ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ପତ୍ନୀ ଏଲିଜାବେଥ ଗୋଗୋଇଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ,ଏଲିଜାବେଥ ଗୋଗୋଇ ପାକିସ୍ତାନ ପାଇଁ ଭାରତ ବିରୋଧରେ ଗୁପ୍ତଚର କରିଛନ୍ତି ଏବଂ ପାକିସ୍ତାନକୁ ସମ୍ବେଦନଶୀଳ ସୂଚନା ପ୍ରଦାନ କରିଛନ୍ତି। ଏହି ଅଭିଯୋଗ ଗୁଡ଼ିକୁ ପ୍ରମାଣିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଶ୍ବ ସର୍ମା ଏକ SIT ରିପୋର୍ଟକୁ ଉଦ୍ଧୃତ କରିଛନ୍ତି। SIT ତଦନ୍ତ କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ବ୍ରିଟିଶ ବଂଶୋଭବ ପତ୍ନୀ ଏଲିଜାବେଥ କୋଲବର୍ନ ଗୋଗୋଇଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛି, ଯେଉଁଥିରେ ପାକିସ୍ତାନରେ ତାଙ୍କର ଚାକିରି ଏବଂ ବିଦେଶୀ ପାଣ୍ଠି ସ୍ଥାନାନ୍ତର ଅନ୍ତର୍ଭୁକ୍ତ, ଯାହାକି ଭାରତର ବିଦେଶୀ ଅବଦାନ (ନିୟନ୍ତ୍ରଣ) ଆଇନ (FCRA) ଉଲ୍ଲଂଘନ କରୁଛି ।
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା କହିଛନ୍ତି ଯେ, ଇସଲାମାବାଦରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଏଲିଜାବେଥ ଗୋଗୋଇ LEAD ପାକିସ୍ତାନ (ଏକ ଜଳବାୟୁ-ପରିବର୍ତ୍ତନ ଅଣ-ଲାଭକାରୀ ସଂଗଠନ)ର ଏକ ପ୍ରମୁଖ ଅଂଶ ଥିଲେ। ହିମନ୍ତ ବିଶ୍ୱ ସର୍ମା କହିଛନ୍ତି ଯେ ସାଂସଦ ଗୋଗୋଇଙ୍କ ପତ୍ନୀ, ଏଲିଜାବେଥ ଭାରତ ଏବଂ ପାକିସ୍ତାନ ଉଭୟ ସହିତ ଜଡିତ ଆନ୍ତର୍ଜାତୀୟ ଜଳବାୟୁ ପ୍ରକଳ୍ପରେ କାର୍ଯ୍ୟ କରିଥିଲେ, ଯେଉଁଥିରେ ଗ୍ଲୋବାଲ୍ କ୍ଲାଇମେଟ୍ ଆଣ୍ଡ୍ ଡେଭଲପମେଣ୍ଟ୍ ନଲେଜ୍ ନେଟୱାର୍କ (CDKN) ରେ ମିଳିତ ଅଂଶଗ୍ରହଣ ଅନ୍ତର୍ଭୁକ୍ତ।
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ଏକ ପାକିସ୍ତାନୀ ଫାର୍ମ ଏଲିଜାବେଥ ଗୋଗୋଇଙ୍କୁ ନିଯୁକ୍ତି ଦେଇଥିଲା ଏବଂ ତା’ପରେ “ପରେ ତାଙ୍କୁ ଭାରତକୁ ସ୍ଥାନାନ୍ତର କରିଥିଲା,” ଏବଂ ସେଖ୍ ତାଙ୍କ ଦରମା ଦେଇଥିବା ଅଭିଯୋଗ ହୋଇଛି ।