• ପାକିସ୍ତାନ ସେନା ମୁଖ୍ୟ ମୁନିରଙ୍କ ଉତ୍ତେଜିତ ବୟାନ
  • ‘ଆଲ୍ଲା’ଙ୍କ ଶତ୍ରୁ ବିରୋଧୀ ମନ୍ତବ୍ୟ ଦେଲେ
  • ଆସିମ ମୁନିର ଆଫ୍ରିକା ଓ ଆରବଦେଶ ଗସ୍ତରେ
  • ମୁସଲିମ୍ ଦେଶ ଖୁବ୍ ମୁସ୍କିଲରେ ଅଛି କହିଲେ ମୁନିର

ନୂଆଦିଲ୍ଲୀ : ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଆସିମ ମୁନିରଙ୍କ ଉତ୍ତେଜିତ ବୟାନବାଜିର କ୍ରମରେ ଯେମିତି ପୂର୍ଣ୍ଣଚ୍ଛେଦ ପଡ଼ୁନାହିଁ। ମୁନିର ପୁଣି ଥରେ ବିଷ ଓଗାଳୁଛନ୍ତି , ଯେଉଁଠି ସେ ମୁସଲିମ୍ ଦେଶ ଗୁଡ଼ିକରୁ ‘ଆଲ୍ଲା’ଙ୍କ ଶତ୍ରୁ ବିରୋଧରେ ଏକାଠି ହେବାକୁ ଆହ୍ୱାନ କରିଛନ୍ତି। ଉଲ୍ଲେଖନୀୟ ଯେ, ଆସିମ ମୁନିର ଏହି ସମୟରେ ଆଫ୍ରିକା ଓ ଆରବ ଦେଶ ଗସ୍ତରେ ଅଛନ୍ତି। ଏହି କ୍ରମରେ ସେ ଗତ ସପ୍ତାହରେ ଆଫ୍ରିକା ଦେଶ ଲିବିଆରେ ପହଞ୍ଚି ଥିଲେ ,ଯେଉଁଠି ସେ ଏହିପରି ଟିପ୍ପଣୀ ସବୁ ଦେଇଛନ୍ତି।

ଏହାସହ ମଧ୍ୟ ପଢନ୍ତୁ : ଆସିମ୍ ମୁନିର ମାନସିକ ରୋଗୀ , ତାଙ୍କୁ ମାରି ଦେଇ ପାରନ୍ତି : ଜେଲ୍‌ରେ ବନ୍ଦୀ ଇମ୍ରାନ ଖାନଙ୍କ ଦାବି

ଆସିମ ମୁନିରଙ୍କ ଲିବିଆରେ ଦିଆଯାଇ ଥିବା ଏକ ଭାଷଣର ଅଂଶ ସାମ୍ନାକୁ ଆସିଛି। ଇଂରାଜୀରେ ଦିଆ ଯାଇଥିବା ଏହି ଭାଷଣରେ, ମୁନିର ମୁସଲିମ ଦେଶ ଗୁଡ଼ିକ ମଧ୍ୟରେ ଧାର୍ମିକ ଏକତ୍ରତା ନେଇ ଆହ୍ୱାନ କରିଛନ୍ତି। ମୁନିର ଆହୁରି କହିଛନ୍ତି ଯେ, ମୁସଲିମ୍ ଦେଶ ଖୁବ୍ ମୁସ୍କିଲରେ ଅଛି। ସେ କହିଛନ୍ତି , ଯଦି ଆମେ ଦୁନିଆକୁ ଦେଖିବା , ତ ଆମେ ଜାଣିପାରିବା ଯେ, ମୁସଲିମ୍ ଦୁନିଆ ବହୁତ ସମସ୍ୟା ଓ ଯନ୍ତ୍ରଣାସିକ୍ତରେ ରହିଛି। ଗତ ୨୦ବର୍ଷରେ ୭ କିମ୍ୱା ୮ ସୁନ୍ଦର ମୁସଲିମ ଦେଶ ଗୋଟିଏ ପରେ ଗୋଟିଏ ନଷ୍ଟ ହୋଇଯାଇଛି। ସେ କହିଛନ୍ତି, ଦୁର୍ଭାଗ୍ୟ ଯେ , ଆଜି ମୁସଲିମ୍ ଦୁନିଆ ସେହି ଲୋକଙ୍କ ଠକଇ , ଷଡ଼ଯନ୍ତ୍ର ଓ ଚତୁରତାର ଶିକାର ହୋଇଛନ୍ତି, ଯିଏ ପତନ ସୁନିଶ୍ଚିତ କରିବାକୁ ଚାହାନ୍ତି।

ଆସିମ ମୁନିରଙ୍କ ଆହ୍ୱାନ -

ଆସିମ ମୁନିରଙ୍କ କହିବାନୁସାରେ , ଆଲ୍ଲାଙ୍କ ଶତ୍ରୁଙ୍କ ଠାରୁ ପ୍ରସ୍ତୁତ ରହିବାକୁ ହେବ। ସେ କହିଛନ୍ତି – ଆମେ, ମୁସଲମାନ ଭାବେ କୁହାଯାଇ ଥିଲା , ଏବଂ ଆମେ ନିଜର ପୂର୍ଣ୍ଣ ଶକ୍ତିର ସହ ପ୍ରସ୍ତୁତ ରହିବାକୁ ହେବ , ଯାହାକି ସେହି ଲୋକଙ୍କ ହୃଦୟରେ ଆତଙ୍କ ପ୍ରସାର କରିପାରିବା ,ଯିଏ ଆଲ୍ଲାଙ୍କ ଶତ୍ରୁ , ଆମର ଶତ୍ରୁ ,ଏବଂ ଯାହାଙ୍କୁ ଆମେ ଜାଣିନେ , କିନ୍ତୁ ଆଲ୍ଲାଜାଣିଛନ୍ତି।

ମୁନିର କହିଛନ୍ତି , ମୁସଲିମ ଦେଶ ବର୍ତ୍ତମାନ ଦୁର୍ବଳ ହେବାରେ ଲାଗିଛି , କାରଣ ଅନ୍ୟ ଦେଶ ଗୁଡ଼ିକ ମୁସଲିମ୍ ଦେଶ ଗୁଡ଼ିକରୁ ଟେକନିକ୍ ଚୋରେଇ ନେଇଛନ୍ତି। ସେପଟେ ମୁନିର ପାକିସ୍ତାନକୁ ଶ୍ରେଷ୍ଠ ଦେଖାଇବାକୁ ଚେଷ୍ଟା କରି କହିଛନ୍ତି ଯେ, ପାକିସ୍ତାନ ନିକଟରେ ପ୍ରତି ଉପକରଣ ଓ ଟେକନିକ୍ ଉପଲବ୍ଧ ଅଛି। ସେ କହିଛନ୍ତି , ପାକିସ୍ତାନରୁ ଆପଣଙ୍କୁ ଯାହା ବି ସହାୟତା ଦରକାର , ତାହା ଆପଣଙ୍କ ଦ୍ୱାର ଦେଶରେ ଉପଲବ୍ଧ ହେବ। ମୁନିରଙ୍କର ଏହି ବୟାନ ଖୁବ୍ ହାସ୍ୟାସ୍ପଦ। କାରଣ ପାକିସ୍ତାନ ବର୍ତ୍ତମାନ ସମୟରେ ଅନେକ ବିଲିୟନ ଡଲାର ଋଣ ଭାରରେ ବୁଡ଼ି ରହିଛି ଏବଂ ଦେଶ ଆର୍ଥିକ ସଙ୍କଟରେ ତଳିତଳାନ୍ତ ହୋଇଯାଇଛି।