ପ୍ରମୂଖ ଖବର
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ସ୍ତ୍ରୀଙ୍କୁ ଛାଡ଼ପତ୍ର ପରେ ଖୁସି ମନାଇଲେ ଯୁବକ, ୪୦ ଲିଟର କ୍ଷୀରରେ ଗାଧୋଇଲେ..

Published By : Prameya | July 14, 2025 11:34 AM

ନୂଆଦିଲ୍ଲୀ ୧୪/୦୭: ସ୍ତ୍ରୀଙ୍କୁ ଆଇନଗତ ଭାବେ ଛାଡ଼ପତ୍ର ଦେବା ପରେ ଖୁସି ମନାଇଛନ୍ତି ଆସାମର ଜଣେ ବ୍ୟକ୍ତି । ମାନିକ ଅଲୀ ନାମକ ଯୁବକ ଜଣକ ଛାଡ଼ପତ୍ର ପରେ ପ୍ରାୟ ୪୦ ଲିଟର କ୍ଷୀରରେ ଗାଧୋଇଛନ୍ତି । କ୍ୟାମେରା ଆଗରେ ସେ ‘ଆଜିଠାରୁ ମୁଁ ସ୍ୱାଧୀନ’ ବୋଲି କହୁଥିବା  ଶୁଣିବାକୁ ମିଳିଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ ବହୁସଂଖ୍ୟାରେ ଲୋକ  ମଜାଳିଆ କମେଣ୍ଟ ଦେଇଛନ୍ତି ।  

ସୂଚନା ଅନୁସାରେ,  ମାନିକ ଅଲୀ ନଲବାରି ଜିଲ୍ଲାର  ବାସିନ୍ଦା । ତାଙ୍କ ସ୍ତ୍ରୀଙ୍କ ଅନ୍ୟ  କାହା ସହ ପରକୀୟା ପ୍ରୀତି  ଥିଲା । ଏପରିକି ମହିଳା ଜଣକ  ତାଙ୍କ ପ୍ରେମିକଙ୍କ ସହ ୨ ଥର ଘରୁ ପଳାଇଥିଲେ ।  କିନ୍ତୁ ମାନିକ ସାମାଜିକ ଚାପ ଏବଂ ତାଙ୍କ ଝିଅର  ଭବିଷ୍ୟତକୁ ଦୃଷ୍ଟିରେ ରଖି ବିବାହ ବଞ୍ଚାଇବାକୁ  ଉଦ୍ୟମ କରିଥିଲେ । ହେଲେ ତାଙ୍କ ସ୍ତ୍ରୀ ସୁଧୁରି ନ  ଥିଲେ । ତେଣୁ ମାନିକ ଆଇନଗତ ଭାବେ ସ୍ତ୍ରୀଙ୍କୁ  ଛାଡ଼ପତ୍ର ଦେବାକୁ ସ୍ଥିର କରିଥିଲେ । ଶେଷରେ  ଉଭୟଙ୍କର ଛାଡ଼ପତ୍ର ହୋଇଥିଲା । ଏଥିରେ ମାନିକ ବେଶ୍‌ ଖୁସି ହୋଇଥିଲେ । ଖୁସି ମନାଇବାକୁ ସେ ୪ଟି ବାଲ୍‌ଟିରେ କ୍ଷୀର ଆଣି  ଘର ବାହାରେ ଛିଡ଼ା ହୋଇ ନିଜ ଉପରେ ଢାଳିଥିଲେ ।  

ଏହି ସମୟରେ ସେ କହିଥିଲେ ଯେ, ତାଙ୍କ ସ୍ତ୍ରୀ  ବାରମ୍ବାର ଘର ଛାଡ଼ି ପଳାଉଥିଲେ । ଘରର ଶାନ୍ତି  ପାଇଁ ଚୁପ୍‌ ରହିଥିଲି । କିନ୍ତୁ ଶେଷ ଥର ତାଙ୍କ ସ୍ତ୍ରୀ  ସାଙ୍ଗରେ ଝିଅକୁ ନେଇ ପଳାଇଥିଲେ । ଏହା ତାଙ୍କୁ  ବେଶ୍‌ ବାଧିଥିଲା । ତେଣୁ ସେ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର  ଦେବାକୁ ବାଧ୍ୟ ହୋଇଥିଲେ ବୋଲି ମାନିକ କହିଛନ୍ତି ।  ଭିଡିଓ ଭାଇରାଲ ହେବା ପରେ ଅନେକ ବ୍ୟକ୍ତି  କମେଣ୍ଟରେ ମାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟ ଜଣେ କହିଛନ୍ତି, ମାନିକ ସ୍ୱର୍ଗର ରାସ୍ତା ବାଛିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.