ୍ଚୟ ପାଇଁ ଅନେକ ଦୃଢ ପଦକ୍ଷେପ ନେଇଛି। ପାକ୍ ସରକାର ସରକାରୀ ଗାଡ଼ି ଗୁଡ଼ିକର ଇନ୍ଧନରେ ୫୦ ପ୍ରତିଶତ ରିହାତି କରିଦେଇଛି, ଅନ୍ୟପଟେ ଅଫିସ ଗୁଡ଼ିକରେ ୪ ଦିବସୀୟ କାର୍ଯ୍ୟ ସପ୍ତାହ ଲାଗୁ କରାଯାଇଛି। ଏହା ବ୍ୟତୀତ ୫୦ପ୍ରତିଶତ କରମଚାରୀଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ କରିବାର ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ୍ ଗୁଡ଼ିକୁ ଦୁଇ ସପ୍ତାହ ପାଇଁ ବନ୍ଦ କରିବା ଏବଂ ସରକାରୀ ସ୍ତରରେ ଅନାବଶ୍ୟକୀୟ କାର୍ଯ୍ୟକ୍ରମ ଉପରେ ମଧ୍ୟ ରୋକ୍ ଲାଗିଛି। ପାକିସ୍ତାନ ମନ୍ତ୍ରୀ, ପରାମର୍ଶଦାତା ଓ ସରକାରୀ ଅଧିକାରୀଙ୍କ ବୈଦେଶିକ ଗସ୍ତରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ସରକାରୀ ଅଫତାର ପାର୍ଟି ଓ କାର୍ଯ୍ୟକ୍ରମ ଗୁଡ଼ିକରେ ମଧ୍ୟ ପୂର୍ଣ୍ଣ ପ୍ରତିବନ୍ଧକ ଲାଗିଛି।
ଚୀନ ମଧ୍ୟ ଏହି ଇନ୍ଧନ ସଙ୍କଟରୁ ରକ୍ଷା ପାଇବା ପାଇଁ ନିଜର ବିଶାଳ ଷ୍ଟ୍ରାଟେଜିକ୍ ଅଏଲ ରିଜର୍ଭ (ରଣନୀତିକ ତୈଳ ଭଣ୍ଡାର)ର ଉପଭୋଗ ଆରମ୍ଭ କରି ଦେଇଛି, ଯାହା ୧୦୦ଦିନରୁ ଅଧିକର ଆବଶ୍ୟକତା ପୂରା କରିପାରେ। ଏହାସହ ଚୀନ କ୍ରୁଢ୍ ଅଏଲର କ୍ରୟକୁ ବଢାଇ ଦେଇଛି। ଇନ୍ଧନ ରପ୍ତାନୀକୁ ଅସ୍ଥାୟୀ ଭାବେ ରୋକି ଦେଇଛି।