ନୂଆଦିଲ୍ଲୀ,୨୦/୧୨: ସକାଳୁ ସକାଳୁ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ଆସାମରେ ଯମୁନାମୁଖର ସାନରୋଜା ଅଞ୍ଚଳରେ ହାତୀ ପଲଙ୍କୁ ରାଜଧାନୀ ଏକ୍ସପ୍ରେସ ଧକ୍କା ଦେଇଛି । ଫଳରେ ୮ ହାତୀଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ହାତୀ ପଲ ରେଳ ଧାରଣା ପାର ହେଉଥିବା ସମୟରେ ଲୌହଦାନହ ସେମାନଙ୍କୁ ଧକ୍କା ହେଇଥିଲା । ଟ୍ରେନ୍ ଇଞ୍ଜିନ ସମେତ ୫ଟି କୋଚ୍ ଓ ଇଞ୍ଜିନ ଲାଇନଚ୍ୟୁତ ହୋଇଛି । ଘଟଣାସ୍ଥଳରେ ଆଠଟି ହାତୀଙ୍କ ମୃତଦେ ପଡିଥିବା ଦେଖିବାକୁ ମିଳିଛି । ସୌଭାବ୍ୟବସତଃ କେହି ଯାତ୍ରୀ ଆହତ ହୋଇନାହାନ୍ତି ।

​​​​​​​ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଏହା ୮ଟି ହାତୀ ପଲ ଥିଲେ । ହୋଜାଇ ଜିଲ୍ଲାରେ ସେମାନଙ୍କୁ ଧକ୍କା ଦେଲା ଟ୍ରେନ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ଏକ୍ସପ୍ରେସ୍ । ଯେଉଁଥିରେ ୮ଟି ହାତୀଙ୍କର ମୃତ୍ୟୁ ହୋଇଛି । ଅଧିକାଂଶଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟିଥିବା ଅଞ୍ଚଳରେ ହାତୀ କରିଡର ନାହିଁ । ହାତୀ ପଲକୁ ଦେଖିବା ପରେ ଲୋକୋ ପାଇଲଟ୍ ବ୍ରେକ୍ ଲଗାଇଥିଲେ। ଟ୍ରେନ୍‌ଟି ହାତୀ ପଲ ସହିତ ଧକ୍କା ଖାଇଥିଲା । ଯାହା ଫଳରେ ଦୁଃଖଦ ଘଟଣା ଘଟିଛି ।​

ଯାତ୍ରୀଙ୍କ ମନରେ ଆତଙ୍କ- ରିପୋର୍ଟ ଅନୁସାରେ, ଟ୍ରେନ୍ ଧକ୍କାରେ ମୃତ ହାତୀଙ୍କର ଶରୀରର କିଛି ଅଂଶ ରେଳ ଟ୍ରାକରେ ବିଛାଡ଼ି ହୋଇ ପଡିଛି । ଫଳର ଅନେକ ଟ୍ରେନ୍ ରୁଟ୍ ପରିବର୍ତ୍ତନ କରାଯାଇଛି ଏବଂ ଅନେକ ଟ୍ରେନ୍ ବାତିଲ କରାଯାଇଛି । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ହାତୀଙ୍କୁ ଧକ୍କା ପରେ ଟ୍ରେନ୍ ଜୋର୍‌ରେ ଝଟକା ଦେଇଥିଲା, ଯାହା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଅନେକ ଲୋକ ସେମାନଙ୍କ ସିଟରୁ ଛିଟିକି ପଡ଼ିଥିଲେ । ଆଶ୍ୱସ୍ତିର ଖବର କି  ଏପର୍ଯ୍ୟନ୍ତ କୌଣସି ଯାତ୍ରୀ ଗୁରୁତର ଆହତ ହୋଇଥିବା ରିପୋର୍ଟ ହସ୍ତଗତ ହୋଇନାହିଁ । ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ଲୁମଡିଂ ଡିଭିଜନରେ ଏହି ଟ୍ରେନ୍ ଦୁର୍ଘଟଣା ଘଟିଛି । ଦୁର୍ଘଟଣାସ୍ଥଳ ଗୌହାଟିରୁ ପ୍ରାୟ ୧୨୬ କିଲୋମିଟର ଦୂରରେ ଅବସ୍ଥିତ । ସୂଚନା ଅନୁଯାୟୀ, ଲାଇନଚ୍ୟୁତ ହେବା ଏବଂ ଟ୍ରାକରେ ହାତୀଙ୍କ ମୃତଦେହ ମିଳିବା ଯୋଗୁଁ  ଆସାମ ଏବଂ ଉତ୍ତର-ପୂର୍ବର ଅନ୍ୟାନ୍ୟ ଅଞ୍ଚଳକୁ ରେଳ ସେବା ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ଦୁର୍ଘଟଣାରେ ଏକ ଛୁଆ ହାତୀ ଆହତ ହୋଇଛି ଏବଂ ତାହାର ଚିକିତ୍ସା ଚାଲିଛି ।​​​​​​​